No Smoking Day 2021: ଆଜି ନୋ ସ୍ମୋକିଂ ଡେ; ଜାଣନ୍ତୁ ଧୂମପାନ ଛାଡିବା ପାଇଁ ସବୁଠାରୁ ସହଜ ଘରୋଇ ଉପାୟ

No Smoking Day 2021: ଡାକ୍ତରମାନେ କୁହନ୍ତି ଯେ କେବଳ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ଯେତିକି କ୍ଷତି ହୋଇନଥାଏ ତା'ଠାରୁ ଅଧିକ କ୍ଷତି ଟାଣୁଥିବା ଲୋକର ଧୂଆଁ ସଂସ୍ପର୍ଶ ଆସିଥିବା ଲୋକଙ୍କୁ ହୋଇଥାଏ । ସିଗାରେଟ୍ ଟାଣିବା କର୍କଟ ଓ ହୃଦଘାତ ଭଳି ବିପଜ୍ଜନକ ରୋଗର କାରଣ ହୋଇପାରେ ।

No Smoking Day 2021: ଆଜି ନୋ ସ୍ମୋକିଂ ଡେ; ଜାଣନ୍ତୁ ଧୂମପାନ ଛାଡିବା ପାଇଁ ସବୁଠାରୁ ସହଜ ଘରୋଇ ଉପାୟ
ଜାଣନ୍ତୁ ଧୂମପାନ ଛାଡିବା ପାଇଁ ସହଜ ଘରୋଇ ଉପାୟ
  • News18 Odia
  • Last Updated: March 10, 2021, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
No Smoking Day 2021: ଆଜି ସାରା ଦେଶରେ ନୋ ସ୍ମୋକିଂ ଡେ (No Smoking Day) ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚର ଦ୍ୱିତୀୟ ବୁଧବାର ଦିନ ନୋ ସ୍ମୋକିଂ ଡେ ଭାବରେ ପାଳନ କରାଯାଏ । ଏହାର ଉତ୍ସବ ୧୯୮୪ ମସିହାରେ ଆରମ୍ଭ ହୋଇଥିଲା । ଏହି ଦିନ ସାରା ବିଶ୍ୱରେ ଧୂମପାନ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରାଯାଏ । ଯାହା ଦ୍ୱାରା ଲୋକମାନେ ସ୍ମୋକିଂ ଅର୍ଥାତ ଧୂମପାନ ଛାଡି ପାରିବେ । ଡାକ୍ତରମାନେ କୁହନ୍ତି ଯେ କେବଳ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ଯେତିକି କ୍ଷତି ହୋଇନଥାଏ ତା'ଠାରୁ ଅଧିକ କ୍ଷତି ଟାଣୁଥିବା ଲୋକର ଧୂଆଁ ସଂସ୍ପର୍ଶ ଆସିଥିବା ଲୋକଙ୍କୁ ହୋଇଥାଏ । ସିଗାରେଟ୍ ଟାଣିବା କର୍କଟ ଓ ହୃଦଘାତ ଭଳି ବିପଜ୍ଜନକ ରୋଗର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଧୂମପାନ ନକରି ଆପଣ ମଧ୍ୟ ସିଗାରେଟରୁ ଦୂରେଇ ଯିବାକୁ ଚେଷ୍ଟା କରିବା ଉଚିତ୍ । ଯଦିଓ ଧୂମପାନ ନିଶା ଠାରୁ ଦୂରେଇ ରହିବା ଅତ୍ୟନ୍ତ କଷ୍ଟକର । କିନ୍ତୁ କିଛି ଘରୋଇ ଉପଚାର ଆପଣାଇ ଏହାକୁ ଛଡ଼ାଯାଇପାରେ । ଜାଣନ୍ତୁ ଧୂମପାନ ତ୍ୟାଗ ପାଇଁ କିଛି ଘରୋଇ ଉପାୟ ..

ଧୂମପାନ ଛାଡିବା ପାଇଁ ଘରୋଇ ଉପାୟ ..

- ଦିନସାରା ପ୍ରଚୁର ପାଣି ପିଅନ୍ତୁ । ବାସ୍ତବରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଜଳ ଅତ୍ୟନ୍ତ ଲାଭଦାୟକ ଅଟେ । ଖାଇବାର ୧୫ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍ ପାଣି ପିଅନ୍ତୁ । ଏହା ମେଟାବୋଲିକ୍ ହାରକୁ ନିୟନ୍ତ୍ରଣରେ ରଖେ । ଏହା ମଧ୍ୟ ଧୂମପାନ ଅଭ୍ୟାସକୁ ଧୀରେ ଧୀରେ ଅଦୃଶ୍ୟ କରିଦିଏ ।

-ପ୍ରତିଦିନ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚାମଚ ମହୁ ପକାଇ ପିଇବା ସିଗାରେଟ୍ ଟାଣିବାର ନିଶା ଛାଡ଼ିବାରେ ସାହାଯ୍ୟ କରିଥାଏ ।

-ଚୋପା ଛଡା ମୂଳା ଖାଇବା ଦ୍ୱାରା ସେହି ବ୍ୟକ୍ତିମାନେ ଉପକୃତ ହୋଇପାରିବେ ଯେଉଁମାନେ ଚେନ୍ ସ୍ମୋକିଂ କିମ୍ବା ଖରାପ ନିଶା ଦ୍ୱାରା ପୀଡିତ । ଆପଣ ଏହାକୁ ମହୁ ସହିତ ମଧ୍ୟ ମିଶାଇ ଖାଇପାରିବେ ।

- ଓଟସ୍ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଧୂମପାନ କରିବାର ଇଚ୍ଛା କମାଇବାରେ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ ଜଳଖିଆରେ ନିଶ୍ଚିତ ଭାବରେ ଓଟସ୍ ସାମିଲ କରନ୍ତୁ ।

- ଯେତେବେଳେ ଆପଣଙ୍କୁ ଧୂମପାନ କରିବାକୁ ଇଚ୍ଛା ହେବ ସେତବେଳେ ଆପଣ ଏକ ନିମ୍ବ ଦାନ୍ତକାଠି ମଧ୍ୟ ଚୋବାଇ ପାରିବେ । ଏହା କରିବା ଦ୍ୱାରା ଧୂମପାନ କରିବାର ଇଚ୍ଛା କମିଯିବ ।

- ଯେତେବେଳେ ଆପଣଙ୍କୁ ଧୂମପାନ କରିବାକୁ ଇଚ୍ଛା ହେବ ସେତବେଳେ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ନାଲି ଚିଲି ପାଉଡର ମିଶାଇ ପିଅନ୍ତୁ । ଆପଣ ଏଥିରୁ ତୁରନ୍ତ ଆରାମ ପାଇବେ ।

- ଜିନ୍ସେଙ୍ଗ ହେଉଛି ଏକ ଔଷଧ  । ଯାହା ଶରୀରରେ କର୍ଟିସୋଲ ସ୍ତରକୁ ହ୍ରାସ କରିଥାଏ ଓ ଶକ୍ତି ସ୍ତରକୁ ବଢ଼ାଇଥାଏ । ଏହି ପରିପ୍ରେକ୍ଷୀରେ ଆପଣ ସିଗାରେଟ୍ ଟାଣିବା ଇଛା କରିବେ ନାହିଁ ।

- ଦୁଇଟି ବଡ଼ ଚାମଚ ବେକିଂ ସୋଡାକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ ଓ କିଛି ଦିନ ନିୟମିତ ଖାଇବା ପରେ ପିଅନ୍ତୁ । ଏହା ଦ୍ୱାରା ଧୀରେ ଧୀରେ ଧୂମପାନ ନିଶା କମିଯିବ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସମସ୍ତ ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ । ନ୍ୟୁଜ୍ 18 ଓଡ଼ିଆ ଏଗୁଡିକ ନିଶ୍ଚିତ କରେ ନାହିଁ । ଏଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।)
Published by: Jagdish Barik
First published: March 10, 2021, 1:54 PM IST