ULB Polls: ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଦେଖିବାକୁ ମିଳିଲା ଦଳଙ୍କ ପାୱାର ଶୋ

ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଆସିବା ଆଗରୁ କିଛି କର୍ପୋରେଟର ମଧ୍ୟ ନିଜ ନିଜର ପାୱାର ଶୋ କରିଥିଲେ। ପାୱାର ହାଉସ୍ ଛକରେ ଗହଳି ଏଭଲି ହୋଇଥିଲା ଯେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ସହ ଚାଲି ଚାଲି ଆସିଥିଲେ ସୁନୀତି

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଦେଖିବାକୁ ମିଳିଲା ଦଳଙ୍କ ପାୱାର ଶୋ

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଦେଖିବାକୁ ମିଳିଲା ଦଳଙ୍କ ପାୱାର ଶୋ

  • Share this:
News18 Odia Digital

ଭୁବନେଶ୍ବର: ରାଜଭବନରୁ ପାୱାର ହାଉସ୍ ଛକରେ ମାଳ ମାଳ ଗାଡ଼ି। ପଛକୁ ପଛ ଖୋଲା ଜିପ୍। ଗୋଟିଏ ଜିପରେ ସୁଲୋଚନାଙ୍କ ସହ ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଥିବାବେଳେ ବାଇକ୍ ବି କମ ନଥିଲା। ବିଜେଡି ଜିନ୍ଦାବାଦ ନାରାରେ ଫାଟି ପଡୁଥିଲା ରାଜଧାନୀ। ନୋମିନେସନ କେନ୍ଦ୍ରକୁ ଯିବା ଆଗରୁ ଏଭଲି ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି। ତେବେ ଏଥିରୁ ବାଦ ପଡ଼ିନଥିଲା ବିଜେପି ମଧ୍ୟ।

ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଆସିବା ଆଗରୁ କିଛି କର୍ପୋରେଟର ମଧ୍ୟ ନିଜ ନିଜର ପାୱାର ଶୋ କରିଥିଲେ। ପାୱାର ହାଉସ୍ ଛକରେ ଗହଳି ଏଭଲି ହୋଇଥିଲା ଯେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ସହ ଚାଲି ଚାଲି ଆସିଥିଲେ ସୁନୀତି। ବିଜେପି ଜିନ୍ଦାବାଦ ନରା ଦେଇ ପ୍ରାର୍ଥୀପତ୍ର କେନ୍ଦ୍ରକୁ ଏଣ୍ଟ୍ରି କରିଥିଲେ ସୁନୀତି। କଳିଙ୍ଗ ସେନା ପକ୍ଷ୍ୟରୁ ସ୍ମିତା ମିଶ୍ର ମଧ୍ୟ ଦଳର ସଭାପତିଙ୍କ ସହ ଆସି କରିଥିଲେ ନାମାଙ୍କନ ପତ୍ର ଦାଖଲ।

ତେବେ ଏହାରି ଭିତରେ ସରିଲା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା। ସୋମବାର ଶେଷ ଦିନରେ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡୁ ଓ କଳିଙ୍ଗ ସେନା ପକ୍ଷ୍ୟରୁ ସ୍ମିତା ମିଶ୍ର ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ସହ କିଛି କର୍ପୋରେଟର ମଧ୍ୟ ଆସି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।

ରବିବାର ଭଳି ସୋମବାର ମଧ୍ୟ ପାୱାର ହାଉସ ଛକରେ ପାୱାର ଶୋ କରିଥିଲେ ନେତା। ରୋଡ଼ରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବାଇକ ରାଲି କରିବା ସହ ବିଭିନ୍ନ ଛକରେ ବାଜା ବଜାଇ ବାଣ ଫୁଟାଇ ରାଜଧାନୀକୁ ପ୍ରକମ୍ପିତ କରିଦେଇଥିଲେ। ତେବେ ଏହାରି ଭିତରେ କିଛି କର୍ପୋରେଟର ପ୍ରାର୍ଥୀ ଖୋଲା ଜିପରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଉ କିଛି ସାଦା ସିଦା କରିଥିଲେ ପ୍ରାର୍ଥୀ ପତ୍ର ଦାଖଲ। ସୋମବାର ଯେହେତୁ ନାମାଙ୍କନର ଶେଷ ଦିନ ଥିଲା। ତା ପୂର୍ବରୁ ଏଡିଏମ୍ ଅଫିସ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପ୍ରକାଶ ଥାଉକି ଶେଷ ଦିନରେ ୨୩୩ କର୍ପୋରେଟର ଓ ୫ ମେୟର ପ୍ରାର୍ଥୀ ଦାଖଲ କରିଥିଲେ ନାମାଙ୍କନ ପତ୍ର। ମୋଟ ୩୬୭ କର୍ପୋରେଟର ଓ ୧୦ ଜଣ ମେୟର ବି.ଏମ.ସି. ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବୋଲି ସୂଚନା ଦେଇଥିଲେ ବି.ଏମ. ସି. ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ।
Published by:Lipina Das
First published: