ନିଦ ନହେବାରୁ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ ! ଡ଼ିସିପି କହିଲେ ମାନସିକ ଚାପରେ ଥିଲେ ଛାତ୍ରୀ

ଘଟଣାସ୍ଥଳରୁ ଜବତ ହେଲା ହାତଲେଖା ସୁଇସାଇଡ଼ ନୋଟ । ଯେଉଁଥିରେ କୁନି ଲେଖିଥିଲେ ତାଙ୍କୁ ଭଲରେ ନିଦ ହେଉନି କି ସେ ଶାନ୍ତିରେ ଶୋଇ ପାରୁନାହାଁନ୍ତି । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ପୋଲିସ କାହାକୁ ହାଇରାଣ ନକରୁ ।

ନିଦ ନହେବାରୁ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ ! ଡ଼ିସିପି କହିଲେ ମାନସିକ ଚାପରେ ଥିଲେ ଛାତ୍ରୀ

ନିଦ ନହେବାରୁ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ ! ଡ଼ିସିପି କହିଲେ ମାନସିକ ଚାପରେ ଥିଲେ ଛାତ୍ରୀ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର-: ରାଜ୍ୟ ରାଜଧାନୀ ଉପକଣ୍ଠ ଜାମୁକୋଳି ଅଞ୍ଚଳରେ ଥିବା ଜାଭିୟର କଲେଜ୍ ଅଫ୍ ନର୍ସିଂ କଲେଜ ଛାତ୍ରୀ କୁନି କଅଁର ଆତ୍ମହତ୍ୟାକୁ ନେଇ ବଢୁଛି ସସପେନ୍ସ । କାହିଁକି ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ ଉତ୍ତର ଖୋଜି ପାଉନି କମିସନରେଟ ପୋଲିସ।  ମୃତଦେହର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଜବତ ସୁଇସାଇଡ଼ ନୋଟ ନେଇ ତଦନ୍ତ କରୁଛି ଏୟାରଫିଲଡ଼ ଥାନା ପୋଲିସ ।

ଜବତ  ସୁଇସାଇଡ଼ ନୋଟରେ ମୃତ ଛାତ୍ରୀ କୁନି ଲେଖିଛନ୍ତି, "ମୋର ମା, ମୋ ପରିବାର, ଦିଦି ଓ ସାଙ୍ଗସାଥି । ମୋତେ କ୍ଷମା କରିଦେବ।  ଏଥିରେ କାହାର ଦୋଷ ନାହିଁ, ଆଉ ଯଦି ପୋଲିସ କେସ କରିବ ଦୟାକରି କାହାକୁ କଷ୍ଟ ଦେବେନି । ମୋତେ ନିଦ ଲାଗୁ ନଥିଲା , ମୁଁ ଶୋଇ ପାରୁନଥିଲି।  ଦିନ ପରେ ଦିନ ଗଡୁଥିଲା ହେଲା ମୋତେ କିଛି ଭଲ ଲାଗୁ ନଥିଲା ।  କିଛି କରିବାକୁ ବି ଇଚ୍ଛା ଲାଗୁ ନଥିଲା । କଣ କରିବି ବୁଝି ପାରୁନଥିଲି । ହେ ଭଗବାନ ମୋତେ ନେଇଯାଅ । ସରି...ସରି । ପୋଲିସ ଆଜ୍ଞା ଏଥିରେ କାହାର କିଛି ଭୁଲ ନାହିଁ, ଦୟାକରି କାହାକୁ କିଛି କରିବେ ନାହିଁ " ।



"୨୦୨୧ ମସିହାରେ ନର୍ସିଂରେ ନାମ ଲେଖିଥିଲେ କୁନି । ଝିଅଟି ଚାପରେ ଥିଲା । ତାର ହାଵ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ରବିବାର ସେ ବହୁ ସମୟ ଧରି ନୀରବ ରହୁଥିଲା । ଏପରିକି ବିଚଳିତ ମଧ୍ୟ ହେଉଥିଲା । ଏହା ତାଙ୍କ ସାଙ୍ଗ ଜାଣିବା ପରେ ତାଙ୍କ ଘର ଲୋକଙ୍କୁ କଲ କରି ଜଣାଇଥିଲୁ" ବୋଲି କହିଛନ୍ତି କଲେଜ କତ୍ତୃପକ୍ଷ ।

ଭୁବନେଶ୍ୱର ଡ଼ିସିପି କହିଛନ୍ତି, କୁନିଙ୍କ ଘର ବଲାଙ୍ଗୀର ଜିଲ୍ଲାରେ । ବାପାଙ୍କର ମୃତ୍ୟୁ ପରେ ପରିବାରରେ ସେ ମାନସିକ ଚାପରେ ଥିଲେ । ପରିବାରରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥିଲା ।  ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା ବେଳେ ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣା ପଡ଼ିଛି । ଯଦିଓ ପୋଲିସ ହାତଲେଖା ଚିଠି ଜବତ କରିନି, କିନ୍ତୁ ହଷ୍ଟେଲରେ ଥିବା ଅନ୍ୟ ଯୁବତୀ ମାନେ ଏହି ଚିଠିକୁ ପୋଲିସକୁ ଦେଇଛନ୍ତି । ଯେଉଁଥିରେ ସେ ମାନସିକ ଚାପରେ ଥିବା ଜଣା ପଡ଼ିଛି । ତେଣୁ ଏବେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି "।

ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ କୁନି ? ସତରେ କଣ କୁନିଙ୍କର ଥିଲା କି ଆର୍ଥିକ ସମସ୍ୟା ? ସୁଇସାଇଡ଼ ନୋଟରେ ଆର୍ଥିକ ସମସ୍ୟା କଥା ଉଲେଖ କରି ନାହାନ୍ତି ମୃତ ଛାତ୍ରୀ ? ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଲୁଚି ରହିଛି କି ? ପରିବାର ଲୋକେ ଆର୍ଥିକ ସମସ୍ୟାକୁ ଏଡାଇ ଯାଇଥିବା ବେଳେ ରହସ୍ୟ ବୃଦ୍ଧି ପାଉଛି ।
Published by:Soubhagya Mishra
First published: