କଲେଜ କ୍ୟାମ୍ପସ ରାଜନୀତିମୁକ୍ତ ହେବ; ପରିଚାଳନା କମିଟିରେ ଆଉ ସ୍ଥାନୀୟ ବିଧାୟକ ବା ନେତାଙ୍କ ସ୍ଥାନ ନାହିଁ

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଏହି ଘୋଷଣା ପରେ ଏ ନିଷ୍ପତ୍ତିକୁ ସ୍ବାଗତ କରି ଶିକ୍ଷାବିତ୍‌ମାନେ କହିଛନ୍ତି ଯେ କଲେଜରୁ ରାଜନୀତିକୁ ସମ୍ପୂର୍ଣ୍ଣ ବାହାର କରାଯିବା ଉଚ଼ିତ ଓ କଲେଜର ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚ଼ିତ ।

କଲେଜ କ୍ୟାମ୍ପସ ରାଜନୀତିମୁକ୍ତ ହେବ; ପରିଚାଳନା କମିଟିରେ ଆଉ ସ୍ଥାନୀୟ ବିଧାୟକ ବା ନେତାଙ୍କ ସ୍ଥାନ ନାହିଁ
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ
  • News18 Odia
  • Last Updated: January 24, 2020, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟର କଲେଜ କ୍ୟାମ୍ପସଗୁଡ଼ିକୁ ରାଜନୀତିମୁକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି କରିଛି ଯେ କଲେଜ ପରିଚାଳନା କମିଟିରେ ଆଉ ସ୍ଥାନୀୟ ବିଧାୟକ ବା ରାଜନେତା ରହିବେ ନାହିଁ । ଏଣିକି ଶିକ୍ଷାବିତ୍‌ ଓ ଅଭିଭାବକମାନଙ୍କୁ ନେଇ କଲେଜଗୁଡ଼ିକର ପରିଚାଳନା କମିଟି ଗଠନ ହେବ ।

ତା’ ବ୍ୟତୀତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର କୌଣସି ଅଧ୍ୟାପକ ଘରୋଇ କୋଚ଼ିଂ ଦେଉଥିବାର ଜଣାପଡ଼ିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସବୁ କଥା ଅଭିଭାବକ ମହାସଙ୍ଘ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।

‘‘କଲେଜ କ୍ୟାମ୍ପସଗୁଡ଼ିକୁ ରାଜନୀତିମୁକ୍ତ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଖୁବ୍‌ ଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ,’’ କହିଛନ୍ତି ସାହୁ । ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ୍‌ମାନେ ।

ବରିଷ୍ଠ ଶିକ୍ଷାବିତ୍‌ ଆର୍‌.ଏନ୍‌.ପଣ୍ଡା କହିଛନ୍ତି କେବଳ ପରିଚାଳନା କମିଟି ନୁହେଁ, କଲେଜରୁ ରାଜନୀତିକୁ ସମ୍ପୂର୍ଣ୍ଣ ବାହାର କରାଯିବା ଉଚ଼ିତ । ‘‘କଲେଜର ଛାତ୍ର ସଂସଦ  ନିର୍ବାଚନ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚ଼ିତ,’’ ସେ କହିଛନ୍ତି ।

‘‘ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର କେହି ଅଧ୍ୟାପକ ଯଦି ଘରୋଇ କୋଚ଼ିଂ ଦେଉଥାଆନ୍ତି, ଅଭିଭାବକମାନେ ସିଧାସଳଖ ବିଭାଗକୁ ଜଣାଇବା ଉଚ଼ିତ । ଅଭିଯୋଗ ଆସିଲେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ଅଭିଭାବକ ଓ ଛାତ୍ରଛାତ୍ରୀ ଏହାକୁ ସ୍ବାଗତ କରିଛନ୍ତି ।

ଏକ କଲେଜ କ୍ୟାମ୍ପସରେ ଛାତ୍ରୀମାନେ (ଫାଇଲ୍‌ ଫଟୋ)


ଅଭିଭାବକ ମହାସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏହି ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ କହିଛନ୍ତି ଓ ଏହା ଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିପାରିବ ବୋଲି ମତ ଦେଇଛନ୍ତି ।

ଉଚ୍ଚ ଶିକ୍ଷାରେ ଅଭିଭାବକଙ୍କ ଭୂମିକା ଉପରେ ଗୁରୁବାର (ଜାନୁଆରୀ ୨୩) ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ସଚିବ ଯୋଗ ଦେଇଥିଲେ । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ଅଭିଭାବକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଉଭୟ ମନ୍ତ୍ରୀ ଓ ସଚିବ ।

‘‘ଏବେ ସମୟ ଆସିଛି କିଛି ଟ୍ରାନ୍‌ସଫରମେଟିଭ ଚିନ୍ତା କରିବାକୁ । ଦକ୍ଷତା ବିକାଶକୁ ଗୁରୁତ୍ବ ଦେବା କଥା । ବିଦେଶରେ ଅଷ୍ଟମ ପରେ ପାଠ ଛାଡି ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି । ସିବିଏସ୍‌ଇକୁ ଧନ୍ୟବାଦ ଗଣିତ ପାଇଁ ଦୁଇଟି ପେପର କରିଛନ୍ତି । ଯାହାର ଯେଉଁଥିରେ ଦକ୍ଷତା ରହିଛି, ସେ ସେଥିରେ ଭଲ କରିବ । ଯାହାର ଯେଉଁ ବିଷୟ ଭଲ ତାକୁ ପଢିବାକୁ ଦିଅ । ବିଜ୍ଞାନ ହେଉନି ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢାନ୍ତୁ ନାହିଁ । ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ,’’ କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ର ।
First published: January 24, 2020, 3:23 PM IST