ତିନି ରୋଗୀଙ୍କୁ ଗୋଟେ ଅକ୍ସିଜେନ ସିଲିଣ୍ଡର ଘଟଣା; ମୁହଁ ଖୋଲିଲେ ବିଭାଗୀୟ ମୁଖ୍ୟ

ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ତିନି ରୋଗୀଙ୍କୁ ଅକ୍ସିଜେନ ସଂଯୋଗ ଘଟଣାରେ ମୁହଁ ଖୋଲିଲେ ବିଭାଗୀୟ ମୁଖ୍ୟ । ମେଡ଼ିକାଲ କର୍ମଚାରୀଙ୍କ କୌଣସି ଭୁଲ ନାହିଁ, ଏଭଳି ଅକ୍ସିଜେନ ଏକାଥରକେ ଶିଶୁଙ୍କୁ ଦେଲେ କୌଣସି କ୍ଷତି ହେବ ନାହିଁ ।

ତିନି ରୋଗୀଙ୍କୁ ଗୋଟେ ଅକ୍ସିଜେନ ସିଲିଣ୍ଡର ଘଟଣା; ମୁହଁ ଖୋଲିଲେ ବିଭାଗୀୟ ମୁଖ୍ୟ

ତିନି ରୋଗୀଙ୍କୁ ଗୋଟେ ଅକ୍ସିଜେନ ସିଲିଣ୍ଡର ଘଟଣା; ମୁହଁ ଖୋଲିଲେ ବିଭାଗୀୟ ମୁଖ୍ୟ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ଏମକେସିଜି ମେଡ଼ିକାଲର ଶିଶୁରୋଗ ବିଭାଗରେ ଗତକାଲି ହୋଇଥିବା ଅବହେଳା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଭାଗୀୟ ମୁଖ୍ୟ । ଅନେକ ସମୟରେ କିଛି ନା କିଛି ଘଟଣାକୁ ନେଇ ସର୍ବଦା ଚର୍ଚ୍ଚାକୁ ଆସିଥାଏ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ଏବେ ଗତକାଲି ହୋଇଥିବା ଶିଶୁରୋଗ ବିଭାଗରେ ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ମେଡ଼ିକାଲ । ଗତକାଲି ଶିଶୁରୋଗ ବିଭାଗରେ ଚିକିତ୍ସିତ ହେଉଥିବା ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ସଂଯୋଗ କରି ଶିଶୁରୋଗ ବିଭାଗରୁ ସୁପର ସ୍ପେଶାଲିଟି ବ୍ଳକକୁ ଇକୋ ଟେଷ୍ଟ କରିବା ନିମନ୍ତେ ନିଆଯାଇଥିଲା । ଏଭଳି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ହେବା ପରେ ମେଡ଼ିକାଲ ମ୍ୟାନେଜର ତଦନ୍ତ କରିଥିଲେ ।



ତେବେ ଗତକାଲିରେ ଶିଶୁରୋଗ ବିଭାଗରେ ହୋଇଥିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ା.ନରେନ୍ଦ୍ର ବେହେରା । ‘‘ଗତକାଲିର ଘଟଣାରେ କୌଣସି ଭୁଲ ହୋଇନାହିଁ । ତିନି ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ଭଲ ରହିଥିଲା । କିଛି ଟେଷ୍ଟ ପାଇଁ ତିନି ଜଣ ରୋଗୀଙ୍କୁ କାଡ଼ିଓଲୋଜି ବିଭାଗକୁ ନିଆଯାଇଥିଲା । ଜରୁରୀକାଳିନ ବ୍ୟବହାରକୁ ଦୃଷ୍ଟିରେ ରଖି ଶିଶୁଙ୍କ ସାଙ୍ଗରେ ଜଣେ ମେଡ଼ିକାଲ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରକୁ ଧରି ଯାଇଥିଲେ । ସେଠାରେ ଟେଷ୍ଟ ପରେ ପୁଣି ବିଭାଗକୁ ଆସିଛନ୍ତି । ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି । ଏଭଳି ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇରୁ ତିନି ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ । ଘଟଣାରେ ଦାୟୀ କେହି ନାହାନ୍ତି । ଏହାଛଡ଼ା ବିଭାଗରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ସିଲିଣ୍ଡର ରହିଛି ତେଣୁ କୌଣସି ଭୟଭୀତ ହେବାର ଏହା ବିଷୟ ନୁହେଁ ବୋଲି ରୋକଠୋକ କହିଛନ୍ତି,‘‘ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡ଼ା.ନରେନ୍ଦ୍ର ବେହେରା ।

ଏମକେସିଜି ମେଡ଼ିକାଲର ଶିଶୁରୋଗ ବିଭାଗର ବିଭାଗୀୟ ମୁଖ୍ୟ ନିଜର ଦୋଷକୁ ଲୁଚାଇବାକୁ ଯାଇ ଘଟଣାରେ କାହାର ଭୁଲ ନଥିବା କହୁଥିବା ବେଳେ ଅନ୍ୟ କିଛି ଡ଼ାକ୍ତର ଏଭଳି ଘଟଣାକୁ ସହଜରେ ଗ୍ରହଣ କରୁନାହାନ୍ତି । ‘‘ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଏଭଳି ତିନି ଜଣ ଶିଶୁଙ୍କୁ ଅକ୍ସିଜେନ ଦେବା ନିହାତି ଭାବେ ବିପଦଜନକ । ଯଦି ମେଡ଼ିକାଲ କୋଠାକୁ ପାଇପ ଲାଇନ ଯୋଗେ ଅକ୍ସିଜେନ ସଂଯୋଗ ହୋଇଥିବ ଏବଂ ସେଥିରୁ ବହୁ ଜଣକୁ ଅକ୍ସିଜେନ ଦିଆଯାଇପାରିବ । କିନ୍ତୁ ଏଭଳି ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ତିନି ଜଣଙ୍କୁ ଅକ୍ସିଜେନ ଦେବା ସହିତ ୩୦୦ ମିଟର ପର୍ଯ୍ୟନ୍ତ ଚଲାଇ ନେବା ନିହାତି ଭାବେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ମାନଙ୍କ ଏକ ବଡ଼ ଅବହେଳା  । ତେଣୁ ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟକରିବା ପୂର୍ବରୁ ଡ଼ାକ୍ତର ମାନଙ୍କୁ ମତାମତ ନେବା ଜରୁରୀ ବୋଲି କହିଛନ୍ତି,‘‘ ଡ଼ାକ୍ତର ମିଲନ ପରାଶର । ‘‘ଏମକେସିଜି ମେଡ଼ିକାଲରେ ଶିଶୁ ମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବସ୍ଥା ରହିଛି । ଏହା ବାଦ ରୋଗୀ ମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଏଭଳି ଅବହେଳା କରାଯାଏ ତେବେ ତାହା ଆଦୌ ଗ୍ରହଣୀୟ ଯୋଗ୍ୟ ନୁହେଁ । ତେଣୁ ଯେଉଁମାନେ ଏଭଳି କାର୍ଯ୍ୟ କରାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶକତା ରହିଛି ବୋଲି କହିଛନ୍ତି,‘‘ ବୁଦ୍ଧିଜୀବୀ ସୁଶାନ୍ତ ସାବତ । ଘଟଣାକୁ ଶିଶୁରୋଗ ବିଭାଗୀୟ ମୁଖ୍ୟ ଏବଂ ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ହାଲୁକା ଭାବେ ନେଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି କହୁଥିବା ବେଳେ ମେଡ଼ିକାଲ କର୍ମଚାରୀଙ୍କ ଏଭଳି ଅବେହଳା ପୂର୍ଣ୍ଣ ଚିକିତ୍ସାସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବୀ ।
Published by:Soubhagya Mishra
First published: