NT Awards 2020: ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲ ଧୁମ୍ ମଚେଇଲା; ତିନୋଟି ପ୍ରମୁଖ ବର୍ଗରେ ଆୱାର୍ଡ ହାସଲ କଲା

ନ୍ୟୁଜ୍ 18 ଓଡ଼ିଆ ଚ୍ୟାନେଲ NT Awards 2020 ର ତିନୋଟି ପ୍ରମୁଖ ବର୍ଗରେ ଆୱାର୍ଡ ହାସଲ କରିଛି । ଏହି ଆୱାର୍ଡରେ 'ଆମରି ଓଡ଼ିଶା'କୁ ଶ୍ରେଷ୍ଠ ଦୈନିକ ନ୍ୟୁଜ୍ ବୁଲେଟିନ୍, 'ଫୋକସ୍ ପଏଣ୍ଟ'କୁ ସର୍ବଶ୍ରେଷ୍ଠ ପ୍ରାଇମ୍ ଟାଇମ୍ ନ୍ୟୁଜ୍ ସୋ ଓ ବନ୍ଦିତା ମହାପାତ୍ରଙ୍କୁ ଆମ୍ଫାନ୍ ସାଇକ୍ଲୋନ୍ ଅପଡେଟ୍ ପାଇଁ ଶ୍ରେଷ୍ଠ ସମ୍ବାଦ ଉପସ୍ଥାପିକା ଭାବେ ପୁରସ୍କୃତ କରାଯାଇଛି ।

NT Awards 2020: ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲ ଧୁମ୍ ମଚେଇଲା; ତିନୋଟି ପ୍ରମୁଖ ବର୍ଗରେ ଆୱାର୍ଡ ହାସଲ କଲା
ନ୍ୟୁଜ୍ 18 ଓଡ଼ିଆ ଚ୍ୟାନେଲ NT Awards 2020 ର ତିନୋଟି ପ୍ରମୁଖ ବର୍ଗରେ ଆୱାର୍ଡ ହାସଲ କଲା
  • News18 Odia
  • Last Updated: November 7, 2020, 2:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନ୍ୟୁଜ୍ ୧୮ ଇଣ୍ଡିଆ (News18 India) ତିନୋଟି କେଟେଗୋରିରେ ନ୍ୟୁଜ୍ ଟେଲିଭିଜନ ପୁରସ୍କାର (NT Awards) ଗ୍ରହଣ କରିଛି । ଶ୍ରେଷ୍ଠ ପ୍ରୋମୋ ଚ୍ୟାନେଲ ବର୍ଗ ପାଇଁ 'ଭୋଟ୍ କର' ଜିତିଥିବା ବେଳେ ଶ୍ରେଷ୍ଠ ଗ୍ରାଉଣ୍ଡ ଭର୍ଚୁଆଲ୍ ଇଭେଣ୍ଟ ଇନିସିଏଟିଭ୍ ପାଇଁ ସାସ୍ ବାହୁ ଓ ଦେଓରାନି ଷ୍ଟାରଡମ୍ ଆୱାର୍ଡସକୁ ପୁରସ୍କୃତ କରାଯାଇଛି । ଏହା ବ୍ୟତୀତ ଶ୍ରେଷ୍ଠ ମାର୍କେଟିଂ ଇନିସିଏଟିଭ୍ ଏକ ନ୍ୟୁଜ୍ ଚ୍ୟାଲେଞ୍ଜ ବର୍ଗରେ 'ଦିୱାଲୀ ଧାମକା କଣ୍ଟେଷ୍ଟ'କୁ ପୁରସ୍କାର ମିଳିଛି ।

ନ୍ୟୁଜ୍ ଟେଲିଭିଜନ ପୁରସ୍କାର ୨୦୨୦ ରେ ନେଟୱାର୍କ ୧୮ ମୋଟ ୨୧ଟି ଟାଇଟଲ୍ ଜିତିଛି । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ସିଏନଏନ ନ୍ୟୁଜ୍ ୧୮ର (CNN-News18 ) ଜାକା ଯାଦବଙ୍କୁ ସର୍ବୋତ୍ତମ ଟିଭି ନ୍ୟୁଜ୍ ଉପସ୍ଥାପିକା ଭାବରେ ମନୋନୀତ ହୋଇଥିବାବେଳେ CNBC ନ୍ୟୁଜ୍ ୧୮ ର ଶିରିନ୍ ଭାନ୍ ଶ୍ରେଷ୍ଠ ବ୍ୟବସାୟ ନ୍ୟୁଜ୍ ଆଙ୍କର୍ (ଇଂରାଜୀ) ଆଖ୍ୟା ପାଇଛନ୍ତି । ଏହା ବ୍ୟତୀତ ଶ୍ରେଷ୍ଠ ପ୍ରୋମୋ ଅଭିଯାନ ପାଇଁ #IndiaStayHome ପୁରସ୍କାର ଗ୍ରହଣ କରିଛି । ଶ୍ରେଷ୍ଠ ମନୋରଞ୍ଜନ ଟକ୍ ସୋ ଭାବରେ Bollywood Roundtable କୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ସମ୍ବାଦ ବିତର୍କ ଶୋ ପୁରସ୍କାର News Epicentre ପାଇଛି । ବେଷ୍ଟ ପ୍ରୋମୋ ସୋ ପ୍ୟାକେଜିଂ ପାଇଁ Battle For Delhiକୁ ପୁରସ୍କାର ମିଲିଛି । ଏଥିସହ ବେଷ୍ଟ ଟେକ୍ନୋଲୋଜି ଇନୋଭେସନ ଇନ ନ୍ୟୁଜ୍ ଟେଲି ଟେଲିଭିଜନ୍ କେଟେଗୋରି Corona Wall କୁ ପୁରସ୍କାର ମିଳିଛି ।

ଏହା ବ୍ୟତୀତ ଏହି କେଟେଗୋରିରେ ପୁରସ୍କାର ଜିତିଛି-

୧. ବେଷ୍ଟ ଡେଲି ନ୍ୟୁଜ୍ ବୁଲେଟିନ୍ (ଓଡ଼ିଆ): ନ୍ୟୁଜ୍ ୧୮ ଓଡିଆ - ଆମରି ଓଡ଼ିଶା

୨. ଲାଇଫଷ୍ଟାଇଲ ଓ ଫ୍ୟାଶନ୍ ନ୍ୟୁଜ୍ ସୋ (ଇଂରାଜୀ): ସିଏନବିସି-ଟିଭି ୧୮ - ହାଇ ଲାଇଫ

୩. ବେଷ୍ଟ ଏଣ୍ଟରଟେନମେଣ୍ଟ ଟକ୍ ସୋ (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮ - ବଲିଉଡ୍ ରାଉଣ୍ଡ ଟେବୁଲ୍

୪. ବେଷ୍ଟ ବିଜନେସ ନ୍ୟୁଜ୍ ପୋଗ୍ରାମ (ଇଂରାଜୀ): ସିଏନବିସି-ଟିଭି ୧୮ - ରିଷ୍ଟୋରିଙ୍ଗ ଇଣ୍ଡିଆ

୫. ବେଷ୍ଟ ନ୍ୟୁଜ୍ ଡ଼ିବେଟ ଶୋ (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮ - ନ୍ୟୁଜ୍ ଏପି ସେଣ୍ଟର

୬. ବେଷ୍ଟ ପ୍ରାଇମ୍ ଟାଇମ୍ ନ୍ୟୁଜ୍ ସୋ (ଓଡ଼ିଆ): ନ୍ୟୁଜ୍ ୧୮ ଓଡିଆ - ଫୋକସ୍ ପଏଣ୍ଟ

୭. ବେଷ୍ଟ ଟିଭି ନ୍ୟୁଜ୍ ରିପ୍ରେଜେଣ୍ଟର (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮ - ବ୍ରାସ ଟ୍ୟାକ୍ସ ପାଇଁ ଜାକା ଯାଦବ

୮. ବେଷ୍ଟ ଟିଭି ନ୍ୟୁଜ୍ ରିପ୍ରେଜେଣ୍ଟର (ଓଡ଼ିଆ): ନ୍ୟୁଜ୍ ୧୮ ଓଡ଼ିଆ - ବନ୍ଦିତା ମହାପାତ୍ର - ଆନ୍ଫାନ୍ ସାଇକ୍ଲୋନ୍ ଅପଡେଟ୍

