ବାରରେ ବାଉନ୍ସର ମନା; ୨ମାସ ପାଇଁ ନିୟମ କଡ଼ା କଲା କମିଶନରେଟ ପୋଲିସ

କଟକ-ଭୁବନେଶ୍ୱରରେ ବାରଗୁଡ଼ିକରେ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ ସୁରକ୍ଷାକର୍ମୀ କିମ୍ବା ବାଉନସନ ନିୟୋଜିତ କରିବା ଉପରେ କଟକଣା ଜାରି କରିଛି ପୋଲିସ। ବାଉନସରମାନଙ୍କ ନାମରେ ବହୁ ଅପରାଧ ମାମଲା ରୁଜ୍ଜୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ ।

ଆଉ ବାରରେ ରହିବେନି ବାଉନସର (ପ୍ରତୀକାତ୍ମକ ଛବି)

ଆଉ ବାରରେ ରହିବେନି ବାଉନସର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ମଦ ବାରଗୁଡ଼ିକରେ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ ସୁରକ୍ଷାକର୍ମୀ କିମ୍ବା ବାଉନସନ ନିୟୋଜିତ କରିବା ଉପରେ କଟକଣା ଜାରି କରିଛି କମିଶନରେଟ ପୋଲିସ।  ବାରଗୁଡ଼ିକରେ ମୁତୟନ ହେଉଥିବା ସୁରକ୍ଷାକର୍ମୀ ଅବା ବାଉନସରମାନଙ୍କ ନାମରେ ବହୁ ଅପରାଧ ମାମଲା ରୁଜ୍ଜୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ ।

ବାଉନ୍‌ସରମାନଙ୍କଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଓ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବାର ମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କ ଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ଼ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରାଇଭେଟ୍‌ ସିକ୍ୟୁରିଟ ଏଜେନ୍ସିମାନଙ୍କ ଠାରୁ ବାର୍‌ ମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାର୍‌ମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ । ଆବଶ୍ୟକସ୍ଥଳେ ୧୧୨ ନମ୍ବରକୁ କଲକରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ ।

"ଆମେ ବିଭିନ୍ନ ସମୟରେ ଦେଖିବାକୁ ପାଉଛୁ ଓ ଅଭିଯୋଗ ମଧ୍ୟ ଆସିଛି, ବାର ଗୁଡ଼ିକରେ ମୁତୟନ ଥିବା ବାଉନସର ହୁଅନ୍ତୁ ଅବା ସୁରକ୍ଷାକର୍ମୀ ଗ୍ରାହକମାନଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । ତେଣୁ ଆମେ ଦେଖିଲୁ ବାରଗୁଡ଼ିକରେ ମୁତୟନ ଥିବ ସୁରକ୍ଷାକର୍ମୀମାନଙ୍କ ନାମରେ ବିଭିନ୍ନ ଅପରାଧିକ ରେକର୍ଡ଼ ରହିଛି । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ମୁତୟନ ଥିବା ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ । ୧୧/୦୩.୨୦୨୨ରିଖଠାରୁ ତା.୦୯.୦୫.୨୦୨୨ରିଖ ପର୍ଯ୍ୟନ୍ତ ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ବଳବତ୍ତର ରହିବ," କହିଛନ୍ତି ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ରାଜଧାନୀରେ ଏକାଧିକ ବାରଗୁଡ଼ିକରେ ବିଭିନ୍ନ ସମୟରେ ଗଣ୍ଡଗୋଳର ଚିତ୍ର ସାମ୍ନାକୁ ଆସିବାର ନଜିର ରହିଛି । ଗତବର୍ଷ ଲଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ବାରରେ ଗ୍ରାହକଙ୍କୁ ବାରରେ କାର୍ଯ୍ୟରତ ବାଉନସର ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିଭଳି ବିଭିନ୍ନ ସମୟରେ ଗତ ବର୍ଷ ବହୁ ଚର୍ଚ୍ଚିତ ମନିସ ହତ୍ୟାକାଣ୍ଡ ପଛରେ ପତ୍ରପଡ଼ାର ସାଉଥ ସିଟି ବାର ଭୁମିକା ସାମ୍ନାକୁ ଆସିଥିଲା । ତେଣୁ ବାରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published: