ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ନରଓ୍ୱେ ରାଷ୍ଟ୍ରଦୂତ

ମେକ୍ ଇନ୍ ଓଡ଼ିଶା କନକ୍ଳେଭ-୨୦୨୨ ରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କୁ ମନ୍ତ୍ରୀ ପ୍ରତାପ ଦେବ ଆମ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଥିଲେ ।

ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ନରଓ୍ୱେ ରାଷ୍ଟ୍ରଦୂତ

ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ନରଓ୍ୱେ ରାଷ୍ଟ୍ରଦୂତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମେକ୍ ଇନ୍ ଓଡ଼ିଶା କନକ୍ଳେଭ-୨୦୨୨ ରେ ଯୋଗ ଦେବାକୁ ଆସିଥିବା ରୟାଲ  ନରଓ୍ୱେର  ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ, ନରୱେର ସଂମ୍ମାନସ୍ପଦ ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ  ଜୋହନ ଥୋମାସ ଜେରକମ ମଙ୍ଗଳବାର ସଂଧ୍ୟାରେ ଲୋକସେବା ଭବନଠାରେ ଓଡ଼ିଶାର  ମାନ୍ୟବର ଶିଳ୍ପ, ଅଣୁ, କ୍ଷୁଦ୍ର ଓ  ମଧ୍ୟମ ଉଦ୍ୟୋଗ ତଥା ଶକ୍ତି ମନ୍ତ୍ରୀ  ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାକ୍ଷାତ କରିଛନ୍ତି l ଏହି ସାକ୍ଷାତ ସୌଜନ୍ୟ ମୂଳକ ଥିଲା ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପ୍ରତାପ ଦେବ ଅତିଥିମାନଙ୍କୁ  ଆମ ରାଜ୍ୟରେ ଥିବା  ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଖଣିଜ ସଂପଦ, ଜଳ ସଂପଦ, ଶକ୍ତି ଉତ୍ପାଦନ କ୍ଷେତ୍ର, ପର୍ଯ୍ୟଟନ ବିଭବ  ଆଦି ସାଙ୍ଗକୁ ଏହାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି । କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ  ଓ ରସାୟନ କ୍ଷେତ୍ରରେ ମଧ୍ୟ ସୁବିଧା ରହିଛି ।  ଏହି ଦୃଷ୍ଟିରୁ ଓଡ଼ିଶାରେ ବିଭିନ୍ନ ଶିଳ୍ପ ଗଢି ଉଠିଛି ଓ ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା  କରି ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଆମର ଲକ୍ଷ୍ୟ ରହିଛି । ନରୱେ ମେକ୍ ଇନ୍ ଓଡ଼ିଶା-୨୦୨୨ ଆୟୋଜନର  ଅନ୍ୟତମ ଅଂଶୀଦାର ହୋଇଥିବା ବେଳେ ଆଗାମୀ ଦିନରେ  ଓଡ଼ିଶାରେ ଥିବା ଶିଳ୍ପାନୁକୂଳ ବାତାବରଣକୁ ନରୱେ ଦେଶ ତରଫରୁ ସ୍ୱତନ୍ତ୍ର ଭାବେ ପ୍ରତିନିଧି ଆସି ଭଲଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ପ୍ରତାପ ଦେବ  ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନରୱେ ତରଫରୁ ବିଶେଷ କରି ବିଭିନ୍ନ କ୍ଷେତ୍ର ସହିତ  ଓଡ଼ିଶାରେ ରହିଥିବା ଅକ୍ଷୟ ଶକ୍ତିର ବିକାଶ, ମହିଳା ଓ ଶିଶୁ ବିକାଶ, ଧାବତ ଓ ଖଣିଜ ସଂପଦ ପ୍ରଭୃତି କ୍ଷେତ୍ରରେ ରହିଥିବା ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ସାକ୍ଷାତ ସମୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।

ଓଡ଼ିଶା ତରଫରୁ ମନ୍ତ୍ରୀ ପ୍ରତାପ ଦେବ ନରୱେ ରାଷ୍ଟ୍ରଦୂତଙ୍କୁ ରୂପା ତାରକସୀ କାରୁକାର୍ଯ୍ୟର ଏକ କୋଣାର୍କ ଚକ୍ର ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।   ନଭେମ୍ବର ୩୦ରୁ ଅର୍ଥାତ ଆଜିଠୁ ଆରମ୍ଭ ହେବେ ମେକ ଇନ ଓଡ଼ିଶା ମହାକୁମ୍ଭ । ଏଥିରେ ପ୍ରମୁଖ ୭ ଟି ସେକ୍ଟର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି । ଏଥିରେ ୧୦୦ ରୁ ଅଧିକ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୩୦ ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏଥିରେ ଏଲ୍.ଏନ୍ ମିତ୍ତଲ, କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍, ଆର୍ସେଲର୍ ମିତ୍ତଲ, ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା, ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଶ୍ରୀ ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ୍, ବେଦାନ୍ତ ରିସୋର୍ସ ଲିମିଟେଡ୍, ଶ୍ରୀ ସାଜନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସଡବ୍ଲୁ ଗ୍ରୁପ୍, ଶ୍ରୀ ନବୀନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସପିଏଲ୍, ଶ୍ରୀ ଟି ଭି ନରେନ୍ଦ୍ରନ୍, ସିଇଓ ତଥା ଏମ୍ଡି, ଟାଟା ଷ୍ଟିଲ୍। ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶ ଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ। ଏଥିପାଇଁ ୧୧,୬୦୦ ପଞ୍ଜିକରଣ ହୋଇଛନ୍ତି। ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି।

ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କକ୍ଲେଭ ଆୟୋଜନ ହୋଇସାରିଛି। ଆମର ରାଜ୍ୟକୁ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡିଶା ଗଠନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ ୩୫ ପ୍ରତିଶତ ବାସ୍ତବ ରୂପ ନେଇଛି। ୨୦୧୮ ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାଵ ଆସିଛି । ଖଣି, ପାଣି, ଜମି ଓ ବନ୍ଦର ଥିବାରୁ ଏଠି ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ୨୦୨୫ ସୁଦ୍ଧା ଟେକ୍ସଟାଇଲରେ ଉତ୍ପାଦନ ଆରମ୍ଭ ହେବ ଏବଂ ୨୦୨୮ ସୁଦ୍ଧା ଆମେ ଆଲୁମିନିୟମ ଉତ୍ପାଦନ ରେ ପ୍ରଥମ ହେବୁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।
Published by:Soubhagya Mishra
First published: