ପୁରୀରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ; ସମ୍ବଲପୁରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି , ସଦଭାବନା ଓ ଭାଇଚାରାର ପ୍ରତୀକ । ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଏହା ଗଣପର୍ବ ହୋଇଥିବାରୁ ପୁରୀରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ ହୋଇଛି ।

ପୁରୀରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ; ସମ୍ବଲପୁରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ପୁରୀରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ; ସମ୍ବଲପୁରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପର୍ବ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ବିଶେଷ ପର୍ବ ଭାବେ ପାଳନ କରାଯାଏ । ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ରେ ଏହି ନୂଆଁଖାଇ ପର୍ବ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି । ଯାହା ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ପ୍ରତିଷ୍ଠା କରୁଛି । ମୁଖ୍ୟ ବକ୍ତା ଭାବେ ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ  ସରୋଜ କୁମାର ସ୍ୱାଇଁ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା, ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଯେତେ ଦୂରରେ ଥିଲେ ବି ନୂଆଁଖାଇ ପାଇଁ ଲୋକଟି ତା ପରିବାର ସହ ମିଶିବାର ଉତ୍ସାହ ହିଁ  ବଡ଼ ସଦଭାବ ବୋଲି ସେ କହିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ସନ୍ତୋଷ କୁମାର ସେଠୀ ମଧ୍ୟ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି, ଆମର ପୂର୍ବ ପରମ୍ପରା ଆସ୍ତେ ଆସ୍ତେ ଭାଗିଂ ଯାଉଛି । ଯାହା ଫଳରେ ଭବିଷ୍ୟତ ପିଢ଼ି ଆମ ମହାନ ସଂସ୍କୃତି ସମ୍ପର୍କରେ ଅଜ୍ଞ ରହି ଯାଉଛନ୍ତି । ଏହା ଫଳରେ ବରିଷ୍ଠ ଓ ବୟସ୍କଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ହ୍ରାସ ପାଉଛି । ନୂଆଁଖାଇ ପର୍ବ ପାଳନ ଆମ ଭାଇଚାରାକୁ ମଜବୁତ କରିବ ।

ନୃତ୍ୟ ଗୁରୁ  ଗୋବିନ୍ଦ ପାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ କୁମାର ମହାରଣା ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ନୂଆଁଖାଇର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।  ଶେଷରେ କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Published by:Soubhagya Mishra
First published: