ଢେଙ୍କାନାଳ ଜିଲ୍ଲାର ଆଠଟି ରେଞ୍ଜରେ କ୍ରମାଗତ ଭାବେ ବଢ଼ି ଚାଲିଛି ହାତୀଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲାର ଆଠଟି ରେଞ୍ଜରେ କ୍ରମାଗତ ଭାବେ ବଢ଼ି ଚାଲିଛି ହାତୀଙ୍କ ସଂଖ୍ୟା। ନିକଟରେ କେବଳ ସାତକୋଶିଆରୁ ୩୦ଟି ହାତୀ ଜିଲ୍ଲାରେ ପ୍ରବେଶ କରିଛନ୍ତି। ମୋଟ ୨୭୦ଟି ହାତୀ ଏବେ ଜିଲ୍ଲାରେ ରହିଥିବା ସ୍ପଷ୍ଟ କରିଛି ବନ ବିଭାଗ।

ଢେଙ୍କାନାଳ ଜିଲ୍ଲାର ଆଠଟି ରେଞ୍ଜରେ କ୍ରମାଗତ ଭାବେ ବଢ଼ି ଚାଲିଛି ହାତୀଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲାର ଆଠଟି ରେଞ୍ଜରେ କ୍ରମାଗତ ଭାବେ ବଢ଼ି ଚାଲିଛି ହାତୀଙ୍କ ସଂଖ୍ୟା

  • Share this:
News18 Odia Digital

ଢେଙ୍କାନାଳ: ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଓଡ଼ିଶା ରହି ଆସୁଥିବା ବେଳେ ବିଗତ କିଛି ଦିନ ହେବ ଆଠଗଡ଼ ବନଖଣ୍ଡର କିଛି ଜାଗାରୁ ହାତୀଙ୍କ ସିରିଜ କଙ୍କାଳ ଠାବ ହେବା ଜଙ୍ଗଲ ବିଭାଗର ନିଦ ହଜାଇ ଦେଇଛି। ଏଭଳି ପରିସ୍ଥିତିରେ ଢେଙ୍କାନାଳ ଜିଲ୍ଲାରେ ସିମାପାର ହାତୀଙ୍କ ସଂଖ୍ୟା ବଢୁଥିବା ନଜରକୁ ଆସିଛି।

ଏଠାକାର ଜଳବାୟୁ ଏହି ବିଶାଳକାୟ ପ୍ରାଣୀଙ୍କୁ ସୁହାଉ ଥିବାରୁ ସେମାନେ ସିମାପାର ହୋଇ ଜିଲ୍ଲା ମଧ୍ୟକୁ ଚାଲି ଆସୁଥିବା ଅନୁମାନ କରାଯାଉଛି।

କେବଳ ସାତକୋଶିଆ ଅଭୟାରଣ୍ୟରୁ ନିକଟରେ ୩୦ଟି ହାତୀ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହା ଦ୍ବାରା କିଛି ମାସ ତଳେ ଜିଲ୍ଲାରେ ହାତୀଙ୍କ ସଂଖ୍ୟା ୨୪୦ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୨୭୦ରେ ପହଞ୍ଚିଛି। ସେଥି ମଧ୍ୟରୁ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ଟି ହାତୀ ଅଛନ୍ତି। ସେଥିରୁ ଗୋଟିଏ ପଲରେ ୬୫ଟି ହାତୀ ଦଳବଦ୍ଧ ହୋଇ ବୁଲୁଥିବା ଦେଖାଦେଇଛି।

ଜିଲ୍ଲାର ଆଠଟି ଯାକ ରେଞ୍ଜରେ ଥିବା ମୋଟ ୨୭୦ଟି ହାତୀଙ୍କ ମଧ୍ୟରୁ ୨୬ଟି ଦନ୍ତା ଗୋଠଛଡ଼ା ହୋଇ ବୁଲୁଥିବା ଦେଖାଦେଇଛି। ଏହି ଗୋଠଛଡ଼ା ଦନ୍ତାହାତୀମାନେ ଖାଦ୍ୟ ଅନ୍ୟେଷଣରେ ଜନବସତୀ ମୁହାଁ ହେଉଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଗଜସାଥୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

"ଢେଙ୍କାନାଳ ବନଖଣ୍ଡରେ ୨୦୧୭-୧୮ ପରଠାରୁ ବାର୍ଷିକ ହାତୀ ଗଣନା ହେଉନଥିଲେ ସୁଦ୍ଧା ପ୍ରତ୍ୟେକ ଦିନ ସିମାରେ ହାତୀଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ହିସାବ ରଖାଯାଉଛି। ଗତ ୨୦୨୧-୨୨ ବର୍ଷରେ ହାତୀ ଆକ୍ରମଣରେ ୨୨ ଜଣ ଙ୍କର ପ୍ରାଣହାନୀ ଘଟିଛି।

ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ରେଞ୍ଜକୁ ଲାଗି କନ୍ଧରା ସଂରକ୍ଷିତ ଜଙ୍ଗଲ ରହିଛି। ଯାହା ଆଠଗଡ଼ ନରସିଂହପୁର ବଡମ୍ବାକୁ ଲାଗିଛି। ଯେଉଁଥି ପାଇଁ ହାତୀ ଶିକାରର ଭୟ ରହିଥିବା ବେଳେ ବନବିଭାଗ ପାଇଁ ଏହାକୁ ରୋକିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଛି।

ପ୍ରାକୃତିକ ସବୁଜିମାରେ ଭରପୁର ଢେଙ୍କାନାଳ ଜିଲ୍ଲାର ଜଳବାୟୁ ଓ ବ୍ରାହ୍ମଣୀ ନଦୀ ଚାରିପାଖ ଘଞ୍ଚ ଜଙ୍ଗଲ ରହିଥିବାରୁ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହି ଅନୁସାରେ ବନ ବିଭାଗକୁ ଅଧିକ ସକ୍ରିୟ ହୋଇ କାମ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ପରିବେଶବିତ୍ତ ପ୍ରଦ୍ୟୁମ୍ନ ରଥ।

ହାତୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗ ଆପ୍ରାଣ ଉଦ୍ୟମ ଜାରି ରଖିଛି। ୨୭ଟି ଯାକ ଗୋଠଛଡ଼ା ଦନ୍ତାଙ୍କ ଉପରେ ବିଶେଷ ଦୃଷ୍ଟି ମଧ୍ୟ ଦିଆଯାଉଛି। କେବଳ ହିନ୍ଦୋଳ ରେଞ୍ଜରେ ୨୦୦ହାତୀ ଥିବାରୁ ଲୋକମାନଙ୍କୁ ଅଧିକ ସଚେତନ ହେବା ପାଇଁ ଅପିଲ କରିଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ।
Published by:Lipina Das
First published: