୨୦୦୦ ମାର୍କ ବିଶିଷ୍ଟ ହେବ OCS ପରୀକ୍ଷା; ଓଡ଼ିଆରେ ହେବ ପରୀକ୍ଷା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଏବେ ୨୦୦୦ ମାର୍କର ପରୀକ୍ଷା ହେବ । ରଚନା ଇଂରାଜୀ କିମ୍ବା ଓଡ଼ିଆରେ ଲେଖିପାରିବେ ପରୀକ୍ଷାର୍ଥୀ।

ଏଣିକି ଓଡିଆରେ ହେବ OCS ପରୀକ୍ଷା (ପ୍ରତୀକାତ୍ମକ ଛବି)

ଏଣିକି ଓଡିଆରେ ହେବ OCS ପରୀକ୍ଷା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୧୯୯୧ ନିୟମରେ ସଂଶୋଧନ ସଂପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ବର୍ତ୍ତମାନ ଏହି ପରୀକ୍ଷା ୨୦୦୦ ମାର୍କର ହେବ।

ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ OCS ପରୀକ୍ଷା ଓଡ଼ିଆରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଗୋଟିଏ ଅପସନାଲ ବିଷୟ ରହିବ। ଏବେ କିନ୍ତୁ ୨୦୦୦ ମାର୍କର ପରୀକ୍ଷା ହେବ । ରଚନା ଇଂରାଜୀ କିମ୍ବା ଓଡ଼ିଆରେ ଲେଖିପାରିବେ ପରୀକ୍ଷାର୍ଥୀ।



କିଏ କେତେଥର ପରୀକ୍ଷା ଦେବେ ସେନେଇ ମଧ୍ୟ ସଂଶୋଧନ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ଉଲ୍ଲେଖ କରିଛି।ଅଣ ସଂରକ୍ଷିତ ୬ ଥର, ଏସଇବିସି ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ। ଲିଖିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ।
Published by:Soumya Das
First published: