ସାଂସଦ ଅପରାଜିତାଙ୍କ କ୍ଷୋଭ: ରାଜଧାନୀ ପ୍ରତିଷ୍ଠା ଦିବସରେ ନାହିଁ ନିମନ୍ତ୍ରଣ

ନିମନ୍ତ୍ରଣ ନମିଳିବା ନେଇ ସାଂସଦ ଅପରାଜିତା ଟ୍ୱିଟ୍ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହାର ଉତ୍ତର ରଖିଛି ବିଜେଡି ଓ କଂଗ୍ରେସ ।

ସାଂସଦ ଅପରାଜିତାଙ୍କ କ୍ଷୋଭ: ରାଜଧାନୀ ପ୍ରତିଷ୍ଠା ଦିବସରେ ନାହିଁ ନିମନ୍ତ୍ରଣ

ସାଂସଦ ଅପରାଜିତାଙ୍କ କ୍ଷୋଭ: ରାଜଧାନୀ ପ୍ରତିଷ୍ଠା ଦିବସରେ ନାହିଁ ନିମନ୍ତ୍ରଣ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (aparajita sarangi)ଙ୍କୁ ନିମନ୍ତ୍ରଣ କରା ନଯିବା ଘଟଣା ଏବେ ବିବାଦୀୟ ହେବାରେ ଲାଗିଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପୂର୍ବଥର ମଧ୍ୟ ଏଭଳି ଭୁଲ ହୋଇଥିଲା । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ପୁଣି ତାର ପୁନରାବୃତ୍ତି କରାଯାଇଛି । ଏହା ରାଜଧାନୀ ଯେଉଁମାନ ତାଙ୍କୁ ନିର୍ବାଚିତ କରିଛନ୍ତି, ସେମାନଙ୍କ ପ୍ରତି ଅପମାନ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବେ ।

ଅପରାଜିତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି, ମନ୍ତ୍ରୀ କ୍ଷମା ମାଗି ନାହାନ୍ତି । ସେ ମୋ ନା ନେଇ ନାହାନ୍ତି। ମନ୍ତ୍ରୀ କାଇଁ କ୍ଷମା ମାଗିବେ । ସେ ଏଭଳି କହି ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସାଂସଦଙ୍କ ନାଁକୁ ନେଇ ମତେ କାଇଁ ପ୍ରଶ୍ନ କରାଯାଉଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳାତାର ପରିଚୟ ।

ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକାଯାଇଥିଲା । ତେବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କିନ୍ତୁ କହିଛନ୍ତି ଆମକୁ ଡକାଯାଇଥିଲା, କାହାକୁ ଡକାହେବ କାହାକୁ ନ ଡକା ହେବ ଦାୟିତ୍ବରେ ଥିବା ଅଧିକାରୀମାନେ ହିଁ କହିପାରିବେ । ତେବେ କଂଗ୍ରେସ ବିଧାୟକ (congress mla) ସୁରେଶ ରାଉତରାୟ କହିଛନ୍ତି ଭୁବନେଶ୍ବର ଆମ ସମସ୍ତଙ୍କର ଏହା କାହାର ପୈତୃକ ସମ୍ପତି ନୁହେଁ । ସାଂସଦ ଆସିଥିଲେ ଆମେ ତାଙ୍କୁ ସ୍ବାଗତ କରିଥାଆନ୍ତୁ । ଆରଥରକୁ ସାଂସଦଙ୍କୁ ନିମନ୍ତ୍ରଣ (invitation) କରିବାକୁ ସରକାରଙ୍କୁ କହିବୁ । ତେବେ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର କର୍ମକର୍ତ୍ତା କହିଛନ୍ତି , ଯେହେତୁ ୩୫ ବର୍ଷ ଧରି ଆମେ ପ୍ରତିଷ୍ଠା ଦିବସ ଆୟୋଜନ କରୁଥିଲୁ ସରକାରଙ୍କ ପକ୍ଷରୁ ଆମର ପରାମର୍ଶ ମଗାଯାଇଥିଲା । ଆମେ ଭୁବନେଶ୍ବର ସାଂସଦଙ୍କୁ ଡାକିବାକୁ ପରାମର୍ଶ ମଧ୍ୟ ଦେଇଥିଲୁ । ରାଜଧାନୀର ବିକାଶରେ ସାଂସଦଙ୍କ ବଡ଼ ଭୂମିକା ରହିଛି, ସେ ପୂର୍ବରୁ ବିଏମ୍‌ସି କମିସନର୍‌ ମଧ୍ୟ ଥିଲେ ତେଣୁ ତାଙ୍କୁ ଅନ୍ତତଃ କାର୍ଡ ଦେବା ପାଇଁ କହିଥିଲୁ । ତାପରେ ମଧ୍ୟ ଯଦି ସାଂସଦଙ୍କ ଉଦ୍ଦେଶ୍ୟମୂଳକ ଭାବରେ ଡ଼କା ଯାଇ ନ ଥିବା , ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସ ସଭାପତି ପ୍ରଦୋଷ ପଟ୍ଟନାୟକ ।

https://twitter.com/AprajitaSarangi/status/1646152844783894535

ଏହି ଖବର ପଢ଼ନ୍ତୁ-  'ଟଙ୍କା ପାଇ ହାତ ଛାଡିଦେଲେ ପ୍ରମିଳା' ଦୀପିକାଙ୍କ ସଙ୍ଗୀନ ଅଭିଯୋଗ !
Published by:Soubhagya Mishra
First published: