ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ: ଦର୍ଶକଙ୍କ ଅନୁମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବ OCA

ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ: ଦର୍ଶକଙ୍କ ଅନୁମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବ OCA

ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଆଉ କିଛି ଦିନ ବାକି ରହିଛି । କିନ୍ତୁ ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିବ ସେନେଇ ଆଲୋଚନା ଆରମ୍ଭ ହୋଇଛି ।

ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ: ଦର୍ଶକଙ୍କ ଅନୁମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବ OCA
ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଉଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 25, 2021, 5:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆସନ୍ତା ଫେବୃଆରୀ ମାସ ୧୫ ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଆଉ କିଛି ଦିନ ବାକି ରହିଛି । କିନ୍ତୁ ଏହି ମ୍ୟାଚଟି ବିନା ଦର୍ଶକରେ ହେବ ନା ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ ସେନେଇ ଆଲୋଚନା ଆରମ୍ଭ ହୋଇଛି । ବୁଧବାର ଦିନ କଟକରେ ଅନୁଷ୍ଠିତ ଓଡ଼ିଶା କ୍ରିକେଟ ଆସୋସିଏସନର ବାର୍ଷିକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଏହି ବୈଠକରେ ମ୍ୟାଚ ବେଳେ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିବେ ବା ନାହିଁ ସେନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରସ୍ତାବ ମୁତାବକ ଦୁଇଟି ଡୋଜ ଟିକା ନେଇଥିବା କିମ୍ବା ମ୍ୟାଚର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ଦିଆଯାଇ ପାରିବ । ଏହା ସହିତ ଏହି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ଏ ନେଇ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ହେବ ବୋଲି ମଧ୍ୟ ବୈଠକ ପରେ ସୂଚନା ଦେଇଥିଲେ ଓସିଏ କତ୍ତୃପକ୍ଷ ।

"ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିର୍ଦ୍ଦେଶାବଳୀ ଜାରି କରିଥାନ୍ତି । ସଂକ୍ରମଣ ବ୍ୟାପିବା ଆଶଙ୍କା ଯୋଗୁଁ କଟକଣା ମଧ୍ୟରେ ପାର୍ବଣ ପାଳନ ହେଲା । ତେଣୁ ଦର୍ଶକଙ୍କ ମ୍ୟାଚ ଦେଖିବା ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେବୁ । ମ୍ୟାଚକୁ ତ ଆହୁରି ଅଢେଇ ମାସ ସମୟ ବାକି ଅଛି । ଯଦି ଡିସେମ୍ବର ମାସ ଶେଷ କିମ୍ବା ଜାନୁଆରି ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ଦିଅନ୍ତି ତେବେ ଆମେ ଆନୁସଙ୍ଗିକ ବ୍ୟବସ୍ଥା ଆରମ୍ଭ କରିବୁ," ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀ ଷ୍ଟାଡିୟମରେ ୪୨ ହଜାର ଦର୍ଶକଙ୍କ ବସିବା କ୍ଷମତା ଥିବା ବେଳେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଟି ମ୍ୟାଚରେ ଷ୍ଟାଡିୟମ ଫୁଲ ହୋଇଯାଏ । ଦର୍ଶକଙ୍କ ଗହଳି କେବଳ ଷ୍ଟାଡିୟମ ଭିତରେ ନୁହେଁ ବରଂ ବାହାରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଏହି ଭଳି ଏକ ସ୍ଥିତିରେ ରାଜ୍ୟ ସରକାର ମ୍ୟାଚକୁ ଦର୍ଶକ ବିହିନ ବା ଦର୍ଶକ ଯୁକ୍ତ କରିବାକୁ ଚାହିଁବେ ତାହା ଏବେ ଠାରୁ କହିବା ମୁସକିଲ ।

ମ୍ୟାଚ ସମୟରେ ଷ୍ଟାଡିୟମ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ଉଭୟ ଟିମର ଖେଳାଳି, ମ୍ୟାଚ ଅଫିସିଆଲ୍, ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ୪୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଶହରୁ ଉର୍ଦ୍ଧ ବେସରକାରୀ ସୁରକ୍ଷାକର୍ମୀ ଏବଂ ଅନ୍ୟମାନଙ୍କୁ ମିଶାଇ ପ୍ରାୟ ୪୫ ହଜାର ଲୋକ ଏକାଠି ହେବେ । ଏହା ବ୍ୟତୀତ ମ୍ୟାଚ ଦେଖିବା ପାଇଁ ରାଜ୍ୟ , ଦେଶ ତଥା ଦେଶ ବାହାରୁ ମଧ୍ୟ ଦର୍ଶକ ଆସିବେ । ତେବେ ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସୁଥିଲେ ମଧ୍ୟ ଏହି ଭଳି ଏକ ପରିସ୍ଥିତି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସରକାରଙ୍କୁ ନିଷ୍ପତି ନେବାକୁ ହେବ ।
Published by: Soumya Das
First published: November 25, 2021, 5:23 PM IST