ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ; ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ୬ ତାରିଖରେ ଗଣତି ହେବ। ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।

ଧାମନଗର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

ଧାମନଗର ଉପନିର୍ବାଚନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ଵର: ଧାମନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ। ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ୬ ତାରିଖରେ ଗଣତି ହେବ। ସେହି ଦିନ ପ୍ରକାଶ ପାଇବ ଫଳାଫଳ। ଆସନ୍ତାକାଲି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ୧୪ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ସମୟ ଦିଆଯାଇଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ତେବେ ସବୁଠୁ ବଡ କଥା ହେଉଛି କାହା ଉପରେ ଭରସା କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ତିନି ଦଳ।

ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୁରଜ୍ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ହାତେଇବାକୁ ଉଦ୍ୟମ କରିବ। ଏ ନେଇ ଆଲୋଚନା ଜାରି ରହିଥିବା ଚର୍ଚ୍ଚା ହେଉଛି। ବିରୋଧୀ ଦଳ ନେତା କହିଛନ୍ତି ବର୍ତ୍ତମାନ ମଇଦାନରେ କେବଳ ଦୁଇ ଦଳ। ବିଜେପି - ବିଜେଡି ହେବ ଟକ୍କର ଆଉ ବାଜି ମାରିବ ବିଜେପି। ଫାଇନାଲ ଦଳ ଭଲ ସ୍କୋର କରିବ। ପୂର୍ବରୁ ସବୁ ପ୍ରାକ୍ଟିସ ମ୍ୟାଚରେ ଜିତିବ ପଦ୍ମଦଳ। କିଏ ପ୍ରାର୍ଥୀ ହେବ ସେ ନେଇ ନିଷ୍ପତ୍ତି ନେବ ସଂସଦୀୟ ଦଳ। ବିଜେପି ହାତରୁ ସିଟ ଛଡ଼ାଇ ଏକତରଫା ବିଜୟ ସହ ସ୍ଥିତି ସୁଦୃଢ଼ ନେଇ ଶାସକଦଳ ଆଶାବାଦୀ । ତେବେ ଦଳ ଏଠାରୁ କାହାକୁ ଭରସା କରିବ ତାକୁ ନେଇ ଚର୍ଚ୍ଚା। ବିଶେଷ କରି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ ଆଶାୟୀ ଥିବା କୁହାଯାଉଥିବା ବେଳେ ଆଉ ଜଣେ ନୂଆ ଚେହେରା ବି ଚର୍ଚ୍ଚା ହେଉଛି । ବିଷ୍ଣୁ ସେଠୀଙ୍କଠୁ ରାଜେନ୍ଦ୍ର ଦାସ ୨୦୧୯ ନିର୍ବାଚନ ରେ ପରାସ୍ତ ହୋଇଥିବା ବେଳେ ମୁକ୍ତିକାନ୍ତ ମଣ୍ଡକଙ୍କ ପତ୍ନୀ ସାଂସଦ ଅଛନ୍ତି। ବାଲେଶ୍ଵର ଉପନିର୍ବାଚନକୁ ତର୍ଜମା କଲେ ଏହି ଦୁଇ ଚେହେରାକୁ ବାଦ୍ ଦେଇ ନୂଆ ଚେହେରା ସାମ୍ନାକୁ ଆଣିପାରେ ବିଜେଡି।

ସାଂସଦ ମୁନା ଖାଁଙ୍କ ମତରେ ବାଲେଶ୍ଵର ପରି ଧାମନଗର ଆସନରେ ବିଜେଡି ବାଜିମାତ କରିବ। ଦଳ କାହାକୁ ପ୍ରାର୍ଥୀ କରିବ ନିଷ୍ପତ୍ତି ନେବେ ସୁପ୍ରିମୋ। ଲୋକେ ବିକାଶ ସହିତ ଅଛନ୍ତି। ରାଜ୍ୟ ସରକାର ସବୁବେଳେ ବିକାଶ ପ୍ରତି ଗୁରୁତ୍ବ ଦେଇଛନ୍ତି। ଏ ଦୃଷ୍ଟିରୁ ବିଜେଡି ପ୍ରତି ଲୋକେ ତାଙ୍କ ସମର୍ଥନ ଦେବେ ବୋଲି ସେ କହିଛନ୍ତି।

କଂଗ୍ରେସ ଆଶାବାଦୀ ଥିବା ବେଳେ ପାର୍ଥୀ ଚୟନ ପାଇଁ ୩ ପୂର୍ବତନ ସଭାପତିଙ୍କୁ ଦାୟିତ୍ବ ବାଣ୍ଟିଛି। ତେବେ ସେଠାରେ ପୁରୁଣା ଚେହେରାଙ୍କୁ ଦଳ ଭରସା କରି ମଇଦାନକୁ ଓହ୍ଲାଇବ ନା ନୂଆନା ସାମ୍ନାକୁ ଆଣିବ ତାକୁ ନେଇ ଚର୍ଚ୍ଚା।
Published by:Soumya Das
First published: