ନର୍ସ ଶିବାନୀ ଦାଶଙ୍କୁ ମିଳିବ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର; ରାଷ୍ଟ୍ରପତି ଦେବେ ଏହି ସମ୍ମାନ

ଆଗାମୀ ଦିନରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ। ଏମକେସିଜିର ପ୍ରଥମ ମହିଳା ନର୍ସ ଭାବେ ଏହି ପୁରସ୍କାର ଗ୍ରହଣ କରିବେ ଶିବାନୀ। ଯାହାକୁ ନେଇ କେବଳ ଶିବାନୀ ନୁହେଁ ବରଂ ଏମକେସିଜି ମେଡ଼ିକାଲର ସମସ୍ତ ନର୍ସମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସୀର ଲହରୀ।

ନର୍ସ ଶିବାନୀ ଦାଶଙ୍କୁ ମିଳିବ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର

ନର୍ସ ଶିବାନୀ ଦାଶଙ୍କୁ ମିଳିବ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ ପାଇବେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର। ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଶିବାନୀ ଦାଶଙ୍କ ନାମ ସୁପାରିସ କରାଯାଇଛି।

ଆଗାମୀ ଦିନରେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ। ଏମକେସିଜିର ପ୍ରଥମ ମହିଳା ନର୍ସ ଭାବେ ଏହି ପୁରସ୍କାର ଗ୍ରହଣ କରିବେ ଶିବାନୀ। ଯାହାକୁ ନେଇ କେବଳ ଶିବାନୀ ନୁହେଁ ବରଂ ଏମକେସିଜି ମେଡ଼ିକାଲର ସମସ୍ତ ନର୍ସମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସୀର ଲହରୀ।

ମାନବ ସେବା ହିଁ ମାଧବ ସେବା। ଏଭଳି ସେବା ମନୋବୃତ୍ତିକୁ ନେଇ ସେ ନିଷ୍ଠାପର ଭାବେ ରୋଗୀଙ୍କ ସେବା କରି ଚାଲିଥିଲେ। ଦୀର୍ଘ ବର୍ଷ ଧରି ଏଭଳି ନିସ୍ବାର୍ଥପର ସେବା କରିବା ପରେ ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ଠାରୁ ପୁରସ୍କାର ପାଇବା ନେଇ ଚୟନ ହୋଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ। ଲୋଚାପଡ଼ା ମେଇନରୋଡ଼ର ବାସିନ୍ଦା ହେଉଛନ୍ତି ଶିବାନୀ। ୨୦୦୭ ମସିହାରୁ ସେ ଏମକେସିଜି ମେଡ଼ିକାଲରେ ନର୍ସ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ ପାଇବେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ।


ଏହା ପୂର୍ବରୁ ସେ କୋଲକାତାରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କୁ ସେବା ଯୋଗାଇ ଦେବାରେ ସର୍ବଦା ଆଗରେ ରହୁଥିବା ଶିବାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଶିବାନୀ କୋରୋନା ସମୟରେ ନିଜର ନିରନ୍ତର ସେବା ପାଇଁ ବେଶ ଚର୍ଚ୍ଚାରେ ରହି ଆସିଥିଲେ। ଶୀତଳାପଲ୍ଳୀ କୋଭିଡ଼ ହସ୍ପିଟାଲରେ ଦିନରାତି ଏକ କରି କୋଭିଡ଼ ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ। ନିଜେ ସୁରକ୍ଷିତ ରହି ମହାମାରୀରେ ବି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଅନେକ ରୋଗୀଙ୍କୁ ସୁସ୍ଥ ମଧ୍ୟ କରିଥିଲେ ସେ। ଏହାସହିତ ଏମକେସିଜି କୋଭିଡ଼ ହସ୍ପିଟାଲରେ କୋରୋନା ରୋଗୀଙ୍କ ଦାଢ଼ି କାଟିବା, ମୁଣ୍ଡ କୁଣ୍ଡାଇଦେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା କରିଥିଲେ ଶିବାନୀ।

