ଗଞ୍ଜାମରେ ପୌରାଣିକ ନାଟକ ନାଁରେ ଚାଲିଛି ଅଶ୍ଳିଳ ନୃତ୍ୟ !

କେତେବେଳେ ଜିଅନ୍ତା କୁକୁଡା, ଘୁଷୁରିକୁ ରାକ୍ଷସ ଖାଇଦେଉଛି ତ ଆଉ କେତେବେଳେ ପେଣ୍ଡାଲ ଉପରେ ଭିମ-ଦୁଶାସନ ଚୌକିରେ ପିଟାପିଟି ହେଉଛନ୍ତି ।

କେତେବେଳେ ଜିଅନ୍ତା କୁକୁଡା, ଘୁଷୁରିକୁ ରାକ୍ଷସ ଖାଇଦେଉଛି ତ ଆଉ କେତେବେଳେ ପେଣ୍ଡାଲ ଉପରେ ଭିମ-ଦୁଶାସନ ଚୌକିରେ ପିଟାପିଟି ହେଉଛନ୍ତି ।

କେତେବେଳେ ଜିଅନ୍ତା କୁକୁଡା, ଘୁଷୁରିକୁ ରାକ୍ଷସ ଖାଇଦେଉଛି ତ ଆଉ କେତେବେଳେ ପେଣ୍ଡାଲ ଉପରେ ଭିମ-ଦୁଶାସନ ଚୌକିରେ ପିଟାପିଟି ହେଉଛନ୍ତି ।

  • News18 Odia
  • Last Updated :
  • Ganjam, India
  • Share this:
News 18 Odia Digital

ଗଞ୍ଜାମ; ପୌରାଣିକ ନାଟକ ସାଧାରଣତଃ ସମସ୍ତଙ୍କ ପସନ୍ଦ ଥାଏ । ପୁରାତନ କଥାବସ୍ତୁକୁ ନେଇ ଅନେକ ନାଟକ ପରିବେଷଣ ହୋଇଥାଏ । ବିଶେଷକରି ଏହି ପୌରାଣିକ ନାଟକର ବେଶ୍ ଚାହିଦା ରହିଛି ଗଞ୍ଜାମ ଜିଲ୍ଲାରେ । ହେଲେ ପୌରାଣିକ ନାଟକ ନାମରେ ଏବେ ଚାଲାଛି ଉଦଣ୍ଡ ନୃତ୍ୟ ।



କେତେବେଳେ ରାକ୍ଷାସ ଜୀଅନ୍ତା କୁକୁଡା ଖାଉଛି ତ ଆଉ କେତେବେଳେ ଚୌକିରେ ପିଟାପିଟି ହେଉଛନ୍ତି ଭିମ ଆଉ ଦୁଶାସନ । ଏମିତିକି ଅଶ୍ଳିଳ ନୃତ୍ୟ ମଧ୍ୟ ପରିବେଷଣ ହେଉଥିବା ବେଳେ ପୌରାଣିକ ନାଟକ ନାମରେ ସତେ ଯେମିତି ଚାଲୁଛି ଉତ୍ପାତ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୃଦ୍ଧିଜୀବି ।



ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଶତାଧିକ ପୌରାଣିକ ନାଟକ ଗୃପ ରହିଛନ୍ତି । ମଝିରେ ଏହି ପୌରାଣିକ ନାଟକ ଏକ ପ୍ରକାର ଲୋପ ପାଇଯାଇଥିବା ବେଳେ ଗତ କିଛି ବର୍ଷ ହେବ ଏହାର ଚାହିଦା ବଢିବାରେ ଲାଗିଛି । ହେଲେ କିଛି ଗ୍ରୁପରେ ସଂସ୍କୃତି ନାମରେ ଚାଲିଛି ଅପ-ସଂସ୍କୃତି । ପୌରାଣିକ ନାଟକ ନାମରେ ଭଗବାନଙ୍କ ସଦୃଶ୍ୟ ଭାବେ ବେଶଭୂଷା ଧାରଣ କରି ଅଭିନୟ କରୁଥିବା ଯୁବକ ମାନଙ୍କ ଉପ୍ତାତ କହିଲେ ନସରେ । କେତେବେଳେ ଜିଅନ୍ତା କୁକୁଡା, ଘୁଷୁରିକୁ ରାକ୍ଷସ ଖାଇଦେଉଛି ତ ଆଉ କେତେବେଳେ ପେଣ୍ଡାଲ ଉପରେ ଭିମ-ଦୁଶାସନ ଚୌକିରେ ପିଟାପିଟି ହେଉଛନ୍ତି । ଯାହାର ଭିଡିଓ ମଧ୍ୟ ଜିଲ୍ଲାରେ ଗଲା କିଛି ମାସ ହେବ କ୍ରମାଗତ ଭାବେ ଭାଇରାଲ ହେଉଥିବା ବେଳେ ପୌରାଣିକ ନାଟକ ନାମରେ ଉତ୍ପାତ ହେଉଥିବା ଘଟଣାକୁ ରୋକାଯିବା ନେଇ ଦାବି ଉଠିଲାଣି ।

“ ତେବେ ଏହାକୁ ରୋକିବାକୁ ପାଇଁ ଲୋକେ ସଚେତନ ହେବା ସହ ଏହି ଭଳି ଘୃଣ୍ୟ ଦୃଶ୍ୟ ପରିବେଶଣ ସମୟରେ ବିରୋଧ କରାଯିବାର ଆବଶ୍ୟକତା ରହିଛି । ଯାହା ଫଳରେ ଅପସଂସ୍କୃତି ଧିରେ ଧିରେ ଲୋପ ପାଇବ ବୋଲି ବରିଷ୍ଠ ଆଇନଜିବୀ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି । ”

ଖାଲି ସେତିକି ନୁହେଁ, ପୌରାଣିକ ନାଟକରେ ମଧ୍ୟ ବାଳି ସୁଗ୍ରୀବ ମଧ୍ୟ ଯୁବତୀମାନଙ୍କ ସହ କରୁଛନ୍ତି ଅଶ୍ଲିଳ ନୃତ୍ୟ । ଅନେକ ସମୟରେ ମଧ୍ୟ ପୌରାଣିକ ନାଟକରେ ସିତା ବନବାସକୁ ଚାଲିଯିବା ସମୟରେ କିଛି ଯୁବତୀ ପେଣ୍ଡାଲ ଉପରେ ଅଶ୍ଲିଳ ଗୀତରେ ନାଚ କରିଥାନ୍ତି । ଏହାକୁ ରୋକିବା ପାଇଁ କାହାରି ବି ଆନ୍ତରିକତା ନଥିବା ଭଳି ମନେ ହେଉଥିବା ବେଳେ ଏହାକୁ ଉପଭୋଗ କରିଥାନ୍ତି ପଥଭ୍ରଷ୍ଟ ଯୁବକମାନେ । ଯାହାକୁ ନେଇ ପୁରାତନ ନାଟକ ନିର୍ଦ୍ଦେଶକ ମାନେ ଚିନ୍ତା ପ୍ରକଟ କରୁଛନ୍ତି ।

“ ତେବେ ଏହି ଜିଲ୍ଲା ପୌରାଣିକ ନାଟକ କାହିଁ କେଉଁ ବର୍ଷରୁ ପାଳିତ ହୋଇ ଆସୁଥିବା ବେଳେ ସମାଜର କିଛି ଅଶିକ୍ଷିତ ନାଟ୍ୟ ନିର୍ଦ୍ଦେଶକଙ୍କ ପାଇଁ ଏହିଭଳି ଘଟଣା ବଢିବାରେ ଲାଗିଛି ବୋଲି ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମନୁ ବେହେରା କହିଛନ୍ତି ।” ଆଜିକାର ସମାଜ ଯଦି ସଚେତନ ନ ହୋଇ ଏହାକୁ ରୋକା ନ ଯିବ ତେବେ ସଂସ୍କୃତି ନାମରେ ଏହିଭଳି ଅପସଂସ୍କୃତି ବଢିବାରେ ଲାଗିବ ।
Published by:Soubhagya Mishra
First published: