ନୂଆଖାଇର ଲଗ୍ନ ନିରୂପଣ ହେଲା; ୨୩ ତାରିଖରେ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ

ପଶ୍ଚିମ ଓଡ଼ିଶାର ସବୁ ଠାରୁ ବଡ଼ ପର୍ବ ନୂଆଖାଇ ପାଇଁ ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ପଣ୍ଡିତ ମହାସଭାର ସଦସ୍ୟମାନେ ଲଗ୍ନ ନିରୂପଣ କରିଛନ୍ତି । ଆସନ୍ତା ୨୩ ତାରିଖ ସକାଳେ ମା’ଙ୍କ ଠାରେ ନବାନ୍ନ ଲାଗି ହେବ ।

ନୂଆଖାଇର ଲଗ୍ନ ନିରୂପଣ ହେଲା; ୨୩ ତାରିଖରେ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ
ମା’ ସମଲେଶ୍ୱରୀ ଓ (ଡାହାଣ) ସମ୍ବଲପୁରରେ ତାଙ୍କ ମନ୍ଦିର
  • News18 Odia
  • Last Updated: August 13, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଗଣ ପର୍ବ ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁ ଠାରୁ ବଡ଼ ପର୍ବ । ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଲୋକେ ନୂଆ ଖାଆନ୍ତି ସେହି ଦିନ। ଏଥି ପାଇଁ ଲଗ୍ନ ନିରୂପଣ ସରିଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନନ୍ଦ ଉତ୍ସବ ଦିନ ମା’ ସମଲେଶ୍ବରୀଙ୍କ ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି ।

ସମ୍ବଲପୁରର ଝାରୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଆୟୋଜିକ ବୈଠକରେ ପଣ୍ଡିତ ମହାସଭାର ସଦସ୍ୟମାନେ ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏ ବର୍ଷ ପାଇଁ ଲଗ୍ନ ନିରୂପଣ କରିଥିଲେ । ପଣ୍ଡିତ ମହାସଭା ନୂଆଖାଇ ଲଗ୍ନ ନିରୂପଣ କରିବା ପୂର୍ବରୁ ସମ୍ପୁର୍ଣ୍ଣ ବିଧି ବିଧାନ ସହିତ ପ୍ରଥମେ ସାମୁହିକ ବୈଦିକ ମନ୍ତ୍ର ପାଠ କରିଥିଲେ । ଜ୍ୟୋତିଷ ବିଷାରଦମାନେ ମା’ଙ୍କର ରାଶି ନକ୍ଷତ୍ର ଅନୁଯାଇ ଗଣନା କରି ପୃଥକ ପୃଥକ ଭାବରେ ନିଜର ଗଣନାର ଫଳ ରଖିବା ସହ ଶୁଭ ସମୟ ନିର୍ଣ୍ଣୟ କରିଥିଲେ । ଏହା ପରେ ସର୍ବ ସମ୍ମତି ମତେ ଆଲୋଚନା କରି ଲଗ୍ନ ନିର୍ଦ୍ଧାରଣ କରିଥିଲେ ।

‘‘ପ୍ରତି ବର୍ଷ ଜନ୍ମାଷ୍ଟମୀର ପର ଦିନ ନନ୍ଦୋତ୍ସବରେ ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ଲଗ୍ନ ନିରୂପଣ କରିବାର ପରମ୍ପରା ରହିଛି । ଏ ବର୍ଷ ମଧ୍ୟ ପରମ୍ପରା ରକ୍ଷା କରି କୋଭିଡ ନିୟମର କଟକଣା ମାନି ସମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ପଣ୍ଡିତମାନେ କାର୍ଯ୍ୟ ସମ୍ପାଦନା କରିଥିଲେ । ଏ ବର୍ଷ ଆସନ୍ତା ୨୩ ତାରିଖ ରବିବାର ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିବା ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗି ହେବ,’’ କହିଛନ୍ତି ପଣ୍ଡିତ ମହାସଭାର ସଭାପତି ପଣ୍ଡିତ ଅମର ନାଥ ମିଶ୍ର ।

ପଣ୍ଡିତ ମହାସଭାରେ ନୂଆଖାଇର ଲଗ୍ନ ନିରୂପଣ ହେଉଛି ।


ଲଗ୍ନ ନିରୂପଣ ହେବା ପରେ ବ୍ରହ୍ମପୁରା ମନ୍ଦିର କମିଟି ତରଫରୁ ପଣ୍ଡିତମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଲଗ୍ନ ପତ୍ର ପ୍ରଦାନ କରିଥିଲେ । ନବାନ୍ନ ଲଗ୍ନ ପତ୍ର ପାଇବା ପରେ ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଲଗ୍ନ ପତ୍ରଟିକୁ ମା’ଙ୍କ ଠାରେ ଲାଗି କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

‘‘ନୂଆଖାଇରେ ମା’ଙ୍କ ଠାରେ ପ୍ରଥମେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି କରାଯିବ । ଏହ ପରେ ମନ୍ଦିର ପରିସରରେ ଥିବା ୧୧୫ ପାର୍ଶ୍ବ ଦେବାଦେବୀଙ୍କ ଠାରେ ଲାଗି ହେବ ନବାନ୍ନ । ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ,’’ କହିଛନ୍ତି ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ।



କରୋନା ଭାଇରସ୍‌ ଯୋଗୁଁ ଜାରିଥିବା କଟକଣା ହେତୁ ମନ୍ଦିର ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛ । କୋଭିଡ଼ ନିୟମ ମାନି ପୂଜକମାନଙ୍କ ଦ୍ବାରା ମା’ଙ୍କର ସମସ୍ତ ନୀତିକାନ୍ତି ହେଉଛି । ନୂଆଖାଇରେ ମଧ୍ୟ ସରକାରୀ ନିୟମକୁ ପାଳନ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: August 13, 2020, 11:58 PM IST
corona virus btn
corona virus btn
Loading