ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି। ନାମାଙ୍କନ ଆରମ୍ଭ ହୋଇଥିବା ବେଳେ ଜୁନ ୨ ରହିଛି ଶେଷ ତାରିଖ। ୨୪ ତାରିଖରେ ୩ ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି।
ବର୍ତ୍ତମାନ ସୁଦ୍ଧା ନିର୍ବାଚନ ପାଇଁ ବିଜେଡ଼ି ୧୨ ସେଟ ଫର୍ମ ନେଇଥିବା ବେଳେ ଉପନିର୍ବାଚନ ପାଇଁ ଅନ୍ୟ ଜଣେ ବ୍ୟକ୍ତି ନେଇଢ଼ନ୍ତି ୨ ସେଟ ଫର୍ମ। ହାତରେ ଆଉ କମ ସମୟ ଥିଲେ ବି ଏଯାଏଁ କାର୍ଡ଼ ଖୋଲୁ ନାହାଁନ୍ତି ସୁପ୍ରିମୋ। ଜୁନ ୧୦ରେ ୩ଟି ଆସନରେ ହେବ ନିର୍ବାଚନ। ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ ସ୍ଥାନରେ ନିର୍ବାଚନ ହେବ। ଜୁନ ୧୩ , ସୁବାସ ସିଂଙ୍କ ସ୍ଥାନରେ ହେବ ଉପନିର୍ବାଚନ। ୪ ଆସନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉପନିର୍ବାଚନ ପାଇଁ ବିଜ୍ଞପ୍ତି ସହ ଆରମ୍ଭ ହୋଇଛି ନାମାଙ୍କନ। ଜୁନ ୨ ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ ୩ରେ ହେବ ଯାଞ୍ଚ। ୬ ତାରିଖ ମଧ୍ୟରେ ପାର୍ଥିପତ୍ର ପ୍ରତ୍ୟାହାର। ବର୍ତ୍ତମାନ ସୁଦ୍ଧା ବିଧାନସଭାରୁ ବିକ୍ରି ହୋଇଛି ୧୪ ସେଟ ଫର୍ମ। ବିଜେଡ଼ି ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନା ୧୨ ସେଟ ଫର୍ମ ନେଇଥିବା ବେଳେ ଉପନିର୍ବାଚନ ପାଇଁ ଅନ୍ୟ ଜଣେ ବ୍ୟକ୍ତି ୨ ସେଟ ଫର୍ମ ନେଇଥିବା ସୂଚନା ମିଳିଛି। ପ୍ରଶାସନିକ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ନାମାଙ୍କନ ପାଇଁ ବିଧାସଭାରେ ହୋଇଛି ପ୍ରସ୍ତୁତି।
ନାମାଙ୍କନ ପାଇଁ ତାରିଖ ସରି ଆସୁଥିଲେ ବି କାର୍ଡ଼ ଖୋଲୁନାହାନ୍ତି ବିଜେଡି ସୁପ୍ରିମୋ। ତାଲିକା ଲମ୍ବା ଥିବାରୁ କାହାକୁ ଦିଲ୍ଲୀ ପଠାଇଲେ ଫାଇଦା ହେବ ସେ ନେଇ ୱାର ରୁମରେ ଚାଲିଛି ମାନସ ମନ୍ଥନ। ପଶ୍ଚିମ - ଉପକୁଳ,ଉତ୍ତର - ଦକ୍ଷିଣ ସମୀକରଣ ସହ ଦକ୍ଷତା,ଅଭିଜ୍ଞତା ଓ ଆନୁଗତ୍ୟ ହେବ ପ୍ରମୁଖ ମାପକାଠି। ଏହି ସମୀକରଣକୁ ଦେଖିଲେ ଲଦିଲ୍ଲୀ ରେସରେ ଆଗରେ ଅଛନ୍ତି ପ୍ରଦୀପ ମାଝୀ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ, ଅସିତ୍ ତ୍ରିପାଠୀ, ଶ୍ରିମୟୀ ମିଶ୍ର , ସୁସ୍ମିତା ବାଗଚୀ ଓ ଅନୁଭବ ପଟ୍ଟନାୟକଙ୍କ ପରି ଜଣାଶୁଣା ଚେହେରା। ତେବେ ବିଜେଡି ନେତାଙ୍କ କହିବା କଥା ସବୁ ନିଷ୍ପତ୍ତି ନବୀନଙ୍କ ଉପରେ ଥିଲେ ବି ସବୁଥର ପରି ଗ୍ରହଣୀୟ ଚେହେରାକୁ ମିଳିବ ଦିଲ୍ଲୀ ଟିକେଟ।
ବିଜେଡ଼ି ଉପସଭାପତି ଶଶୀ ଭୂଷଣ ବେହେରା କହିଛନ୍ତି,"ନିର୍ବାଚନ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି ସମର୍ଥନ ବି ସପକ୍ଷରେ ରହିଛି। ଯେଉଁ ପାର୍ଥି ଆସିବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ। ସଠିକ ସମୟରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଉପରେ ଓଡ଼ିଶା ବାସୀଙ୍କ ଭରସା ରହିଛି। ସବୁବେଳେ ଗ୍ରହଣୀୟ ଚେହେରା ହୋଇଥାଏ ଚଳିତ ଥର ବି ସେପରି ଚେହେରା ଆସିବେ"।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।