ଫେସବୁକରେ ପ୍ରେମ: ପୁରୀ ଆସି ଧରା ପଡ଼ିଲା ଅଣ ଓଡ଼ିଆ ନାବାଳିକା; ପ୍ରେମିକ ଫେରାର

ନାବାଳିକାର ପରିବାର ତାଙ୍କ ଝିଅ ନିଖୋଜ ରିପୋର୍ଟ ସେଠାକାର ଥାନାରେ ଦେଇଛନ୍ତି। ଆଉ ସେମାନଙ୍କୁ ଖବର ଦେବା ପରେ ତାଙ୍କ ଝିଅକୁ ସେମାନେ ନେଇଯାଇଛନ୍ତି। ଆଉ ପ୍ରେମିକ ଧରା ପଡ଼ିବା ଭୟରେ ଫେରାର ହୋଇଯାଇଥିବା ବେଳେ ମୋବାଇଲ ମଧ୍ୟ ବନ୍ଦ ରଖିଦେଇଛି ବୋଲି କହିଛନ୍ତି ପୁରୀ ଆରପିଏଫ ଅଧିକାରୀ ଅନୀଲ ସିଂ।

ପୁରୀ ଆସି ଧରା ପଡ଼ିଲା ଅଣ ଓଡ଼ିଆ ନାବାଳିକା

ପୁରୀ ଆସି ଧରା ପଡ଼ିଲା ଅଣ ଓଡ଼ିଆ ନାବାଳିକା

  • Share this:
News18 Odia Digital

ପୁରୀ: ପ୍ରେମ ମାନେନି ବାଧାବିଘ୍ନ କି ପ୍ରେମକୁ କେହି ଅଟକେଇ ପାରିବେନି। ମନ ମିଶିଲା ତ ଦୁହେଁ ହୋଇଗଲେ ଏକ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ରେଳଷ୍ଟେସନରେ। ପ୍ରଥମେ ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ମାତ୍ର ପାଞ୍ଚ ମାସ ପ୍ରେମ କରିବା ପରେ ଝାଡଖଣ୍ଡରୁ ଚାଲିଆସିଲା ନାବାଳିକା ପ୍ରେମିକା। ଆନ୍ଧ୍ର ପ୍ରଦେଶ ଯିବା ପୂର୍ବରୁ ପୁରୀ ରେଳଷ୍ଟେସନରେ ଧରା ହେଲା।

ନାବାଳିକା ଝାଡଖଣ୍ଡର ଛଦ୍ମନାମ ସୋନମ ସିଂ କହିଛନ୍ତି, "ଝାଡଖଣ୍ଡ ସିଂହଭୂମିରେ ମୋ ଘର। ଯାଜପୁରର ଜଣେ ଓଡ଼ିଆ ଯୁବକ ସହ ପାଞ୍ଚ ମାସ ତଳେ ବନ୍ଧୁତା ସ୍ଥାପନ ହୋଇଥିଲା ଫେସବୁକରେ ମାଧ୍ୟମରେ। ତା' ପରେ ଆମ ଭିତରେ ପ୍ରେମ ହେବା ପରେ ରାତି ରାତି ଆମେ ଅନେକ ଭିଡିଓ ଚାଟ ମଧ୍ୟ କରୁଥିଲୁ। ତେବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଷ୍ପତ୍ତି। ଯାଜପୁରର ଏକ କମ୍ପାନୀରେ କାମ କରୁଥିବା ପ୍ରେମିକ ମୋତେ ଆନ୍ଧ୍ର ପ୍ରଦେଶ ନେଇଯାଇ ସେଠାରେ ବିବାହ କରିବା ସହ ସେଠାରେ ଏକ ଘର ବୁଝିଛି ସେହିଠାରେ ରହିବୁ ବୋଲି ପ୍ଲାନିଂ କରିଛୁ। ଆଉ ମୁଁ ଝାଡଖଣ୍ଡରୁ ପୁରୀ ଆସିବା ପାଇଁ କହିବା ପରେ ମୁଁ ପଳାଇ ଆସିଲି। ଷ୍ଟେସନରେ ରାତି ୭ଟାରେ ପୁରୀ ତିରୁପତି ଏକ୍ସପ୍ରେସ ଟ୍ରେନରେ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆରପିଏଫ ମୋତେ ଧରି ପକାଇଲେ। ଆଉ ଏହା ଦେଖି ପ୍ରେମିକ ମୋତେ ଏକା ଛାଡ଼ି କୁଆଡେ ଫେରାର ହୋଇଯାଇଛି।’’

"ତେବେ ରେଳ ଷ୍ଟେସନରେ ହାତ ଧରାଧରି ହୋଇ ନାବାଳିକା ତା ପ୍ରେମିକ ସାଙ୍ଗରେ ବୁଲୁଥିବା ବେଳେ ଆମକୁ ସନ୍ଦେହ ହେଲା। ପ୍ରେମିକ କୁଆଡ଼େ କିଛି ଆଣିବା ପାଇଁ ଯାଇଥିବା ବେଳେ ଆମର ମହିଳା ଆରପିଏଫ ନାବାଳିକାକୁ ପଚରାଉଚୁରା କରିବା ବେଳେ ସେ ହଡବଡେଇ ଗଲା । ଆଉ ତା ଠାରୁ ଅନେକ ତଥ୍ୟ ଜାଣିବା ପରେ ଆମେ ସିଡବ୍ଳୁସିକୁ ଖବର ଦେଇଥିଲୁ। ସେମାନେ ଆସିବା ପରେ ନାବାଳିକାଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପରେ ଖବର ନେବାରେ ଜଣାପଡ଼ିଲା ନାବାଳିକାର ପରିବାର ତାଙ୍କ ଝିଅ ନିଖୋଜ ରିପୋର୍ଟ ସେଠାକାର ଥାନାରେ ଦେଇଛନ୍ତି। ଆଉ ସେମାନଙ୍କୁ ଖବର ଦେବା ପରେ ତାଙ୍କ ଝିଅକୁ ସେମାନେ ନେଇଯାଇଛନ୍ତି। ଆଉ ପ୍ରେମିକ ଧରା ପଡ଼ିବା ଭୟରେ ଫେରାର ହୋଇଯାଇଥିବା ବେଳେ ମୋବାଇଲ ମଧ୍ୟ ବନ୍ଦ ରଖିଦେଇଛି ବୋଲି କହିଛନ୍ତି ପୁରୀ ଆରପିଏଫ ଅଧିକାରୀ ଅନୀଲ ସିଂ।

ବଦଳୁଛି ସମାଜରେ ସମ୍ପର୍କ। ହେଲେ ବର୍ତ୍ତମାନ ସମୟରେ ସମାଜକୁ କଳୁଷିତ କରୁଛି ସୋସିଆଲ ମିଡ଼ିଆ। ଆଉ ଏଥିରେ ନଷ୍ଟ ହେଉଛନ୍ତି ଯୁବପିଢ଼ି ଓ ନାବାଳକ ନାବାଳିକା। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା। ତେଣୁ ପରିବାର ଲୋକେ ଏଥିପାଇଁ ଯତ୍ନଶୀଳ ଓ ସଜାଗ ହେବା ଦରକାର।
Published by:Lipina Das
First published: