ପୂର୍ବ ବର୍ଷ ଅପେକ୍ଷା ବାଲେଶ୍ବର ଜିଲ୍ଲାରେ କମିଛି HIV ସଂକ୍ରମଣ; ସାମ୍ନାକୁ ଆସିଲା ତାଲିକା

ସୂଚନାନୁସାରେ, ୨୦୦୩ରୁ ୨୦୨୧ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧,୭୫୦ରେ ପହଞ୍ଚିଛି।

ପୂର୍ବ ବର୍ଷ ଅପେକ୍ଷା ବାଲେଶ୍ବର ଜିଲ୍ଲାରେ କମିଛି HIV ସଂକ୍ରମଣ

ପୂର୍ବ ବର୍ଷ ଅପେକ୍ଷା ବାଲେଶ୍ବର ଜିଲ୍ଲାରେ କମିଛି HIV ସଂକ୍ରମଣ

  • Share this:
News18 Odia Digital

ବାଲେଶ୍ବର: ବୁଧବାର ଦିନ ବିଶ୍ବ ପାଳନ କରିଥିଲା ବିଶ୍ବ ଏଡସ୍ ଦିବସ । ଏହି ଅବସରରେ ବାଲେଶ୍ବର ଜିଲ୍ଲା ଏଡସ୍ ରୋଗୀଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଥିଲା। ବାଲେଶ୍ଵର ଜିଲ୍ଲାରେ ଗତ କିଛି ବର୍ଷର ପରିସଂଖ୍ୟାନକୁ ଦେଖିଲେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଉଥିବା ଜଣାପଡ଼ିଛି। ଏବେ ଏଆଇଭି ପରୀକ୍ଷା ବୃଦ୍ଧି ପାଇଥିବାବେଳେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି।

ସୂଚନାନୁସାରେ, ୨୦୦୩ରୁ ୨୦୨୧ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧,୭୫୦ରେ ପହଞ୍ଚିଥିଲା । କେବଳ ବାଲେଶ୍ବର ଜିଲ୍ଲାରୁ ୧.୫୦୯ ଜଣ ରହିଥିବା ବେଳେ ବାକି ଏଠାରେ ରହିଥିବା ଅନ୍ୟ ସ୍ଥାନରୁ ଆକ୍ରାନ୍ତ ଅଛନ୍ତି। ଏହା ସହ ୪୦୩ ଜଣ ଏଡସ୍ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୨୦ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ ଅଛନ୍ତି।

ADMO ବାଲେଶ୍ୱର ଶଶାଙ୍କ ଶେଖର ଚୌଧୁରୀ କହିଛନ୍ତି, "ଗତ ତିନି ବର୍ଷର ପରିସଂଖ୍ୟାନକୁ ଯଦି ତୁଳନା କରିବା, ତାହେଲେ ୨୦୧୯ରେ ଜିଲ୍ଲାରେ ୧୧୪ ଜଣ ଏଆଇଭି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ମସିହାରେ ୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧ରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ୫୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଯାଇ ୧୨ ଜଣରେ ପହଞ୍ଚିଥିଲା। ତେବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ତୁଳନାରେ ଖଇରା, ସୋର, ଜଳେଶ୍ବର ଓ ସଦର ବ୍ଲକରେ ଏଆଇଭି ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଜଣାଯାଇଛି। ଜିଲ୍ଲାର ସର୍ବାଧିକ HIV ପଜିଟିଭ ସୋରରେ ୨୧୦ ଜଣ ଥିବାବେଳେ ବାଲିଆପାଳରେ ସର୍ବନିମ୍ନ ୫୭ ଜଣ ପଜିଟିଭ ରହଛନ୍ତି ।

ସୂଚନାନୁସାରେ, ୨୦୦୩ରୁ ୨୦୨୧ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧,୭୫୦ରେ ପହଞ୍ଚିଛି ।


ଏଡସ୍ ନେଇ ବୁଧବାର ବିଶ୍ୱ ଏଡସ୍ ଦିବସରେ ଫକୀର ମୋହନ କଲେଜ ଓ ଜିଲ୍ଲା ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଡସ୍ ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଉଥିବାରୁ ରୋଗୀ ବିପଦର ସମ୍ମୁଖୀନ ହେବା ସହ ମୃତ୍ୟୁ ମୁଖରେ ପଡ଼ିଥାଏ। ତେଣୁ ଏଥି ନିମନ୍ତେ ଜନ ସଚେତନତା ସୃଷ୍ଟି ନିହାତି ଆବଶ୍ୟକ । ଏଡସର ନିରାକରଣ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ବିଶେଷ କରି ଯୁବପିଢ଼ିଙ୍କୁ ଏ ଦିଗରେ ଯଥେଷ୍ଟ ସଚେତନା କରାଯାଇପାରିଲେ ଏହି ରୋଗର ପ୍ରାଦୁର୍ଭାବକୁ ଆମେ କମାଇବାକୁ ସକ୍ଷମ ହୋଇପାରିବା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲାର ପରିସଂଖ୍ୟାନ ଦେଖିଲେ ୨୫ ରୁ ୪୯ ବର୍ଷ ମଧ୍ୟରେ ଅଧିକ ପଜିଟିଭ ରହୁଥିବାରୁ ଯୁବ ବର୍ଗ ଅଧିକ ସଚେତନ ହେବା ଆବଶ୍ୟକ ଅଛି। ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଏଥି ପ୍ରତି ସଚେତନ ହେବା ସହିତ ସଜାଗ ରହିଲେ ଏହାକୁ ରୋକା ଯାଇପାରିବ ବୋଲି ଫକୀର ମୋହନ କଲେଜ ଅଧ୍ୟାପକ ଡ଼ଃ. ସନ୍ତୋଷ ରାଉତ କହିଥିଲେ ।

‘‘ଏଡସ ରୋଗୀଙ୍କୁ ସଚେତନ କରାଇବା ସେମାନଙ୍କ ଚିକିତ୍ସା ସୁବିଧା ଥିବାରୁ ଭୟାବୀତ ନହେବା ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆଵଶ୍ୟକ । ସେହିପରି ଯେଉଁ ଵର୍ଗରେ ଅଧିକ HIV ପଜିଟିଭ ରୋଗୀ ଦେଖା ଯାଉଛନ୍ତି ସେହି ବର୍ଗର ଟ୍ରେସିଂ ବୃଦ୍ଧି ଆବଶ୍ୟକ,’’ କହିଥିଲେ ଡାକ୍ତର ଶାନ୍ତନୁ ଦାସ ।

ଏଡସର ନିରାକରଣ ହେଲା କେବଳ ସଚେତନ ହେବା ସହିତ ସୁରକ୍ଷା ଆପଣେଇବା ସେଥି ପାଇଁ ଏଥି ପ୍ରତି ସମସ୍ତେ ସଚେତନ ରହିଲେ ଜିଲ୍ଲାର HIV ଗ୍ରାଫ ଆହୁରି ହ୍ରାସ ହୋଇପାରିବ ।
Published by:Lipina Das
First published: