ACF ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ଯା? ସେ ଘରେ ତ କେଉଁଠି ନିଆଁ ଲାଗିବାର ଚିହ୍ନ ମିଳୁନି

Paralakhemundi ACF SoumyaRanjan Mohapatra death mystery deepens | ସୌମ୍ୟଙ୍କ ବସାଘରେ ନିଆଁ ଲାଗିଥିବାର ଚିହ୍ନ ନ ମିଳିବା ପରେ ତାଙ୍କୁ ଆଉ କେଉଁଠି ହତ୍ୟା କରି ସେଇଠି ପତ୍ନୀଙ୍କ ସାମନାରେ ନିଆଁ ଲାଗିଥିବା ଦେଖାଇବାର ଚେଷ୍ଟା ହେଉଥିବା ସନ୍ଦେହ ବଢ଼ିଛି । ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଥିଲା ବୋଲି ବି ସୁରାଗ ମିଳିଛି ।

ACF ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ଯା? ସେ ଘରେ ତ କେଉଁଠି ନିଆଁ ଲାଗିବାର ଚିହ୍ନ ମିଳୁନି
ସୌମ୍ୟ ଓ ସ୍ତ୍ରୀ ବିଦ୍ୟାଭାରତୀ; (ଡାହାଣ) ତାଙ୍କ ବସାରେ ପୋଲିସ ଟିମ୍ ତଦନ୍ତ କରୁଛି ।
  • News18 Odia
  • Last Updated: July 17, 2021, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ସହକାରୀ ବନ ସଂରକ୍ଷକ (ଏ.ସି.ଏଫ୍‌.) ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଆହୁରି ଘନୀଭୂତ ହୋଇଛି । ନିଜ ସରକାରୀ ବସାରେ ପତ୍ନୀ ବିଦ୍ୟାଭାରତୀଙ୍କ ସାମନାରେ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିବା ଏହି ୩୨-ବର୍ଷୀୟ ଯୁବ ଓ.ଏଫ୍‌.ଏସ୍‌. ଅଫିସରଙ୍କ ଦୁଃଖଦ ଅନ୍ତ ପାଇଁ ତାଙ୍କ ବାପା ଓ ପରବାରବର୍ଗ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରି ବିଦ୍ୟାଭାରତୀଙ୍କ କଥିତ ପରକୀୟା ପ୍ରେମ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ହେଲେ ଏବେ ସେହି ବସାକୁ ଅନୁଧ୍ୟାନ କରିବା ପରେ ଓ ସୌମ୍ୟରଞ୍ଜନଙ୍କ ଲ୍ୟାପଟପ୍‌ ଓ ହାତଲେଖା ଖାତା ଜବତ ହେବା ପରେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି ।

ସୌମ୍ୟରଞ୍ଜନଙ୍କ ଏକ ହାତଲେଖା ଚିଠିର ଖୁଲାସା କରିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ମାନସ ରଞ୍ଜନ ପାଢ଼ୀ । ସେହି ଚିଠିରେ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବେ ବୋଲି ସୌମ୍ୟ ଲେଖିଥିବା ସେ କହିଛନ୍ତି । ଏଥି ସହ ଏକ ଚୁକ୍ତିନାମାରେ ନିଜ ସବୁ ସମ୍ପତ୍ତି ସ୍ତ୍ରୀ ବଦ୍ୟାଭାରତୀଙ୍କୁ ଦେବା ପାଇଁ ସୌମ୍ୟ ଲେଖିଥିବା ଓ ସେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବା ବିଷୟରେ କଥା ବଢ଼ୁଥିବାର ସୂଚନା ମିଳିଥିବା କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ ।

ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି

ମାତ୍ର ଛଅ ମାସ ତଳେ ବିବାହ କରିଥିବା ସୌମ୍ୟରଞ୍ଜନ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସନ୍ଦେହ କରୁଥିଲେ ବୋଲି ତାଙ୍କ ପରିବାର ବର୍ଗ କହିଛନ୍ତି । ହେଲେ ଉଭୟ ବେହେରା ଓ ବିଦ୍ୟାଭାରତୀ ଏହି ଅଭିଯୋଗକୁ ନିରାଧାର ବୋଲି ପୂର୍ବରୁ କହିଛନ୍ତି ।

ସୌମ୍ୟଙ୍କ ବସାରେ ପୋଲିସ ତଦନ୍ତ ବେଳେ ତାଙ୍କ ବାପା ଓ ଓକିଲ ପାର୍ଥସାରଥୀ ନାୟକ (ବାମ)


‘‘ତାଙ୍କ (ସୌମ୍ୟଙ୍କ) ସରକାରୀ କ୍ୱାର୍ଟର୍ସର ଭିତର ସ୍ଥିତି ଦେଖିଲେ ଲାଗୁନି ଯେ ସେହି ଛୋଟ ଘର ଭିତରେ କୌଣସି ଜାଗାରେ ତାଙ୍କ ଦେହରେ ନିଆଁ ଲାଗିଥିଲା । ସେହି ଘରର ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ୍‌ ଟିମକୁ ସେଠାରେ ନିଆଁ ଲାଗିଥିବାର କୌଣସି ଚିହ୍ନ ମିଳିନାହିଁ । ଚାରି ଦିନ ଧରି ବନ୍ଦ ପଡ଼ିଥିଲା ସେହି ଘରେ ପୋଡ଼ା ଗନ୍ଧ ନାହିଁ ଓ ସେଠି କେଉଁଠି ନିଆଁ ଲାଗିଥିବାର ଚିହ୍ନ କାନ୍ଥ ବା କବାଟରେ ବି ନାହିଁ । ତା’ ଛଡ଼ା ସେ (ସୌମ୍ୟ) ନିଜ ଦସ୍ତଖତ ଦେଇ ଲେଖିଥିବା ଖାତାରେ ସେ ନିଜ ମାନସିକ ସ୍ଥିତି ବିଷୟରେ ଲେଖିଛନ୍ତି ଓ ଇସ୍ତଫା ଦେଇ ଏଠୁ ପଳେଇଯିବାକୁ ଚାହୁଁଥିଲେ,’’ କହିଛନ୍ତି ତାଙ୍କ ଓକିଲ ପାର୍ଥସାରଥୀ ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଥିବାର ଆଭାସ ସୌମ୍ୟଙ୍କ ହାତଲେଖା ଖାତାରୁ ମିଳୁଛି ବୋଲି ବି ସେ କହିଛନ୍ତି । ‘‘ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଥିଲା । ସେ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି,’’ କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ

ସୌମ୍ୟଙ୍କ ରହସ୍ୟମୟ ମୃତ୍ୟୁର ପାଞ୍ଚ ଦିନ ପରେ ରାତି ଦିନ ହେଲା ବନ୍ଦ ପଡ଼ିଥିବା ତାଙ୍କ ବସାକୁ ଯାଇ ପ୍ରମାଣ ସଂଗ୍ରହ କରିଥିବା ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ତାଙ୍କ ଲାପଟପ୍ ଓ ଏକ ହାତଲେଖା ଖାତା । ଜବତ ଖାତାରେ ସୌମ୍ୟ ଅନେକ କିଛି ଉଲ୍ଲେଖ କରିଛନ୍ତି, ଯେଉଁଥିରୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିବା କଥା ଲେଖାହୋଇଛି । ଜବତ ଡାଏରୀରୁ ତାଙ୍କ ‘‘ହତ୍ୟା ଷଡ଼ଯନ୍ତ୍ର’’ର ବଡ଼ ପ୍ରମାଣ ମିଳିପାରେ ବୋଲି କୁହାଯାଉଛି ।

ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ


‘‘ସବୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପ୍ରମାଣକୁ ଦେଖିଲେ ଲାଗୁଛି ଏଇଟା ଗୋଟେ ଯୋଜନାବଦ୍ଧ ହତ୍ଯା ବ୍ୟତୀତ ଆଉ କିଛି ନୁହେଁ । ହତ୍ୟାର ସ୍ଥାନ ଆଉ କେଉଁଠି । ଅନ୍ୟ କେଉଁଠି ହତ୍ୟା କରି ଏଇଠିକୁ ଆଣି ଏଇଠି ହୋଇଛି ବୋଲି ଦେଖେଇବାକୁ ଚେଷ୍ଟା ହୋଇଥିବା ଲାଗୁଛି । ସବୁ ଡକ୍ୟମେଣ୍ଟ ତ ଜବତ କରି ଫରେନସିକ୍‌ ଟିମ୍‌ ନେଇଛି । ହେଲେ ଆମେ ଯାହା ଦେଖିବାକୁ ପାଇଛୁ ସେଥିରୁ ନିଶ୍ଚିତ ହୋଇଛୁ ଯେ ଏଇଟା ଗୋଟେ ପ୍ରି-ପ୍ଲାନଡ୍‌ ମର୍ଡ଼ର । ୟା ପୂର୍ବରୁ ତାକୁ ମାନସିକ ଓ ଶାରୀରିକ ଭାବେ ବହୁତ କଷ୍ଟ ଦିଆଯାଇଛି,’’ କହିଛନ୍ତି ସୌମ୍ୟରଞ୍ଜନଙ୍କ ସମ୍ପର୍କୀୟ ଭାଇ ମାନସ ରଞ୍ଜନ ପାଢ଼ୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ କହିଛନ୍ତି, ‘‘ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ମୋବାଇଲ୍‌ ଫୋନ୍‌ ଓ ତାଙ୍କ ଲ୍ୟାପଟପ୍‌ ଜବତ କରିଛୁ । ସମସ୍ତଙ୍କୁ ପଚରାଉଚରା କରାଯିବ, ସେ ଡି.ଏଫ୍‌.ଓ. ହୁଅନ୍ତୁ ବା ଫରେଷ୍ଟ ଗାର୍ଡ଼ ହୁଅନ୍ତୁ ବା ତାଙ୍କ ପତ୍ନୀ ହୁଅନ୍ତୁ । ଆମକୁ ପର୍ଯ୍ୟାୟ କ୍ରମେ ଏହି ମାମଲାର ତଦନ୍ତ କରିବାକୁ ପଡ଼ିବ ।



ସୌମ୍ୟଙ୍କ ସାଙ୍ଗ ସୁଭାଶିଷ ଜେନା କହିଛନ୍ତି ଯେ ସୌମ୍ୟ ନିଜ ହତାଶା ତାଙ୍କୁ କହିଥିଲେ । ‘‘ସେ ମୋତେ କହୁଥିଲେ ତାଙ୍କୁ କେମିତି ଅଫିସ୍‌ ପକ୍ଷରୁ ଟର୍ଚ୍ଚର୍‌ କରାଯାଉଛି । ବହୁତ ଦୂର ଦୂର ଜାଗାକୁ ପଠାଯାଉଛି ଓ ତାଙ୍କ ଅନୁପସ୍ଥ୍ତିତିରେ ତାଙ୍କ ଘରେ ଖାଇବା ପିଇବାଠାରୁ ଆରମ୍ଭ କରି ସବୁ ଜିନିଷ ହେଉଛି, ଯେଉଁଟା ସେ ସହ୍ୟ କରିପାରୁ ନ ଥିଲେ,’’ ସେ କହିଛନ୍ତି ।
Published by: Anand ST Das
First published: July 17, 2021, 11:09 PM IST