News18 Odia Digital
ଭୁବନେଶ୍ୱର: ଗୁରୁ ଦାୟିତ୍ୱ ସମ୍ଭାଳିବେ ବିଧାୟକ ସୁଶାନ୍ତ ସିଂ। ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେଡି। କିନ୍ତୁ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବେ ସୁଶାନ୍ତ ସିଂ। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ଓ ଆଜି ଶଙ୍ଖ ଭବନରେ ସଙ୍ଗଠନ ସମ୍ପାଦକଙ୍କ ସହ ବିସ୍ତୃତ ଆଲୋଚନାରୁ ଏହା ସ୍ପଷ୍ଟ ହୋଇଛି।
ମନ୍ତ୍ରିମଣ୍ଡଳ ଅଦଳ ବଦଳ ପୂର୍ବରୁ ଓ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଥିଲେ ଭଟଲିର ବିଜେଡି ବିଧାୟକ ସୁଶାନ୍ତ ସିଂ। ଆଉ ଚର୍ଚ୍ଚାର ପଛର କାରଣ ଥିଲା ମନ୍ତ୍ରୀ ପଦ। କିନ୍ତୁ ଏବେ ମିଳିଛି ବଡ଼ ଦାୟିତ୍ୱ । ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ବ ବୁଝିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ! ସୁନ୍ଦରଗଡ଼ ଜିଲ୍ଲା ଛାଡ଼ି ଅନ୍ୟ ୯ ଜିଲ୍ଲାର ଦାୟିତ୍ବ ନ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ତେଣୁ ଯାହା ଜଣାପଡୁଛି ଏବେ ସୁଶାନ୍ତ ଶାନ୍ତ। ତେବେ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ଵ ନ ମିଳିବାରୁ ସିଧାସଳଖ ଅସନ୍ତୋଷ ଝାଡ଼ିଥିଲେ ତାଙ୍କ ସମର୍ଥକ। ଶପଥ ସମାରୋହରେ ସୁଶାନ୍ତଙ୍କ ଅନୁପସ୍ଥିତି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। ପଶ୍ଚିମରେ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କଥା ବି ଚର୍ଚ୍ଚା ହେଉଥିଲା। ପଦ୍ମପୁର ଉପନିର୍ବାଚନରେ ଆକ୍ଚିଭ ଥିବା ସୁଶାନ୍ତଙ୍କୁ ଝାରସୁଗୁଡାରେ ଦେଖିବାକୁ ମିଳିନଥିଲା। ହେଲେ ନବୀନ ଓ ପ୍ରଣବଙ୍କ ସହ ଆଲୋଚନା ପରେ ସୁଶାନ୍ତ କହିଛନ୍ତି ମୁଁ ଅସନ୍ତୋଷ ନାହିଁ କି ମନ୍ତ୍ରୀପଦ ରେସରେ ନଥିଲି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ କହିନଥିଲେ। ବରଂ ସଙ୍ଗଠନ କାର୍ଯ୍ୟ ବୁଝିବାକୁ ନବୀନଙ୍କୁ କହି ନିଜ ଆଡୁ ଇସ୍ତଫା ଦେଇଥିଲି। କିଛି ସମର୍ଥକ ଅସନ୍ତୋଷ ଥିଲେ ବି ସେମାନଙ୍କୁ ବୁଝାଇ ଦେଇଛି ।
ଗ୍ରାମାଞ୍ଚଳରେ ଗଡ଼ିବ ମୋ ବସ; ପ୍ରଥମେ ୬ଟି ଜିଲ୍ଲାରେ ଆରମ୍ଭ ହେବ ସେବାଏବେ ସୁଶାନ୍ତ ସମ୍ଭାଳିବେ ପଶ୍ଚିମ ଓଡ଼ିଶା। ନବୀନ ଓ ପ୍ରଣବଙ୍କ ସହ ୨୪ ଭୋଟ ପାଇଁ ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା କରିଥିଲେ ସୁଶାନ୍ତ। ୨୦୧୯ରେ ପଶ୍ଚିମ ଓଡ଼ିଶାରେ ୫ରୁ ୫ ଲୋକସଭା ଆସନରେ ବିଜେପି ଜିତିଥିବା ବେଳେ ବିଧାନସଭା କ୍ଷେତ୍ରରେ ବିଜେଡି ୨୨, ବିଜେପି ୮, କଂଗ୍ରେସ ୪ ଓ ବାମଦଳ ଗୋଟିଏ ସିଟରେ ଜିତିଥିଲା। ହେଲେ ସୁଶାନ୍ତ କହିଛନ୍ତି ପଶ୍ଚିମରେ ବିଜେପି ବିରୁଦ୍ଧରେ ଜନ ଅସନ୍ତୋଷ ବଢୁଛି ଓ ବିଜେଡ଼ିର ଭୋଟ ପ୍ରତିଶତ ବଢୁଛି। ତେଣୁ ୨୪ରେ ପଶ୍ଚିମ ଓଡ଼ିଶାରେ ବିଜେଡି ୩୫ ବିଧାନସଭା ଆସନରୁ ୩୧ ଏବଂ ୫ରୁ ୫ ଲୋକସଭା ଆସନ ଜିତିବ। ହେଲେ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି ଯେ ସୁଶାନ୍ତଙ୍କ ବୟାନରୁ ଜଣାପଡୁଛି ସେ ଭୟଭୀତ। ସବୁ ବିଧାୟକ ଓ ସାଂସଦ ସିଟ ବିଜେଡି ଜିତିବ କହି ଵାହାସ୍ପୋଟ ମାରୁଛନ୍ତି। ସୁଶାନ୍ତ ବୋଧହୁଏ ନିଜକୁ ପଶ୍ଚିମ ଓଡିଶାର ମାଲିକ ଭାବୁଛନ୍ତି ବୋଲି କହିଛନ୍ତି ପ୍ରଦୀପ। ଆଉ ପିସିସି ସଭାପତି କହିଛନ୍ତି ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ। ତେଣୁ ବିଜେଡି ସେଠାରେ ଜିତି ପାରିବ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।