ବିଗତ ୧୦ ବର୍ଷରେ ରାଜ୍ୟରେ ବୃଦ୍ଧି ହୋଇନାହିଁ ହାତୀ ସଂଖ୍ୟା; ଚିନ୍ତା ପ୍ରକଟ କଲେ ପରିବେଶବିତମାନେ

ଗତ ୧୦ ବର୍ଷ ଭିତରେ ହାତୀ-ମଣିଷ ଲଢ଼େଇରେ ୭୪୪ ମଣିଷ ଓ ୭୪୦ ହାତୀଙ୍କର ଜୀବନ ଯାଇଛି । ବିଗତ ୯ ମାସ ମଧ୍ୟରେ ୫୫ଟି ହାତୀ ଓ ୮୫ ଜଣ ଲୋକ ମରିଛନ୍ତି । ହାତୀ ପ୍ରତି ମଣିଷର ଉଦାର ମନୋଭାବ ନାହିଁ ବୋଲି ପରିବେଶବିତମାନେ କହିଛନ୍ତି ।

ବିଗତ ୧୦ ବର୍ଷରେ ରାଜ୍ୟରେ ବୃଦ୍ଧି ହୋଇନାହିଁ ହାତୀ ସଂଖ୍ୟା; ଚିନ୍ତା ପ୍ରକଟ କଲେ ପରିବେଶବିତମାନେ
ବନ ବିଭାଗ ତରଫରୁ ଢେଙ୍କାନାଳରେ ରାସ୍ତାରେ ଲଗାଯାଇଥିବା ଏକ ସାଇନ୍‌ବୋର୍ଡ଼
  • News18 Odia
  • Last Updated: August 15, 2020, 8:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିକଟ ଅତୀତରେ ବିଶ୍ୱ ଗଜରାଜ ଦିବସ ଯାଇଛି । ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ନ ହେବା ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ କହିବା ଅନୁସାରେ କେବଳ ଅଗଷ୍ଟ ୧୨ ତାରିଖ  ଦିନ ହିଁ ହାତୀମାନଙ୍କୁ ମନେ ପକାଯାଏ । ସେହି ଦିନଟିରେ ହାତୀ ଆମର ସାଥୀ । ତେଣୁ ହାତୀ ପାଇଁ ସେ ଦିନ କେତେ ସ୍ଳୋଗାନ, ସୋସିଆଲ ମିଡିଆରେ ବାର୍ତ୍ତା, ହାତୀ ସହ ଫଟୋ ଓ ଭାଷଣବାଜି ହୁଏ । ଆଉ ତା’ ପର ଦିନ ଠାରୁ ସମସ୍ତେ ପୁଣି ଏ ସବୁ ଭୁଲି ଯାଆନ୍ତି ।

ରାଜ୍ୟରେ ବର୍ତ୍ତମାନ ହାତୀଙ୍କ ସଂଖ୍ୟା ୨,୨୦୦ ।  ଶିମଳିପାଳରେ ୫୦୦ ଓ ସାତକୋଶିଆ ଅଭୟାରଣ୍ୟରେ ୨୦୦ ହାତୀ ରହିଥିବା ବେଳେ ବାକି ସାରା ରାଜ୍ୟର ବିଭିନ୍ନ ଜଙ୍ଗଲରେ ଆଉ ୧,୫୦୦ ହାତୀ ଅଛନ୍ତି । ଏହି ସଂଖ୍ୟା ପାଖାପାଖି ୧୦ ବର୍ଷ ହେବ ସ୍ଥିର ରହିଛି । ତେବେ ୧୦ ବର୍ଷ ହେବ କାହିଁକି ବଢୁନି ଗଜରାଜଙ୍କ ସଂଖ୍ୟା ? କେଉଁଠି ରହୁଛି ତ୍ରୁଟି ? ଏହାର ପ୍ରମୁଖ କାରଣ ହେଉଛି ।  ହାତୀ ମାନଙ୍କ ପାଇଁ ଗ୍ରୀନ ରୁଟ ହୋଇ ପାରିନି । ଯେଉଁ ସବୁଜ ଚଲାପଥରେ ହାତୀ ଯାତାୟତ କରିବେ । ହାତୀ-ମଣିଷ ଲଢ଼େଇରେ ପୂର୍ଣ୍ଣଛେଦ ପଡ଼ି ପାରିନ । କିଛି ଅସାଧୁ ବନ କର୍ମଚାରୀ, ଅଫିସର ଓ ଜଙ୍ଗଲ ଦସ୍ୟୁଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ହାତୀ ଶିକାର ଉପରେ ଲାଗିପାରିନି ରୋକ୍ । ହାତୀ ଚଲାପଥ ଉପରେ ରାଜପଥ, ରେଳପଥ ଓ ବିଦ୍ୟୁତ ଯିବା ଯୋଗୁ ହାତୀଙ୍କ ଜୀବନ ଯାଉଛି । ସଚେତନତା ସହ ସବୁ ବିହିତ ପଦକ୍ଷେପ କେବଳ ସରକାରୀ ନାଲିଫିତା ତଳେ ସୀମିତ ରହିଛି । ଏହି ସବୁ କାରଣ ପାଇଁ ବଢ଼ି ପାରିନି ହାତୀ ବଂଶ । ପ୍ରତିବର୍ଷ ଯେତିକି ହାତୀ ଜନ୍ମ ହେଉଛନ୍ତି ସେତିକି ମରୁଛନ୍ତି ଯାହା ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ।

