ପ୍ରଥମ ଦିନରେ ୧୯୪ କର୍ପୋରେଟର ଓ ମେୟର ପାଇଁ ୫ଟି ନାମାଙ୍କନ ପତ୍ର ବିକ୍ରି ହେଲା

ଆସନ୍ତା ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ୧୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରଥମ ଦିନରେ ରାଜ୍ୟର ତିନୋଟି ପ୍ରମୂଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କେହି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି।

ପ୍ରଥମ ଦିନରେ ୧୯୪ କର୍ପୋରେଟର ଓ ମେୟର ପାଇଁ ୫ଟି ନାମାଙ୍କନ ପତ୍ର ବିକ୍ରି ହେଲା

ପ୍ରଥମ ଦିନରେ ୧୯୪ କର୍ପୋରେଟର ଓ ମେୟର ପାଇଁ ୫ଟି ନାମାଙ୍କନ ପତ୍ର ବିକ୍ରି ହେଲା

  • Share this:
News18 Odia Digital

ଭୁବନେଶ୍ବର: ବୁଧବାରଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ପ୍ରଥମ ଦିନରେ ବହୁ ପ୍ରାର୍ଥୀ ଓ ଆଶାୟୀ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି। ଭୁବନେଶ୍ବର ଓ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଶତକଡା ୫୦ ଭାଗ ସ୍ଥାନ ସଂରକ୍ଷିତ ରହିଛି।

ଯାହାକୁ ନେଇ ମହିଳା ବିଭିନ୍ନ ଦଳରେ ତଥା ସ୍ବାଧୀନ ଭାବେ ମଧ୍ୟ ବହୁ ମହିଳା ଆଶାୟୀଙ୍କୁ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ୬୭ଟି ୱାର୍ଡରେ ୭ ଲକ୍ଷ ୨୫ ହଜାର ୭୬୫ ଜଣ ଭୋଟର ଥିବା ବେଳେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କୁ ବି.ଏମ.ସି.ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ବୁଧବାର ଠାରୁ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଦିନ ୧୧ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଫର୍ମ ଦାଖଲ ଓ ବିକ୍ରି କରାଯାଉଛି। ମେୟର ପଦବୀ ପାଇଁ ଧଳା ଓ କର୍ପୋରେଟର ପଦବୀ ପାଇଁ ହଳଦିଆ ଏହିଭଳି ଦୁଇଟି ପୃଥକ ପୃଥକ ଫର୍ମ ରହିଛି। ପ୍ରତ୍ୟେକ ଫର୍ମ ପାଇଁ ୨୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ଥର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଜର ସର୍ବାଧିକ ଦୁଇଟି ଛୁଆ ଓ ଜଣେ ପତ୍ନୀ ଥିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡୁଛି। ସେହିଭଳି ଅନ୍ୟ ଏକ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା ଓ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ହେଉଛି।

ତେବେ ଭୁଲ ତଥ୍ୟ ପ୍ରଦାନ କଲେ ନାମାଙ୍କନ ପତ୍ର ନାକଚ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଭୁବନେଶ୍ବରର ମୋଟ ୬୭ଟି ୱାର୍ଡ ପାଇଁ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୧ ଜଣ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଗ୍ରହଣ କରିବାକୁ ଦାୟିତ୍ବ ଦିଆଯାଇଛି। ନିର୍ବାଚନ ପାଇଁ ୯ଟି ଜାତୀୟ ଦଳ, ଗୋଟିଏ ଆଞ୍ଚଳିକ ଦଳ ସମେତ ସ୍ବାଧିନ ପ୍ରାର୍ଥୀଙ୍କ ପାଇଁ ୨୩ଟି ଚିହ୍ନ ଦିଆଯାଇଛି। ପ୍ରମୁଖ ରାଜେନୖତିକ ଦଳ ଗୁଡିକର ପ୍ରାର୍ଥୀ ଚୂଡାନ୍ତ ହୋଇନଥିବା ବେଳେ ଦିନେ କିମ୍ବା ଦୁଇ ଦିନରେ ଏହା ସ୍ପଷ୍ଟ ହେବା ସମ୍ଭାବନା ରହିଛି। ପ୍ରଥମ ଦିନରେ ଅନେକ ଆଶାୟୀ ଯଦିଓ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି ତେବେ କେହି ମଧ୍ୟ ଦାଖଲ କରିନଥିବା ଜଣାପଡ଼ିଛି।

ନାମାଙ୍କନ ପତ୍ର ଦାଖଲ ବେଳେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ସୃଷ୍ଟି ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ କରାଯାଉଛି। ସକାଳ ୧୦ ରୁ ଦିନ ୩ଟା ପର୍ଯ୍ୟନ୍ତ ଏଡିଏମ୍ କାର୍ଯ୍ୟାଳୟ ପରିସରରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହୁଛନ୍ତି।

ଆସନ୍ତା ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ୧୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରଥମ ଦିନରେ ରାଜ୍ୟର ତିନୋଟି ପ୍ରମୂଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କେହି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି।
Published by:Lipina Das
First published: