କୋଣାର୍କ ଉତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପାର୍‌ କଲା ସବୁ ସୀମା, ଉଠିଲା ଅନେକ ପ୍ରଶ୍ନ

ଭାରତୀୟ କଳା ସଂସ୍କୃତିର ପ୍ରସାର ପ୍ରଚାର ନାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ କଳା ଜଗତର କଳଙ୍କ ବୋଲି ବର୍ଣ୍ଣନା କରି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମାଜସେବୀମାନେ ଧମକ ଦେଇଛନ୍ତି ।

କୋଣାର୍କ ଉତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପାର୍‌ କଲା ସବୁ ସୀମା, ଉଠିଲା ଅନେକ ପ୍ରଶ୍ନ
ଭାରତୀୟ କଳା ସଂସ୍କୃତିର ପ୍ରସାର ପ୍ରଚାର ନାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ କଳା ଜଗତର କଳଙ୍କ ବୋଲି ବର୍ଣ୍ଣନା କରି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମାଜସେବୀମାନେ ଧମକ ଦେଇଛନ୍ତି ।
  • News18 Odia
  • Last Updated: December 4, 2019, 8:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଦେବାଶିଷ ସିଂରାୟନ

କୋଣାର୍କ: ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୋଣାର୍କ ଉତ୍ସବରେ ଏଥର ଯାତ୍ରା କଳାକାରମାନଙ୍କ ଦ୍ଵାରା ପରିବେଷିତ ହେଉଥିବା ଅଶ୍ଳୀଳ ନୃତ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଦେଇଛି ।

କୋଣାର୍କ ଉତ୍ସବ ଉପଲକ୍ଷେ ଆୟୋଜିତ ଯାତ୍ରାମାନଙ୍କରେ ନୃତ୍ୟ ପରିବେଷଣ ଅଶ୍ଳୀଳତାର ସବୁ ସୀମାକୁ ପାର କରିଦେଇଛି । ସେପଟେ ଯାତ୍ରାରେ ଏଭଳି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ସାଧାରଣ ଜନତା ଓ ବୁଦ୍ଧିଜୀବୀମାନେ ସହଜରେ ହଜମ କରିପାରୁନଥିବା ବେଳେ ପ୍ରଶାସନ ସବୁ କିଛି ଜାଣି ମଧ୍ୟ ଏସବୁ ଡ୍ୟାନ୍ସ ଉପରେ ରୋକ୍‌ ନ ଲଗାଇବା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି କରିଛି ।



ଗୋଟିଏ ପଟେ ଚାଲିଛି ଭାରତୀୟ କଳା ସଂସ୍କୃତିର ପ୍ରସାର ପ୍ରଚାର, ଆଉ ଗୋଟେ ପଟେ ଯାତ୍ରାରେ ହେଉଛି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ । କୋଣାର୍କ ହେଲିପ୍ୟାଡ୍‌ରେ ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଛି ମୀନା ବଜାର ସହିତ ଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ । ଉଦ୍ଦେଶ୍ୟ ହେଉଛି କୋଣାର୍କକୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ଉତ୍ସବ ସହିତ ଆର୍ନ୍ତଜାତିକ ବାଲୁକା ମହୋତ୍ସବ ଉପଭୋଗ କରିବା ସହିତ ମୀନା ବଜାର ଓ ଯାତ୍ରାର ମଜା ନେଇ ପାରିବେ ।



ମାତ୍ର କଳା ଜଗତରେ ଯାତ୍ରା କଳାକାରମାନଙ୍କର ଉଦ୍ଧତପଣିଆ ସବୁକିଛି ସୀମା ପାର କରିଦେବା ଭଳି ମନେ ହେଉଛି । ହେଲିପ୍ୟାଡରେ ଯାତ୍ରା ରଙ୍ଗମହଲର ଡ୍ୟାନ୍ସ କଳାକାରମାନେ ପେଣ୍ଡାଲ ଉପରେ ନାନା ପ୍ରକାର ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।



ସଂସ୍କୃତିକୁ ବଞ୍ଚାଇବା ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାମାନ୍ୟ କେତେ ଟଙ୍କା ପାଇଁ କୋଣାର୍କ ଏନ୍ଏଏସି ହେଲିପ୍ୟାଡକୁ ନିଲାମ ଦେଇ ଯାତ୍ରା କଳାକାରଙ୍କ ଦ୍ଵାରା ଅଶ୍ଳୀଳ ନୃତ୍ୟକୁ ପୋତ୍ସାହନ ଦେବା ତାହା କେତେ ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ ରାମକୃଷ୍ଣ ମହାନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ କଣ ପାଇଁ ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ମନୋରଜଂନ ପରିଡ଼ା ।

ଏଭଳି ନୃତ୍ୟ ପରିବେଷଣକୁ କଳା ଜଗତର କଳଙ୍କ ବୋଲି ବର୍ଣ୍ଣନା କରି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମାଜସେବୀମାନେ ଧମକ ଦେଇଛନ୍ତି ।



ଗତ କିଛି ଦିନ ତଳେ ଯାତ୍ରା ଦୁନିଆରେ ରାନୀ ପଣ୍ଡାଙ୍କ ନୃତ୍ୟ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି କରିଥିବା ବେଳେ ଅଶ୍ଳୀଳ ନୃତ୍ୟ ଉପରେ ରୋକ ଲଗାଇଥିଲା ପ୍ରଶାସନ । ମାତ୍ର ଅର୍କକ୍ଷେତ୍ର କୋଣାର୍କରେ ଏଭଳି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଚାଲିଥିବା ବେଳେ ପ୍ରଶାସନ ଏହି ଡ୍ୟାନ୍ସ ଉପରେ କେବେ ରୋକ ଲଗାଉଛି ତାହାକୁ ହିଁ ସମସ୍ତଙ୍କର ଅପେକ୍ଷା।
First published: December 4, 2019, 8:12 PM IST
corona virus btn
corona virus btn
Loading