ଓଡ଼ିଶାରେ ଗତ ବର୍ଷ ପୋଲିସ ହେପାଜତରେ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ; NCRB

ଓଡ଼ିଶାରେ ଗତ ବର୍ଷ ପୋଲିସ ହେପାଜତରେ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନଥିବା ବେଳେ ଗୁଜୁରାଟରେ ଏହି ସଂଖ୍ୟା ସର୍ବାଧିକ ରହିଛି । ଏନସିଆରବି ଏହି ତଥ୍ୟ ପ୍ରକାଶ କରିଛି ।

ଓଡ଼ିଶାରେ ଗତ ବର୍ଷ ପୋଲିସ ହେପାଜତରେ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ : NCRB

ଓଡ଼ିଶାରେ ଗତ ବର୍ଷ ପୋଲିସ ହେପାଜତରେ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ : NCRB

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଓଡ଼ିଶାରେ ଗତ ବର୍ଷ ପୋଲିସ ହେପାଜତରେ ଥିବା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏହି ତଥ୍ୟ ପ୍ରକାଶ କରିଛି । ଗୁଜୁରାଟରେ ସର୍ବାଧିକ ୨୨ ଜଣଙ୍କର ମୃତ୍ୟୁ ହୋଇଛି ରିପୋର୍ଟରେ ଦର୍ଶାଯାଇଥିବା ବେଳେ , ମହାରାଷ୍ଟ୍ରରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି, ୨୦୨୧ ମସିହାରେ ଓଡିଶା ପୋଲିସର ହେପାଜତ (ରିମାଣ୍ଡରେ ଥିବା ବ୍ୟକ୍ତି)ରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ସୂଚନା ରହିଛି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପ୍ରତ୍ୟେକରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଆନ୍ଧ୍ରପ୍ରଦେଶରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ।

ଓଡ଼ିଶାରେ ୨୦୨୦ ମସିହାରେ ପୋଲିସ୍ ହେପାଜତରେ ଥିବା ୨ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା ବୋଲି କୁହାଯାଇଛି । ସେହିପରି ୨୦୧୯ ରେ, ରାଜ୍ୟରେ ଚାରିଟି ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି ଏବଂ ଦୁଇଟି ମାମଲାରେ ମାଜିଷ୍ଟ୍ରେଟ୍ ସ୍ତରର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତିନିଜଣ ଆତ୍ମହତ୍ୟା କରିଥିବା ବେଳେ ଜଣେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛନ୍ତି ବୋଲି ଦର୍ଶାଯାଇଛି । ୨୦୧୮ ରେ, ପୋଲିସ ହେପାଜତରେ ଦୁଇଟି ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି ।

ପୋଲିସ ଷ୍ଟେସନରେ ସିସିଟିଭି ଲଗେଇବାକୁ ସୁପ୍ରିମକୋର୍ଟ ପୂର୍ବରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଦ୍ଵାରା ଲୋକମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ ।

ଡିଜିପି ସୁନୀଲ କୁମାର ବନସଲ କହିଛନ୍ତି ଯେ, “ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ପୋଲିସ ଷ୍ଟେସନ ବ୍ୟତୀତ ଯାହା ଆଗାମୀ ଦିନରେ ନୂଆ ଗୃହକୁ ସ୍ଥାନାନ୍ତରିତ ହେବ, ଅନ୍ୟ ସମସ୍ତ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିଛି । ଲୋକମାନଙ୍କର ଅଧିକାରକୁ ସୁରକ୍ଷିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏକ ଭଲ ପଦେକ୍ଷପ ବୋଲି କହିଛନ୍ତି ।"
Published by:Sujit Swain
First published: