କେବଳ ମୋକିମ ନୁହଁନ୍ତି ଆଉ ଜଣେ କଂଗ୍ରେସ ନେତା ମୁର୍ମୁଙ୍କୁ ଭୋଟ ଦେଇଛନ୍ତି: ମୋହନ ମାଝୀ

କେବଳ ମୋକିମ ନୁହଁନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଛନ୍ତି ଆଉ ଜଣେ କଂଗ୍ରେସ ବିଧାୟକ। ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ମୋହନ ମାଝୀ (ପ୍ରତୀକାତ୍ମକ ଛବି)

ମୋହନ ମାଝୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ମୋକିମଙ୍କ ଭୋଟକୁ ନେଇ ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି।  କେବଳ ମୋକିମ ନୁହଁନ୍ତି ଆଉ ଜଣେ କଂଗ୍ରେସ ନେତା ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବୋଲି ଖବର ଆସିଛି।

କେବଳ ମୋକିମ ନୁହଁନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଛନ୍ତି ଆଉ ଜଣେ କଂଗ୍ରେସ ବିଧାୟକ। ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ସେ କହିଛନ୍ତି ମାଟିର ଝିଅକୁ ସମସ୍ତେ ସମର୍ଥନ କରିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି କଲେ। ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। କାଲି ତାହା ସ୍ପଷ୍ଟ ହୋଇଯିବ।

ବିଜେଡି ବିଜେପି ଭାଇ ଭାଇ ବୋଲି ଆଜି ଗୃହରେ ସମାଲୋଚନା କରିଥିଲେ ସନ୍ତୋଷ ସିଂ ସାଲୁଜା। ଏହି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଏଭଳି ବୟାନ ରଖିଛନ୍ତି ମୋହନ ମାଝୀ।
Published by:Soumya Das
First published: