ମହାନଦୀ ଜଳ ବିବାଦର ସମାଧାନ ବାଟ ବାହାରି ପାରୁନି; ଛତିଶଗଡ଼ ନିଜ ଦାବିରେ ଅଟଳ ରହୁଛି

ଟ୍ରାଇବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଏବେ ଜଣାପଡୁଛି ଆଲୋଚନା ବିଫଳ ହୋଇଛି । ଏଥି ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଓ ବିଜେପି ।

ମହାନଦୀ ଜଳ ବିବାଦର ସମାଧାନ ବାଟ ବାହାରି ପାରୁନି; ଛତିଶଗଡ଼ ନିଜ ଦାବିରେ ଅଟଳ ରହୁଛି
ମହାନଦୀର ଏକ ଦୃଶ୍ୟ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଛତିଶଗଡ଼ ସହିତ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ହେଉଥିବା ସମସ୍ତ ଚେଷ୍ଟା ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀମାନେ । ଏ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ କିଛି ଆଭିମୁଖ୍ୟ ନାହିଁ ବୋଲି କଂଗ୍ରେସ କହିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଉପରେ ଉଦାସୀନତା ଓ ରାଜନୈତିକ ଅଭିସନ୍ଧିର ଅଭିଯୋଗ ଆଣିଛି ।

ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରାଇବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି। ଟ୍ରାଇବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିଥିଲା । ମହାନଦୀ ସହିତ ଜଡ଼ିତ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ଚୂଡାନ୍ତ କରିଛନ୍ତି ଟ୍ରାଇବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତ । ପୂର୍ବରୁ ଓଡ଼ିଶା ପକ୍ଷରୁ ୨୮ଟି ପ୍ରସଙ୍ଗରେ ବିଚାର କରିବାକୁ ଦାବି କରାଯାଇଥିଲା। ଛତିଶଗଡ଼ ପକ୍ଷରୁ ୨୧ଟି ପ୍ରସଙ୍ଗରେ ଶୁଣାଣି ପାଇଁ ଦାବି କରାଯାଇଥିଲା ।

ଛତିଶଗଡ଼ ଯେତେବେଳେ ଆଡ଼ିବନ୍ଧ ବାନ୍ଧୁଥିଲା ସେତେବେଳେ ଓଡ଼ିଶା ସରକାର କ’ଣ କରୁଥିଲେ ବୋଲି ବି ପ୍ରଶ୍ନ ଉଠିଛି । ଓଡ଼ିଶାର ଯେଉଁ କ୍ଷତି ହୋଇଛି ତାହା ଉପରେ ରାଜ୍ୟ ସରକାର କିଛି ଆଲୋଚନା କରି ନାହାଁନ୍ତି ଓ ଛତିଶଗଡ଼ ଟଙ୍କା ଖର୍ଚ୍ଚ କରି ଯେଉଁ ନିର୍ମାଣ ସବୁ କରିଛି ସେ ସବୁ ଭାଙ୍ଗିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ । ଆରମ୍ଭ ବେଳେ କିଛି କଲେ ନାହିଁ, ସବୁ ହୋଇସାରିବା ପରେ କହିଲେ କିଛି ଲାଭ ହେବ ନାହିଁ ବୋଲି ସେ କହଛନ୍ତି । ଯଦି ରାଜ୍ୟ ସରକାର ତଳ ମୁଣ୍ଡରେ ୧୧ଟି ଆଡ଼ି ବନ୍ଧ କରିବେ ତେବେ ଯାଇ ଓଡ଼ିଶାବାସୀ ପାଣି ପାଇବେ ବୋଲି ସେ କହିଛନ୍ତି ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ


‘‘ଜଳ ବିବାଦ ପ୍ରସଙ୍ଗ ଲମ୍ବା ସମୟ ଧରି ସୁପ୍ରିମ କୋର୍ଟରେ ରହିଲା । ଭାରତ ସରକାର ଉଦ୍ୟମ କରୁଥିବା ଥିବା ବେଳେ ସେତେବେଳେ ରାଜ୍ୟ ସରକାର ଚାହିଁଲେ ନାହିଁ । ଆପୋଷ ବୁଝାମଣା ପାଇଁ କେନ୍ଦ୍ରର ଚେଷ୍ଟାକୁ ନ ମାନି ରାଜ୍ୟ ସରକାର ରାଜନୀତି କଲେ, ଯାହାର ଫଳ ଓଡ଼ିଶାର ଚାଷୀ ଓ ଲୋକମାନେ ଭୋଗୁଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ ରାଜନୀତି ନ କରି ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ ଚେଷ୍ଟା କରନ୍ତୁ,’’ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ‘‘ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୌସୁମୀ ସମୟରେ ଅସୁବିଧା ନାହିଁ, କିନ୍ତୁ ଅଣମୌସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉ ନାହୁଁ ।’’

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


କିନ୍ତୁ ଛତିଶଗଡ଼ ନିଜ ଦାବିରେ ଅଟଳ ରହିଛି । ଟ୍ରାଇବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଏବେ ଜଣାପଡୁଛି ଆଲୋଚନା ବିଫଳ ହୋଇଛି । ‘‘ଏବେ ଟ୍ରିବ୍ୟୁନାଲ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା । ସରକାରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରହିଛି ଆଶା କରୁଛୁ ଟ୍ରିବ୍ୟୁନାଲ ଆମ ସପକ୍ଷରେ ନିଷ୍ପତ୍ତି ନେବେ,’’ କହିଛନ୍ତି ମନ୍ତ୍ରୀ ।

ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ରିଜର୍ଭୟର ପାଇଁ ଓଡ଼ିଶା ସରକାର କେନ୍ଦ୍ର ଜଳ ଆୟୋଗ ଠାରୁ ଅନୁମତି ମାଗିଥିବା କହିଛନ୍ତି ମନ୍ତ୍ରୀ । ଅନୁମତି ମିଳିବା ପରେ ତଳ ମୁଣ୍ଡରେ ମଧ୍ୟ ମହାନଦୀ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଏହା ବି ପଢ଼ନ୍ତୁ: ୫,୪୦୦ର କରୋନା ପାଇଁ ବ୍ୟବହୃତ ରେମଡେସିଭିର୍ ଔଷଧକୁ ₹୨୦,୦୦୦ରେ ବିକି ଗିରଫ ହେଲେ ଦୋକାନୀ ଓ ସହଯୋଗୀ

ଟ୍ରାଇବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ରେ ହେବ। ଉଭୟ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ପ୍ରସଙ୍ଗ ଚୂଡାନ୍ତ କରିବାକୁ ଟ୍ରାଇବ୍ୟୁନାଲ୍ ପରାମର୍ଶ ଦେଇଥିଲେ। ବାରମ୍ବାର ଆଲୋଚନା ବିଫଳ ହେବାରୁ ପ୍ରସଙ୍ଗ ଚୂଡାନ୍ତ କରିଛନ୍ତି ଟ୍ରିବ୍ୟୁନାଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ନଥିପତ୍ର ଆଦାନ ପ୍ରଦାନର ଯାଞ୍ଚ କରିବା ପରେ ପରବର୍ତ୍ତୀ ଶୁଣାଣିରେ ଉଭୟ ପକ୍ଷ ନିଜର ମତ ରଖିବେ।
Published by: Anand Shankar Thankur Das
First published: July 11, 2020, 9:28 PM IST
corona virus btn
corona virus btn
Loading