ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»OAS Results: ସଫଳତାର ରାଜ୍ ଶେୟାର କଲେ ଟପ୍ପର ଅଶ୍ବିନୀ କୁମାର ପଣ୍ଡା

OAS Results: ସଫଳତାର ରାଜ୍ ଶେୟାର କଲେ ଟପ୍ପର ଅଶ୍ବିନୀ କୁମାର ପଣ୍ଡା

ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା (OCS exams) ପାଇଁ ମୋ’ଟ ୪୭,୭୧୯ ଜଣ ଆବେଦନ କରିଥିଲେ । ସେଥିରୁ ପ୍ରାଥମିକ ପରୀକ୍ଷାରେ (OCS prelims exams) ୨୫,୭୮୦ ଜଣ ଭାଗ ନେଇଥିଲେ । ଲିଖିତ ପରୀକ୍ଷା (OCS main exams) ପାଇଁ ୧,୮୮୦ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ ।

OAS Results: ସଫଳତାର ରାଜ୍ ଶେୟାର କଲେ ଟପ୍ପର ଅଶ୍ବିନୀ କୁମାର ପଣ୍ଡା
ସଫଳତାର ରାଜ୍ ଶେୟାର କଲେ ଟପ୍ପର ଅଶ୍ବିନୀ କୁମାର ପଣ୍ଡା
  • News18 Odia
  • Last Updated: October 9, 2021, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର: ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ (OAS results) ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ବିନୀ କୁମାର ପଣ୍ଡା ଚଳିତ ଥର ଟପ୍ପର୍‌ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ (ଟପ୍‌ ଟେନ୍‌) ମଧ୍ୟରେ ଅଛନ୍ତି ତିନି ଜଣ ମହିଳା । ଟପ୍ପର ହେବା ପରେ ଅଶ୍ବିନୀ ଶେୟାର କରିଛନ୍ତି ନିଜ କଠିନ ପରିଶ୍ରମର ରାଜ୍ ।

ପଣ୍ଡା ତାଙ୍କର ବିନା କୋଚିଂରେ ପ୍ରଥମ ପ୍ରୟାସରେ OCS ପରୀକ୍ଷା କ୍ଲିଅର କରିଥଲେ । ସଫଳତାକୁ ଏକ ଅପ୍ରତ୍ୟାଶିତ ବୋଲି କହି ସେ ଏହାକୁ ନିଜ ପିତାମାତାଙ୍କୁ ଉତ୍ସର୍ଗ କରିଛନ୍ତି ।

ସେ କହିଛନ୍ତି, ‘‘ମୁଁ କୌଣସି ଅନୁଷ୍ଠାନରେ କୋଚିଂ ନେଇ ନଥିଲି | ମୁଁ ଦୃଢ଼ ଭାବରେ ବିଶ୍ବାସ କରେ ଯେ OSC ପରୀକ୍ଷା ପାଇଁ ଆତ୍ମ ପ୍ରସ୍ତୁତି ସର୍ବୋତ୍ତମ। ଲକଡାଉନ୍ ଅବଧିରେ ମୁଁ ଘରେ ମୋର ପ୍ରସ୍ତୁତି କରିଥିଲି । ଏଥିରେ ମୋର ପରିବାର ସଦସ୍ୟ ମୋତେ ସମର୍ଥନ କରିଥିଲେ। ଯଦିଓ ଲକଡାଉନ୍ ସମୟରେ ବହୁତ ନକାରାତ୍ମକତା ଥିଲା, ମୁଁ ସେହି ସମୟକୁ ବ୍ୟବହାର କରି ଏହାକୁ ଏକ ସୁଯୋଗ ଭାବରେ ଗ୍ରହଣ କଲି । ମୁଁ ଦିନକୁ ସାତ ଘଣ୍ଟା ପାଠ ପଢୁଥିଲି ଓ ମୋର ପ୍ରସ୍ତୁତି ପାଇଁ ଇଣ୍ଟରନେଟ୍ ବ୍ୟବହାର କରୁଥିଲି।’’

OCS ଆଶା ରଖିଥିବା ପିଲାଙ୍କ ପାଇଁ ଏକ ବାର୍ତ୍ତାରେ ପଣ୍ଡା କହିଛନ୍ତି, “ଯେଉଁମାନେ OCS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ବୁଝିବା ଉଚିତ୍ ଯେ ଏହା ଏକ ବ୍ୟାପକ ପ୍ରକ୍ରିୟା, ଯେଉଁଥିରେ ନିଜକୁ ବିକାଶ କରିବାକୁ ପଡ଼ିବ । ସେମାନଙ୍କୁ ସେମାନଙ୍କର ଜ୍ଞାନ ଓ ଦକ୍ଷତାର ରାଶି ବିସ୍ତାର କରିବାକୁ ପଡ଼ିବ।”

OCS ଆଶା ରଖିଥିବା ପିଲାମାନେ ରାଜ୍ୟରେ ସାମ୍ପ୍ରତିକ କାର୍ଯ୍ୟ, ସମସ୍ୟାଗୁଡ଼ିକର ମୂଳ କାରଣ ଓ ଏହାର ସମାଧାନ ଉପରେ ନଜର ରଖିବା ଉଚିତ୍ । ସେମାନେ ମଧ୍ୟ ନିୟମିତ ଖବରକାଗଜ ପଢ଼ିବା ଉଚିତ, ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରିବା ଉଚିତ ଓ କେବେ ହାର ମାନନ୍ତୁ ନାହିଁ ବୋଲି ସେ କହିଛନ୍ତି।

“ମୋର ଲକ୍ଷ୍ୟ ହେଉଛି ସେହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଚେଷ୍ଟା କରିବା, ଯେଉଁଠାରେ ମୋତେ ପୋଷ୍ଟିଂ ମିଳିବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମହିଳା ସଶକ୍ତିକରଣ ମୋ ଧ୍ୟାନରେ ରହିବ,’’ କହିଛନ୍ତି ପଣ୍ଡା।

ଉଲ୍ଲେଖଯୋଗ୍ୟ, ଗ୍ରୁପ୍-ଏ ଓ ଗ୍ରୁପ୍-ବି ବର୍ଗରେ ନିଯୁକ୍ତି ପାଇଁ ଆୟୋଗ ଦ୍ୱାରା ମୋଟ ୧୫୩ ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।
Published by: Lipina Das
First published: October 9, 2021, 4:46 PM IST