ଗଜପତି: ମକର ଉତ୍ସବରେ ସୀତା ପାହାଡ଼ରେ ମିତ ବସିବା ନୋହିଲା; କରୋନା କଟକଣା ଦାଉ ସାଜିଲା

ପୌରାଣିକ ବିଶ୍ୱାସ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମା’ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବନବାସ ସାରି ଅଯୋଧ୍ୟା ଫେରୁଥିବା ବେଳେ ମା’ ସୀତାଙ୍କ ମାସିକ ଋତୁସ୍ରାବ ଯୋଗୁଁ ସୀତା ପାହାଡ଼ରେ କିଛି ଦିନ ଅଟକି ରହିଥିଲେ ।

ଗଜପତି: ମକର ଉତ୍ସବରେ ସୀତା ପାହାଡ଼ରେ ମିତ ବସିବା ନୋହିଲା; କରୋନା କଟକଣା ଦାଉ ସାଜିଲା
ଏ ଥର ମକର ସଂକ୍ରାନ୍ତିରେ ସୀତା ପାହାଡ଼ର ଆଶ୍ରମ ସ୍ଥାନ ଶୁନ୍ ଶାନ୍ ଲାଗୁଥିଲା ।
  • News18 Odia
  • Last Updated: January 15, 2021, 11:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବାସୁଦେବ ଦାଶ | News18 Odia Digital

ପାରଳାଖେମୁଣ୍ଡି: ପ୍ରତି ବର୍ଷ ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ ଅନ୍ତର୍ଗତ ସୀତା ପାହାଡ଼ରେ ମକରୋତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ତାହା ହୋଇପାରି ନାହିଁ । ଯଦିଓ ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା, କିନ୍ତୁ ପ୍ରଶାସନିକ କଟକଣା କାରଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଯାଇ ଠାକୁରଙ୍କ ଦର୍ଶନ କରିବା କିମ୍ବା ଉତ୍ସବର ମଜା ଉଠାଇବାରୁ ବଞ୍ଚିତ ହୋଇଥିଲେ ।

ପୌରାଣିକ ବିଶ୍ୱାସ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମା’ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବନବାସ ସାରି ଅଯୋଧ୍ୟା ଫେରୁଥିବା ବେଳେ ମା’ ସୀତାଙ୍କ ମାସିକ ଋତୁସ୍ରାବ ଯୋଗୁଁ ସୀତା ପାହାଡ଼ରେ କିଛି ଦିନ ଅଟକି ରହିଥିଲେ । ସେତିକି ବେଳେ ମକର ସଂକ୍ରାନ୍ତି ପର ଦିନ ଏହି ପାହାଡ଼ରେ ମା’ ସୀତାଙ୍କ ଅନୁରୋଧ କ୍ରମେ ଏକ ବନ୍ଧୁ ମିଳନର ଆୟୋଜନ ହୋଇଥିଲା । ଏହି ବିଶ୍ବାସରେ ଏଠାରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ମା’ଙ୍କ ପୂଜାର୍ଚ୍ଚନା କରାଯାଏ ଓ ତା’ ପର ଦିନ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ଗିରଫ

ସାତୀ ପାହାଡ଼ରେ ଲୋକେ ଜମା ହୋଇ ମା’ ସୀତା ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଶୀର୍ବାଦ ଲାଭ କରିବା ସହ ଉତ୍ସବର ମଜା ଉଠାନ୍ତି । ହେଲେ ଚଳିତ ବର୍ଷ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ ଲଗାଇଥିଲା ।

ସୀତା ପାହାଡ଼ରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ମା’ ସୀତାଙ୍କ ପୂଜାର୍ଚ୍ଚନା କରାଯାଏ ।


“କରୋନା କଟକଣା ଆଧାରରେ ପ୍ରଶାସନ ଜାରି କରିଥିବା ଏସ୍‌.ଓ.ପି.ର ପାଳନ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସ୍ଥାନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯିବା ସହ ଏଠାରେ ଲୋକ ସମାଗମ ହେବାକୁ ଦିଆଯାଇ ନ ଥିଲା,” କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୀନ୍ ନଇଁ ପାରୁ ଥିଲେ

ପ୍ରତି ବର୍ଷ ସୀତା ପାହାଡ଼ରେ ମକର ସଂକ୍ରାନ୍ତି ପର ଦିନ ହୋମଯଜ୍ଞ ସହ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ସବୁ ସ୍ଥାନରେ ମକର ଚାଉଳ ଖୁଆଇ ମକର ସଂକ୍ରାନ୍ତି ଦିନ ଲୋକେ ମକର ବସୁଥିବା ବେଳେ ଏହି ସ୍ଥାନରେ ମକର ସଂକ୍ରାନ୍ତି ପର ଦିନ ଏଠାରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ଖୁଆଇ ମକର ବସିବାର ପରମ୍ପରା ରହିଆସିଛି । ତେଣୁ ଏଠାରେ ଗଜପତି ଜିଲ୍ଲା ସମେତ ଗଞ୍ଜାମ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହେଉଥିଲେ । କିନ୍ତୁ ଚଳିତ ବର୍ଷ ପ୍ରଶାସନର କଟକଣା ଯୋଗୁଁ ଏହା ସମ୍ଭବ ହୋଇ ନାହିଁ ।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

“ପ୍ରତି ବର୍ଷ ପାହାଡ଼ ଚଢ଼ି ଉପରକୁ ଆସି ଠାକୁରଙ୍କ ଦର୍ଶନ କରିବା ସହ ଉତ୍ସବର ମଜା ଉଠାଉଥିଲୁ । କିନ୍ତୁ ଚଳିତ ବର୍ଷ ପ୍ରଶାସନର କଟକଣା ଯୋଗୁଁ ଆମେ ଠାକୁରଙ୍କ କରୁଣା ଲାଭରୁ ବଞ୍ଚିତ ହୋଇଛୁ,” କହିଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ ପ୍ରଫୁଲ୍ଲ ପ୍ରସାଦ ପାତ୍ର ।

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

ଏହି ଉତ୍ସବକୁ ଆୟୋଜନ କରୁଥିବା ମହେନ୍ଦ୍ର ଆଶ୍ରମର ମୁଖ୍ୟ ତୀର୍ଥାନନ୍ଦ ସରସ୍ବତୀ କହିଛନ୍ତି, “ପ୍ରଶାସନ କରୋନା କଟକଣା ଜାରି କରିଥିବାରୁ ଏହାକୁ ପାଳନ କରାଯାଉଛି । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ପାଚେରୀ ହେବା ସମସ୍ତଙ୍କୁ ଦୁଃଖ ଦେଇଛି ।’’



ଏ ବର୍ଷ ମକର ସଂକ୍ରାନ୍ତି ଉପରେ କରୋନା କଟକଣା ଭାରି ପଡ଼ିଥିବାରୁ ଯୋଗୁଁ ସୀତା ପାହାଡ଼ରେ ବନ୍ଧୁତା ସ୍ଥାପନ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପୁଣି ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ ।
Published by: Anand Shankar Thankur Das
First published: January 15, 2021, 11:08 PM IST