News18 Odia Digital
ଝାରସୁଗୁଡ଼ା: ଗୁରୁବାର ଝାରସୁଗୁଡ଼ା (Jharsuguda) ଉପନିର୍ବାଚନ (By election) ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହା ସହ ଏପ୍ରିଲ ୨୧ରେ ଯାଞ୍ଚ ଓ ୨୪ ତାରିଖରେ ପ୍ରତ୍ୟାହାର କରାଯିବ। ମେ ୧୦ରେ ଭୋଟ୍ ଓ ୧୩ ତାରିଖରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ।
ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ସେହିଭଳି ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ସେହିଭଳି ମେ’ ୧୦ରେ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ରେ ଭୋଟ ଗଣତି ହେବ।
ସେପଟେ ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ମୈଇଦାନକୁ ଓହ୍ଲାଇ ଉପନିର୍ବାଚନରେ ଜିତିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେଡି (BJD) ପକ୍ଷରୁ ଏହି ନିର୍ଚାନରେ ଦିବଂଗତ ନବ ଦାସଙ୍କ ଝିଅ (Naba Das) ଦୀପାଳି ଦାସ (Deepali Das) ପ୍ରାର୍ଥୀନି ହୋଇଥିବା ବେଳେ କଂଗ୍ରେସରୁ (Congress) ତରୁଣ ପାଣ୍ଡେଙ୍କୁ (Tarun Pandey) ଚୟନ କରାଯାଇଛି।
ସେହିପରି ବିଜେପି (BJP) ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ (Tankadhar Tripathy) ପ୍ରାର୍ଥୀ ଘୋଷଣା ରୂପେ ଘୋଷଣା କରିଥିଲା। ଏନେଇ ଭାରତୀୟ ଜନତା ଦଳର ଜାତୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ହୋଇଥିବା ଏକ ବିଜ୍ଞପ୍ତରେ ସୂଚନା ମିଳିଥିଲା।
ଦୀର୍ଘ ଦିନରୁ ଝାରସୁଗୁଡାରେ (Jharsuguda) ଟଙ୍କଧର ସଙ୍ଗଠନ କରି ଆସୁଛନ୍ତି। ଏହା ପୂର୍ବରୁ ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି।
ପ୍ରକାଶ ଥାଉକି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ଯୋଜନା କରାଯାଇଥିଲା।
ପଢ଼ନ୍ତୁ ଏହି ଖବର: ଆଜି ରାଜଧାନୀର ୭୫ତମ ପ୍ରତିଷ୍ଠା ଦିବସ; ପୂର୍ବରୁ ଏମିତି ଥିଲା ଭୁବନେଶ୍ବରସେହିପରି ୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।