ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା; ଜଣେ ହେଳେ କରିନାହାଁନ୍ତି ନାମାଙ୍କନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦୁଇଦିନ ହେବ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। କିନ୍ତୁ ବାଲେଶ୍ୱରରେ ଜଣେ ବି ଜିଲ୍ଲା ପରିଷଦ ପାଇଁ ନାମାଙ୍କନ କରି ନାହାଁନ୍ତି ।

କଂଗ୍ରେସ ନିଜର ପାର୍ଥୀ ଘୋଷଣା କରିଛି

କଂଗ୍ରେସ ନିଜର ପାର୍ଥୀ ଘୋଷଣା କରିଛି

  • Share this:
News18 Odia Digital

ବାଲେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦୁଇଦିନ ହେବ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। କିନ୍ତୁ ଜଣେବି ଜିଲ୍ଲା ପରିଷଦ ପାଇଁ ନାମାଙ୍କନ କରି ନାହାଁନ୍ତି । ତିନି ପ୍ରମୁଖ ଦଳ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇପାରିନି । ଏକାଧିକ ଆଶାୟୀ ନେଇ ଦଳମାନେ ଦ୍ଵନ୍ଦରେ ଥିବା ନେଇ ଚର୍ଚ୍ଚା ହେଉଛି।

ବାଲେଶ୍ୱର ଜିଲ୍ଲାରେ ୩୬୫ ପଞ୍ଚାୟତ ପାଇଁ ସରପଞ୍ଚ ଓ ସମିତିସଭ୍ୟ ଓ ୪୫ ଜିଲ୍ଲା ପରିଷଦ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ବାଲେଶ୍ୱର ଜିଲ୍ଲା ପରିଷଦ ଆସନ ଦଖଲ ପାଇଁ ତିନି ଦଳ ପୁରା ଉଦ୍ୟମ ଜାରି ରଖିଛନ୍ତି ହେଲେ ଦଳଙ୍କ ପାଇଁ ଟେନସନ ହୋଇଛି ପ୍ରାର୍ଥୀ ଚୟନ । ନାମାଙ୍କନ ଆସନ୍ତା ୨୧ ତାରିଖ ସରିବାକୁ ଥିବାବେଳେ ଦୁଇ ଦିନ ହେଲା କେହି ଜଣେବି ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସେହିପରି ଗତ ବାଲେଶ୍ୱର ଉପନିର୍ବାଚନରେ ବିଜେଡ଼ି ବାଜିମାତ ପରେ ନୂଆ ବିଧାୟକଙ୍କ ପାଇଁ ମଧ୍ୟ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି। ତେବେ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିଲେ ମଧ୍ୟ ଦଳମାନେ ବିଜୟୀ ହେବା ଦୃଢ଼ୋକ୍ତି ଦେଇଛନ୍ତି।

"ଜିଲ୍ଲାର ସମସ୍ତ ପ୍ରାର୍ଥୀ ତାଲିକା ଶୀଘ୍ର ଘୋଷଣା ହେବ । ଗତଥର ପଞ୍ଚାୟତ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ବିଜେଡ଼ି ବାଜିମାତ କରିବ। ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ଯୋଜନାକୁ  ଦେଖି ଲୋକ ଆମକୁ ଭୋଟ ଦେବେ," କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର ଜେନା।

"କେନ୍ଦ୍ରୀୟ ଯୋଜନାକୁ ଯେପରି ଭାବରେ ବିଜେଡ଼ି ନିଜେ ହାତେଇ କ୍ରେଡିଟ ନେବାକୁ ଚାଁହୁଛି ତାହା ଲୋକ ଜାଣିଲେଣି। ଆମର ସବୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆଲୋଚନା ସରିଛି। ବିଜେପି ଏଥର ଭଲ ପ୍ରଦର୍ଶନ କରିବ," କହିଛନ୍ତି ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର।

ବୁଧବାର କଂଗ୍ରେସ ଦଳ ନିଜର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମ ଘୋଷଣା ସହିତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ଆରମ୍ଭ କରିବେ । ଏନେଇ କଂଗ୍ରେସ ସମସ୍ତ ୪୫ ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି।

"ଆମର ସବୁ ଜୋନରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଛି । କେନ୍ଦ୍ର ଓ ରାଜ୍ୟର ଜନ ବିରୋଧୀ କାର୍ଯ୍ୟ ନେଇ ଆମର ବିଜୟ ସୁନିଶ୍ଚିତ," କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି।
Published by:Soumya Das
First published: