ଭୁବନେଶ୍ୱରରେ ବି ଏ ଥର ଗଡ଼ିବନି ରଥ; ଏଠି ପାଖାପାଖି ୫୦ ସ୍ଥାନରେ ପ୍ରତି ବର୍ଷ ରଥ ଯାତ୍ରା ହୁଏ

ରଥ ଯାତ୍ରା ହେବନି, ହେଲେ ଭୁବନେଶ୍ୱର ଓ ଆଖପାଖର ସବୁ ମନ୍ଦିରରେ ବିଧି ରକ୍ଷା ପାଇଁ ସମସ୍ତ ନୀତି ହେବ । ସକାଳ ୫ଟାରେ ମଙ୍ଗଳ ଆଳତି ପରେ ତଡ଼ପ ଲାଗି ହେବ। ମାଉସୀ ମା’ ଘରେ ବି ସବୁ ନୀତି ପୂର୍ବ ପରି ହେବ ।

ଭୁବନେଶ୍ୱରରେ ବି ଏ ଥର ଗଡ଼ିବନି ରଥ; ଏଠି ପାଖାପାଖି ୫୦ ସ୍ଥାନରେ ପ୍ରତି ବର୍ଷ ରଥ ଯାତ୍ରା ହୁଏ
ଭୁବନେଶ୍ୱରର ଇସ୍କନ ମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରଥ ଉପରେ ବଡ଼ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସେଇଥି ପାଇଁ ତ ପ୍ରତି ବର୍ଷ ଲୋକେ ଅନେଇ ବସିଥାନ୍ତି ଏହି ଭାଇ ଭଉଣୀଙ୍କ ମାଉସୀ ଘର ଯିବାକୁ । ହେଲେ ଏଥର କେବଳ ପୁରୀକୁ ଛାଡ଼ି ଆଉ କୌଣସି ସ୍ଥାନରେ ଗଡ଼ିବ ନାହିଁ ରଥ । ରାଜଧାନୀ ଭୁବନେଶ୍ବରରେ ପ୍ରତି ବର୍ଷ ପ୍ରାୟ ୫୦ଟି ଜାଗାରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏ ବର୍ଷ କୌଣସି ଜାଗାରେ ରଥଟଣା ହେବ ନାହିଁ ।

ଇସ୍କନ ମନ୍ଦିରର ରଥ ଯାତ୍ରା ରାଜଧାନୀର ଆକର୍ଷଣ ସାଜେ । ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ରଥ ଟାଣିବା ପାଇଁ । ହେଲେ ଏ ବର୍ଷ ସ୍ନାନ ଯାତ୍ରା ଠୁ ଆରମ୍ଭ କରି ସମସ୍ତ ନୀତିକାନ୍ତି ଚାଲିଛି ମନ୍ଦିର ଭିତରେ । ମାଉସୀ ଘରେ ହେଉଥିବା ସମସ୍ତ ନୀତି ବି ମନ୍ଦିର ଭିତରେ କରାଯିବ। କାଲି ସକାଳେ ମଙ୍ଗଳ ଆଳତି ପରେ ଠାକୁରଙ୍କ ନୀତି ସହ ପହଣ୍ଡି କରାଯାଇ ମନ୍ଦିରରେ ଥିବା ଅନ୍ୟ ଏକ ମଣ୍ଡପକୁ ନିଆଯିବ । ସେଇଠି ହେବ ସମସ୍ତ ନୀତିକାନ୍ତି ।

‘‘ରଥ କେବଳ ଏକ ଯାତ୍ରା ନୁହେଁ, ଏହା ଭକ୍ତଙ୍କ ଭାବାବେଗ ସହ ଜଡିତ। ରଥ ଯାତ୍ରା ହେଲେ ଭକ୍ତଙ୍କୁ ସମ୍ଭାଳିବା କଷ୍ଟ ହୋଇଯିବ । ତେଣୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପୂର୍ବରୁ ହିଁ ଆମେ ବିନା ଭକ୍ତ ଓ ଦର୍ଶନରେ ଏ ବର୍ଷ ରଥ ଯାତ୍ରା ନୀତି କରିବାକୁ ସ୍ଥିର କରିଥିଲୁ,’’ କହିଛନ୍ତି ଇସ୍କନ ମନ୍ଦିର ପୂଜା କମିଟିର ଅଧ୍ୟକ୍ଷ ଉପେନ୍ଦ୍ର ମିଶ୍ର ।

ଏ ବର୍ଷ ଇସ୍କନ ମନ୍ଦିର ଭିତରେ ହୋଇଥିବା ଅସ୍ଥାୟୀ ସ୍ନାନ ମଣ୍ଡପକୁ ଚାରି ଠାକୁରଙ୍କୁ ଅଣାଯାଇ ସ୍ନାନ କରାଯାଇଥିଲା ।


ଗତ ନଅ ବର୍ଷ ଧରି ଖଣ୍ଡଗିରିରେ ହେଉଥିବା ରଥ ଯାତ୍ରା ମଧ୍ୟ ବନ୍ଦ ହୋଇଛି। ମନ୍ଦିର ଭିତରେ ପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି । ହେଲେ ନା ଆସୁଛନ୍ତି ଭକ୍ତ ନା ଲାଗୁଛି ଗହଳି । ଏହାକୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତି ମନ୍ଦିରର ପୂଜକ । ରଥ ଯାତ୍ରା ହେବନି, ହେଲେ ମନ୍ଦିର ଭିତରେ ବିଧି ରକ୍ଷା ପାଇଁ ସମସ୍ତ ନୀତି ହେବ। ସକାଳ ୫ଟାରେ ମଙ୍ଗଳ ଆଳତି ପରେ ତଡ଼ପ ଲାଗି ହେବ। ତା’ପରେ ୯ଟା ସୁଦ୍ଧା ମନ୍ଦିର ଭିତରେ ଥିବା ମଣ୍ଡପକୁ ପହଣ୍ଡି କରି ତିନି ଠାକୁରଙ୍କୁ ନିଆଯିବ । ମାଉସୀ ମା’ ଘରେ ଯେଉଁ ନୀତି ସବୁ ହୁଏ ସେହି ନୀତି ସବୁ ନଅ ଦିନ ଧରି କରାଯିବ ବୋଲି ମନ୍ଦିର ପୂଜକ କହିଛନ୍ତି।

‘‘ଏଭଳି ସ୍ଥିତିରେ ଠାକୁର ବି ଭକ୍ତଙ୍କୁ ଦେଖା ଦେଉ ନାହାନ୍ତି । ଚାରି ମାସ ହେବ ଦର୍ଶନ ବି କରିହେଉନି। ଏବେ ରଥ ବନ୍ଦ ହେବା ଆମକୁ ବହୁତ କଷ୍ଟ ଦେଇଛି,’’ କହିଛନ୍ତି ଖଣ୍ଡଗିରି ବାସିନ୍ଦା ରଘୁନାଥ ନାୟକ ।

ପଟିଆ, ଭି.ଏସ.ଏସ. ନଗର, ବାଣୀବିହାର କ୍ୟାମ୍ପସ, ଓଲଡ଼ ଟାଉନ, ଜାଗମରା, ରିଜିଓନାଲ କଲେଜ ଅଫ ମାନେଜମେଣ୍ଟ, ଭୀମଟାଙ୍ଗି, ଦୁମଦୁମା, ବରମୁଣ୍ଡ, ନୀଳାଦ୍ରି ବିହାର, ଲକ୍ଷ୍ମୀସାଗର ଓ ଓୟୁଏଟିରେ ବେଶ ଧୁଧାମରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଭକ୍ତଙ୍କ ଭିଡ଼ ବି ଦେଖିବାକୁ ମିଳେ । ହେଲେ ମନ୍ଦିର ସବୁ ଏବେ ଶୁନଶାନ ହୋଇ ଠିଆ ହୋଇଛି ।

ଏହା ବି ପଢ଼ନ୍ତୁ: 

ଏହି ସୁନ୍ଦର ଓ ଜଟିଳ ଆସନ କେମିତି କରିବେ? ଅଭିନେତ୍ରୀ ମଲାଇକା ଅରୋଡ଼ା ଉପାୟ କହିଛନ୍ତି

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 22, 2020, 9:33 PM IST
corona virus btn
corona virus btn
Loading