ଏମକସିଜି ମେଡ଼ିକାଲର ବିଭିନ୍ନ ୱାର୍ଡ଼ରେ ରହିଥିବା ଅସହାୟ ରୋଗୀଙ୍କୁ ଉଚିତ୍ ଚିକିତ୍ସା ସେବାରେ ଯୋଗାଇ ଦେଉଥିଲେ ସେ। ଯାହାଫଳରେ ବର୍ତ୍ତମାନ ତାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଥିବା ଯୋଗୁଁ ବେଶୀ ଖୁସୀ ସେ। କାରଣ ଏମକେସିଜି ମେଡ଼ିକାଲର ପ୍ରଥମ ନର୍ସ ଭାବେ ଏହି ସମ୍ମାନ ତାଙ୍କୁ ମିଳିବାକୁ ଯାଉଛି। ଯାହାକି ବେଶ ଗର୍ବର କଥା ବୋଲି କହିଛନ୍ତି ନର୍ସ ଶିବାନୀ ଦାଶ।

ଏହି ପୁରସ୍କାର ପାଇବା ନେଇ ଘୋଷଣା ହେବା ପରେ ମନରେ ରହିଥିବା ସେବା ମନାବୃତ୍ତି ଆହୁରି ବୃଦ୍ଧି ହୋଇଛି। ଏହି ସେବା ମନୋବୃତ୍ତି ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଚାଲୁ ରହିବ।

ସମସ୍ତ ନର୍ସମାନେ ନିଶ୍ବାର୍ଥପର ସେବା କରିଲେ ହିଁ ଦିନେ ନା ଦିନେ ସେହି ସେବାର ମୂଲ୍ୟ ନିଶ୍ଚିତ ମିଳିବ। ସେବା କରି ଚାଲିବା ସମୟରେ କେବେ ମଧ୍ୟ ଭାବିନଥିଲି ଏତେ ବଡ଼ ପୁରସ୍କାର ମିଳିବ। ତଥାପି ପୁରସ୍କାର ନେଇ ମନୋନୀତ ହେବା ଯୋଗୁଁ ଆଗାମୀ ଦିନରେ ଆହୁରି ସେବାକୁ ବଢ଼ାଇବା ସହିତ ରୋଗୀମାନେ କିଭଳି ସୁସ୍ଥ ହେବେ ସେ ନେଇ ଗୁରୁତ୍ବ ଦେବେ ବୋଲି କହିଛନ୍ତି ନର୍ସ ଶିବାନୀ ଦାଶ।

ସେପଟେ ଶିବାନୀଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ମିଳୁଥିବା ନେଇ ଘୋଷଣା ହେବା ପରେ ନର୍ସମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି। ଏମକେସିଜି ମେଡ଼ିକାଲର ସମସ୍ତ ନର୍ସମାନେ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିପଡ଼ିଛନ୍ତି।

‘‘ଶିବାନୀ ସାଧାରଣ ଦିନ ଭଳି କୋରୋନା ସମୟରେ ଯେଉଁ ସବୁ ସେବା ରୋଗୀଙ୍କୁ ଯୋଗାଇ ଦେଇଥିଲେ। ସେଥିରୁ ଜଣାପଡ଼ୁଥିଲା ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବୋଲି। ତେଣୁ ଶିବାନୀ ଏମକେସିଜି ମେଡ଼ିକାଲର ପ୍ରଥମ ନର୍ସ ଭାବେ ଏହି ପୁରସ୍କାର ପାଉଥିବା ଯୋଗୁଁ ସେ ଅନ୍ୟ ନର୍ସ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି,’’ କହିଛନ୍ତି ଅତିରିକ୍ତ ନର୍ସିଂ ସୁପରିଟେଣ୍ଡେଣ୍ଟ ସଂଯୁକ୍ତା ଦାଶ।

୨୦୨୧ ବର୍ଷ ପାଇଁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ନିମନ୍ତେ ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ୫ ଜଣଙ୍କ ନାମ ସୁପାରିସ କରିଥିଲେ। ସେହି ୫ ଜଣଙ୍କ ଭିତରେ ଶିବାନୀଙ୍କ ନାଁ ରହିଥିଲା। ଆଉ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶନିବାନୀଙ୍କୁ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।
Published by:Lipina Das
First published: