ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୌର ନିର୍ବାଚନ ପାଇଁ ଫିଟିଲା ବାଟ; ବିରୋଧୀ କହିଲେ ଏହା ସରକାରଙ୍କ ଛଦ୍ମ ତତ୍ପରତା

ପୌର ନିର୍ବାଚନ ପାଇଁ ଫିଟିଲା ବାଟ; ବିରୋଧୀ କହିଲେ ଏହା ସରକାରଙ୍କ ଛଦ୍ମ ତତ୍ପରତା

ଉପନିର୍ବାଚନ ତାପରେ ପଞ୍ଚାୟତ ନିର୍ବାଚନ ଆଉ ବର୍ତ୍ତମାନ ପୌର ନିର୍ବାଚନ ନେଇ ବାଟ ଫିଟିଛି। ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।

ପୌର ନିର୍ବାଚନ ପାଇଁ ଫିଟିଲା ବାଟ; ବିରୋଧୀ କହିଲେ ଏହା ସରକାରଙ୍କ ଛଦ୍ମ ତତ୍ପରତା
ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 12, 2021, 6:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉପନିର୍ବାଚନ ତାପରେ ପଞ୍ଚାୟତ ନିର୍ବାଚନ ଆଉ ବର୍ତ୍ତମାନ ପୌର ନିର୍ବାଚନ ନେଇ ବାଟ ଫିଟିଛି। ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ।

ପୌର ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ୱାର୍ଡ଼ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ ରୁ ୩ ମାସ ସମୟ ଲାଗିପାରେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି,"ପୌର ନିର୍ବାଚନ ନେଇ ବିଧାନସଭାରେ ଯେଉଁ ଆମେଣ୍ଡମେଣ୍ଟ ପାଶ ହୋଇ ଥିଲା ତାର ଗେଜେଟ ନୋଟିଫିକେସନ ହୋଇଛି।ନୋଟିଫିକେସନ ଅନୁସାରେ ଅର୍ବାନ ଲୋକାଲ ବଡିର ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଓବିସି ୨୭ ପ୍ରତିଶତ ରହିବ। ଜନସଂଖ୍ୟାକୁ ଆଧାର କରି ଏହି ସଂରକ୍ଷଣ ରହିବ"।

ପୌର ନିର୍ବାଚନ ନେଇ ଗେଜେଟ ନୋଟିଫିକେସନ ବାହାରିବା ପରେ ବିଜେପି ଓ କଂଗ୍ରେସର ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି, "ଅଢେ଼ଇ ତିନିବର୍ଷ ଧରି ଦୁର୍ଭାଗ୍ୟ ଜନକ ଭାବେ ଓଡ଼ିଶା ସରକାର ପୌର ନିର୍ବାଚନ ବନ୍ଦ କରି ରଖିଛନ୍ତି। କୌଣସି କାରଣ ନଥାଇ ସରକାର ବନ୍ଦ କରି ରଖିଛନ୍ତି।ସରକାର ନିର୍ବାଚନକୁ ଡ଼ରୁଥିଲେ। ବିଜେପି ଯେତେବେଳେ ନ୍ୟାୟାଳୟ ଦ୍ବାରସ୍ଥ ହେଲା , ନ୍ୟାୟାଳୟ ନୋଟିସ କଲେ ଓ ଉତ୍ତର ମାଗିଲେ ସେତେବେଳେ ସରକାର ଗୋଟିଏ ଛଦ୍ମ ତତ୍ପରତା ଦେଖାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଚାଁହୁଛି ସାଧାରଣ ଲୋକ ଗଣତାନ୍ତ୍ରିକ ପ୍ରକ୍ରିୟାର ଲାଭ ପାଆନ୍ତୁ। ପୌର ନିର୍ବାଚନ ନ ହୋଇ ଥିବା କାରଣରୁ ଅଣନିର୍ବାଚିତ ସମିତି ଗୁଡ଼ିକ ଥିବା କାରଣରୁ କେନ୍ଦ୍ରିୟ ସହାୟତା ମିଳିବା ନେଇ ଆର୍ଥିକ କ୍ଷତି ହେଉଛି। ପୌର ସଂସ୍ଥା ଗୁଡ଼ିକରେ ବ୍ୟାପକ ଅରାଜକତା ସୄଷ୍ଟି ହେଉଛି। ଅଞ୍ଚଳର ବିକାଶ ବ୍ୟାହତ ହେଉଛି। ରାଜ୍ୟ ସରକାର ଯେଉଁ ଚାହିଁ ଜଳକା ଖେଳ ଖେଳୁଥିଲେ ତାର ଗୋଟିଏ ଅନ୍ତ ଘଟିବ। ନିର୍ବାଚନ ହେବା ପର୍ଯନ୍ତ ଲଢେ଼ଇ ଜାରି ରହିବ ଏବଂ ନ୍ୟାୟାଳୟ ଜରିଆରେ ହେଉ ବା ଜନମତ ଜରିଆରେ ସରକାରଙ୍କ ଉପରେ ଚାପ ସୄଷ୍ଟି କରାଯିବ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,"ସରକାର ଭୟଭୀତ ଥିଲେ। ସାଧାରଣ ଲୋକ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସେବା ପାଉନଥିଲେ। ବିଭିନ୍ନ ରାଜନୈତିକ ଦଳଙ୍କ ଚାପରେ ଓ କୋର୍ଟ ନିର୍ଦ୍ଦେଶରେ ସରକାର ଚାପଗ୍ରସ୍ଥ ହୋଇ ନିର୍ବାଚନ କରିବା ପାଇଁ ଯାଉଛନ୍ତି। ଆମେ ତାକୁ ସ୍ବାଗତ କରୁଛି। ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା ସ୍ବଚ୍ଛତାର ସହ ହେଉ। ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଉ। ଯଦି କୌଣସି ବାହାନା କରି ନିର୍ବାଚନ ଟାଳିବାକୁ ଚେଷ୍ଟା କରନ୍ତି ସାଧାରଣ ଲୋକଙ୍କ ସ୍ବର ତୀବ୍ର ହେବ। କଂଗ୍ରେସ ଦଳ ପୂର୍ଣ୍ଣ ପ୍ରସ୍ତୁତିରେ ଅଛି"।

ବିଜେଡ଼ି ବିଧାୟକ ଅନନ୍ତ ଜେନା କହିଛନ୍ତି,"ଆଇନ ବ୍ୟବସ୍ଥା ଭିତରେ ନିର୍ବାଚନ କରାଯିବ।  ନିର୍ବାଚନ ହେବା ଦ୍ୱାରା ପୌରାଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ"।

୨୦୧୮ ମହିହାରୁ ପର୍ଯ୍ୟାୟ କ୍ରମେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯକାଳ ଶେଷ ହୋଇଛି।ନିର୍ବାଚନ ହେଉନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।
Published by: Soumya Das
First published: October 12, 2021, 6:20 PM IST