୯. ବେଷ୍ଟ ବିଜନେସ ନ୍ୟୁଜ୍ ଆଙ୍କର୍ (ଇଂରାଜୀ): ସିଏନବିସି-ଟିଭି ୧୮ - ଶିରିନ୍ ଭାନ୍

୧୦. ବେଷ୍ଟ ଭିଡିଓ ଏଡିଟର୍ (ମରାଠୀ): ନ୍ୟୁଜ୍ ୧୮ ଲୋକମତ୍ - ପ୍ରସାଦ ମିଷ୍ଟ୍ରି - ଭାଚା ଶୋ

୧୧. ବେଷ୍ଟ ମାର୍କେଟିଂ ଇନିସିଏଟିଭ୍ (ଇଂରାଜୀ): #CNBCTV18Tweetathon

୧୨. ବେଷ୍ଟ ମାର୍କେଟିଂ ଇନିସିଏଟିଭ୍ (ହିନ୍ଦୀ): ଦିୱାଲୀ ଧାମକା କଣ୍ଟେଷ୍ଟ

୧୩. ବେଷ୍ଟ ଗ୍ରାଉଣ୍ଡ ଏବଂ ଭର୍ଚୁଆଲ୍ ଇଭେଣ୍ଟ ଇନିସିଏଟିଭ୍ (ହିନ୍ଦୀ): ନ୍ୟୁଜ୍ ୧୮ ଇଣ୍ଡିଆ - ସାସ୍ ବାହୁ ଓ ଦେଓରାନି ଷ୍ଟର୍ଡମ୍ ପୁରସ୍କାର

୧୪. ବେଷ୍ଟ ମାର୍କେଟିଙ୍ଗ ଇନିସିଏଟିଭ୍ (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮ - #IndiaStayHome

୧୫. ବେଷ୍ଟ ପ୍ରୋମୋ ଫର ଚ୍ୟାନେଲ: ନ୍ୟୁଜ୍ ୧୮ ଇଣ୍ଡିଆ - ଭୋଟ୍

୧୬. ବେଷ୍ଟ ପ୍ରୋମୋ ଫର ଚ୍ୟାନେଲ (ଇଂରାଜୀ): ସିଏନବିସି ଟିଭି ୧୮ = ସେଫ ଲିଡରସିପ ପ୍ରୋମୋ

୧୭. ବେଷ୍ଟ ପ୍ରୋମୋ ଫର ଚ୍ୟାନେଲ (ମରାଠୀ) : ନ୍ୟୁଜ୍ ୧୮ ଲୋକମାଟ୍ - ଇଲେକ୍ସନ ଆଙ୍କର୍ ପ୍ରୋମୋ

୧୮. ବେଷ୍ଟ ପ୍ରୋମୋ ଫର ଚ୍ୟାନେଲ ଶୋ (ମରାଠୀ): ନ୍ୟୁଜ୍ ୧୮ ଲୋକମତ୍ - ଜଗଚୟା ପୃଥ୍ୱୀ

୧୯. ବେଷ୍ଟ ପ୍ରୋମୋ ଫର ଶୋ ପ୍ୟାକେଜିଂ (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮ - ବେଟଲ ଫର ଦିଲ୍ଲୀ (ନିର୍ବାଚନ ଫଳାଫଳ ଦିନ)

୨୦. ବେଷ୍ଟ ଟେକ୍ନୋଲୋଜି ଇନୋଭେସନ ଇନ ନ୍ୟୁଜ୍ ଟେଲିଭିଜନ (ଇଂରାଜୀ): ସିଏନଏନ ନ୍ୟୁଜ୍ ୧୮- କରୋନା ୱାଲ୍

୨୧. ବେଷ୍ଟ ଅଡିଟୋରିଅଲ ଟିମ ଅଫ ନ୍ୟୁଜ୍ ଚ୍ୟାନେଲ୍ : ସିଏନବିସି-ଟିଭି ୧୮

ଚଳିତ ବର୍ଷର ନ୍ୟୁଜ୍ ଟିଭି ପୁରସ୍କାରରେ ବିଭିନ୍ନ ମିଡିଆ ଗୋଷ୍ଠୀ, ମିଡିଆ ବ୍ୟକ୍ତିତ୍ୱଙ୍କୁ ୧୨୦ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ସମ୍ବାଦ ଚ୍ୟାନେଲର ଆଙ୍କର୍, ସାମ୍ବାଦ ସମ୍ପାଦକ, କ୍ୟାମେରାପର୍ସନ୍, ଭିଡିଓ ଏଡିଟର୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
Published by: Jagdish Barik
First published: November 7, 2020, 1:50 PM IST
corona virus btn
corona virus btn
Loading