‘‘ହାତୀକୁ ମଣିଷ ଏବେ ଶତ୍ରୁ ଭାବରେ ପରିଗଣିତ କରୁଛି । ହାତୀ ପ୍ରତି ମଣିଷର ଉଦାର ମନୋଭାବ ନାହିଁ । ଜଙ୍ଗଲ ନଷ୍ଟ, ଶିଳ୍ପାୟନ ବୃଦ୍ଧି ଓ ହାତୀ ଚଲାପଥରେ ସଡକ, ରେଳପଥ ଯିବା ଯୋଗୁଁ ହାତୀ ନିଜକୁ ସୁରକ୍ଷିତ ମଣୁନାହିଁ,'' କହିଛନ୍ତି ନନ୍ଦନକାନନର ପୂର୍ବତନ ଡିଏଫଓ କମଳ ଲୋଚନ ପୁରୋହିତ ।

ଯାଜପୁରରେ ଉତ୍ପାତ ମଚାଇଥିବା ଦନ୍ତା ହାତୀ ନରସିଂହା (ଫାଇଲ୍‌ ଫଟୋ)


ଗତ ୧୦ ବର୍ଷ ଭିତରେ ହାତୀ-ମଣିଷ ଲଢ଼େଇରେ ୭୪୪ ମଣିଷ ଓ ୭୪୦ ହାତୀଙ୍କର ଜୀବନ ଯାଇଛି । ବିଗତ ୯ ମାସ ମଧ୍ୟରେ ୫୫ ହାତୀ ଓ ୮୫ ମଣିଷ ମରିଛନ୍ତି, ଯାହାକି ସବୁଠାରୁ ଅଧିକ ହାତୀ ଓ ମନୁଷ୍ୟ ମୃତ୍ୟୁ । ପ୍ରାକୃତିକ ଭାବରେ ୫ ପ୍ରତିଶତ ହାତୀ ମରୁଥିବା ବେଳେ ବାକି ମନୁଷ୍ୟକୃତ କାରଣ ପାଇଁ ୯୫ ପ୍ରତିଶତ ହାତୀ ମରୁଛନ୍ତି ।

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହା ବି ପଢ଼ନ୍ତୁ | Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ

ସୁବଠୁ ବଡ଼ ଘଟଣା ହେଉଛି ବନ ବିଭାଗର ଅପାରଗତା ପାଇଁ ଜଙ୍ଗଲ ମାଫିଆଙ୍କ ଭାଉ ବଢ଼ିବା । ଯାହା ଫଳରେ ହାତୀ ଜଙ୍ଗଲରେ ଶାଳିଆ ବାଉଁଶର ଅଭାବ । ଯାହା ହାତୀ ମାନଙ୍କର ମୁଖ୍ୟ ଖାଦ୍ୟ । ତା ସହ ଜଙ୍ଗଲ କ୍ଷୟ ଓ ଗଛ ବିଲୋପ ଯୋଗୁ ହାତୀ ଫସଲ ନଷ୍ଟ କରୁଛନ୍ତି । ଯାହା ଏବେ ବଡ ସଙ୍କଟ ଭାବରେ ଉଭା ହୋଇଛି । ଏହା କହି ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତମାନେ।



‘‘ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି ଗଜ ଗାଡ଼ି ଓ ଗଜବନ୍ଧୁ ଯୋଜନା ହୋଇଥିଲା । ତାହା କେବଳ ହସ୍ତୀ ଦିବସ ଆସିଲେ ମନେ ପଡେ । ଯଦି ଏବେ ଠାରୁ ଆମେ ସତର୍କ ନ ହେବା ତବେ ସତସତିକା କେବଳ ଡାଇନୋସର ଭଳି ହାତୀକୁ କେବଳ ବହି ପୃଷ୍ଠାରେ ଦେଖିବେ ଆମ ଉତ୍ତର ପିଢ଼ି,’’ କହିଛନ୍ତି ପରିବେଶବିତ୍ ଡଃ ଦିଲୀପ ଶ୍ରୀଚନ୍ଦନ ।
Published by: Jagdish Barik
First published: August 15, 2020, 8:09 PM IST
corona virus btn
corona virus btn
Loading