ବ୍ରହ୍ମପୁର: ସରିଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା; ନାମାଙ୍କନ କଲେ ୧୦୧ ପ୍ରାର୍ଥୀ

ବ୍ରହ୍ମପୁର ମହାନଗର ନଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଅନ୍ତିମ ଦିନରେ ମୋଟ ୧୦୫ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ନିଜର ନାମାଙ୍କନ ଦାଖଲ କରିଥିଲେ ।

ବ୍ରହ୍ମପୁର ମହାନଗର ନଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁର ମହାନଗର ନଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଅନ୍ତିମ ଦିନରେ ମୋଟ ୧୦୫ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ନିଜର ନାମାଙ୍କନ ଦାଖଲ କରିଥିଲେ । ଏଥିରୁ ୪ ଜଣ ମେୟର ପଦ ପାଇଁ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଥିବା ବେଳେ ବଳକା ୧୦୧ ଜଣ କର୍ପୋରେଟର ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ।

‘‘ବ୍ରହ୍ମପୁର ସହରରେ ପୂର୍ବ ଅପେକ୍ଷା ଅନେକ ଆଖିଦୃଶିଆ ଉନ୍ନତି ହୋଇଛି । ବର୍ତ୍ତମାନ ମଧ୍ୟ ବହୁ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ତଥାପି ମଧ୍ୟ ଯେଉଁ ସମସ୍ୟା ବର୍ତ୍ତମାନ ସୁଦ୍ଧା ରହିଛି ତାହାକୁ ଆଗାମୀ ଦିନରେ ପୂରଣ କରିବି । ଲୋକଙ୍କ ସମସ୍ତ ପ୍ରକାରର ସୁଃଖଦୁଃଖରେ ସାଥି ହୋଇ ଠିଆ ହେବା ସହିତ ସେମାନଙ୍କ ନିକଟରେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବ ସେ ନେଇ ଦୃଷ୍ଟି ଦେବି, "କହିଛନ୍ତି ବିଜେଡ଼ି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ।

ସେହିପରି ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ନିକଟରୁ ବ୍ରହ୍ମପୁର ବିଜେପି ମେୟର ମହିଳା ପ୍ରାର୍ଥୀନୀ ଡ଼ଃ.ସବିତା ସୁଆର ନିଜର ସମର୍ଥକଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ ।

‘‘ଦୀର୍ଘ ବର୍ଷ ହେଲା ଲୋକେ ସହରରେ ବସବାସ କରୁଥିଲେ ମଧ୍ୟ ଲୋକଙ୍କୁ ସହରୀ ସୁବିଧା ଉପଲବ୍ଧ ହୋଇପାରୁନାହିଁ । ସହରର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେଲେ ଡ଼୍ରେନ ପାଣି ରାସ୍ତାରେ ଭାସୁଛି ତ ଆଉ କେଉଁଠି ପିଇବା ପାଣି ମାଠିଏ ପାଇଁ ଲୋକେ ଡ଼ହଳବିକଳ ହେଉଛନ୍ତି । ସେହିପରି ଅନେକ ସମସ୍ୟାରେ ଲୋକେ ରହିଥିବା ବେଳେ ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ କାମ କରିବି," କହିଛନ୍ତି ବିଜେପି ମେୟର ପ୍ରାର୍ଥୀନୀ ସବିତା ସୁଆର ।

କଂଗ୍ରେସର ମେୟର ପାର୍ଥୀନୀ ମଞ୍ଜୁ ରଥ ମଧ୍ୟ ନିଜର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ ।

‘‘ପ୍ରଥମ ଥର ନିମନ୍ତେ ରାଜନୀତିରେ ପାଦ ଦେଇଥିବା ବେଳେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ସହରବାସୀ ଗ୍ରହଣ କରିବେ । ସହରବାସୀଙ୍କ ମୌଳିକ ସମସ୍ୟାକୁ ବୁଝିବା ସହିତ ତାହାର କିଭଳି ସମାଧାନ ହେବ ସେ ନେଇ କାମ କରିବି । ଏହାସହିତ ଲୋକ ସମର୍ଥନ ରହିଥିବା ଯୋଗୁଁ ନିଶ୍ଚିତ ଭାବେ ବିଜୟ ଲାଭ କରିବି,‘‘ କହିଛନ୍ତି କଂଗ୍ରେସ ମେୟର ପ୍ରାର୍ଥୀନୀ ମଞ୍ଜୁ ରଥ ।

ଏହା ପରେ ଏସୟୁସିଆଇର ମେୟର ପ୍ରାର୍ଥୀନୀ ସୁନୀତା ପାଣିଗ୍ରାହୀ ମଧ୍ୟ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମେୟର ଭାବେ ବିଜୟୀ ଲାଭ କରିବା ପରେ ସହରର ଉନ୍ନତି ଦିଗରେ କାମ କରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବି ବୋଲି ସେ ପ୍ରତିଶୃତି ଦେଇଛନ୍ତି ।
Published by:Soumya Das
First published: