ଆସୁଛି ଜାଗର ଯାତ୍ରା; ଲିଙ୍ଗରାଜ ମନ୍ଦିରକୁ ବୟସ୍କ ଓ ଶିଶୁଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧୧ ତାରିଖରେ ପଡ଼ୁଥିବା ଶିବରାତ୍ରୀ ସମ୍ପନ୍ନ ହେବ । ଲିଙ୍ଗରାଜ ମନ୍ଦିରର ଗର୍ଭ ଗୃହକୁ ଭକ୍ତମାନଙ୍କ ପ୍ରବେଶ ଉପରେ ବାରଣ ଥିବା ବେଳେ କେବଳ ଆଡ଼କାଠ ଦର୍ଶନ କରିବାକୁ ଅନୁମତି ରହିଛି ।

ଆସୁଛି ଜାଗର ଯାତ୍ରା; ଲିଙ୍ଗରାଜ ମନ୍ଦିରକୁ ବୟସ୍କ ଓ ଶିଶୁଙ୍କ ପ୍ରବେଶ ଉପରେ ଲାଗିଲା କଟକଣା
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ଦେବ ଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ସ୍ପଷ୍ଟ ହୋଇଛି ଯେ ଏ ଥର ବୟସ୍କଙ୍କ ମନ୍ଦିର ମନା । କୋଭିଡ କଟକଣାରେ ଜାଗର ଯାତ୍ରା କିପରି ସମ୍ପନ୍ନ ହେବ ସେ ନେଇ ବି.ଏମ୍‌.ସି. କମିଶନରଙ୍କ ଅଧ୍ୟକ୍ଷତାରେ ବିଡିଏ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା ଓ କେତେକ ସ୍ବତନ୍ତ୍ର କଟକଣା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ମହାମାରୀ କରୋନା ହେତୁ ଏ ଥର ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିର ଭିତରେ ଓ ବାହାରେ ଦୀପ ଜାଳିପାରିବେ ଶ୍ରଦ୍ଧାଳୁ, ହେଲେ ବୟସ୍କ ଓ ଶିଶୁଙ୍କୁ ଜାଗର ମନା । ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ୧୨ ବର୍ଷରୁ କମ୍‌ ବୟସର ଲୋକଙ୍କ ମନ୍ଦିର ପ୍ରବେଶ ନିଷେଧ କରାଯାଇଛି । ସୋମବାର ଦିନ ତିନି ନିଯୋଗର ସମ୍ପାଦକ ଓ ଶ୍ରୀ ଶ୍ରୀ ଲିଙ୍ଗରାଜ ସେନା ସମେତ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ସହ ବିଡିଏ କାର୍ଯ୍ୟାଳୟରେ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଚାର ବିମର୍ଷ ବେଳେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ଏହି ବୈଠକରେ ସମସ୍ତଙ୍କ ସହଯୋଗରେ କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧୧ ତାରିଖରେ ପଡ଼ୁଥିବା ଶିବରାତ୍ରୀ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗର୍ଭ ଗୃହକୁ ଭକ୍ତମାନଙ୍କ ପ୍ରବେଶ ବାରଣ ଥିବା ବେଳେ କେବଳ ଆଡ଼କାଠ ଦର୍ଶନ କରିବାକୁ ଅନୁମତି ରହିଛି । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ କରିପାରିବେ ଭକ୍ତମାନେ । ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ବି.ଏମ୍‌.ସି. କମିଶନର କହିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା କରି ମହାଶିବରାତ୍ରୀ ସମ୍ପାଦନ କରିବା ଲାଗି କମିଶନରଙ୍କ ମାର୍ଫତରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଏକାମ୍ର କ୍ଷେତ୍ରର ଶ୍ରୀ ଶ୍ରୀ ଲିଙ୍ଗରାଜ ସେନା ।

ମନ୍ଦିରର ସବୁ ପ୍ରବେଶ ସ୍ଥାନରେ ବି.ଏମ୍.ସି. ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା ରହିବ ।


‘‘ରାଜ୍ୟରେ କୋଭିଡର ସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତ ହୋଇନାହିଁ । ତେଣୁ କୋଭିଡ ନିୟମ ଭିତରେ ଆମକୁ ଏହି ପର୍ବ ପାଳିବାକୁ ପଡି଼ବ। ସେଥି ପାଇଁ ବ୍ରାହ୍ମଣ ନିଯୋଗମାନଙ୍କୁ ଡାକି ବୈଠକ ହୋଇଥିଲା । ଆଗକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ସେବାୟତମାନେ ନିଷ୍ପତ୍ତି ନେବେ, କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

ମନ୍ଦିରର ସବୁ ପ୍ରବେଶ ସ୍ଥାନରେ ବି.ଏମ୍‌.ସି. ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା ରହିବ । ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର ଟେଷ୍ଟ କରାଯିବ । ପୂର୍ବରୁ ପ୍ରାଥମିକ ସ୍ତରରେ ଦୁଇ ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ସେବାୟତମାନେ ଅସହଯୋଗ କରିଥିଲେ, ହେଲେ ସୋମବାରର ବୈଠକରେ ତିନି ନିଯୋଗରେ ସମ୍ପାଦକମାନେ ଯୋଗ ଦେଇ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ

ମନ୍ଦିର ଭିତରେ କିଛି ଅସଙ୍ଗତି ଥିବାରୁ ସେ ସବୁ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା କହିଛନ୍ତି ତିନି ନିଯୋଗରେ ସମ୍ପାଦକମାନେ । ସମସ୍ୟାର ସମାଧାନ ହେଲେ ନୀତି ନିର୍ଘଣ୍ଟ ଅନୁଯାୟୀ ସମର୍ଥନ କରିବେ ବୋଲି ସେବାୟତମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

‘‘ଆସନ୍ତା ୧୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରିର ପ୍ରସ୍ତୁତି ପାଇଁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ବୈଠକରେ କୋଭିଡ କଟକଣା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବି.ଏମ୍‌.ସି. କମିଶନର କେତେକ କଟକଣା ଜାରି କରିଛନ୍ତି । ନୀତି ନିର୍ଘଣ୍ଟ ହୋଇ ନାହିଁ । ସରକାରଙ୍କ ସହ ଆହୁରି ବୈଠକ ବାକି ଅଛି । ସରିବା ପରେ ଚୂଡ଼ାନ୍ତ ସ୍ଥିତି ଜଣାପଡିବ,’’ କହିଛନ୍ତି ବ୍ରାହ୍ମଣ ନିଯୋଗର ସଭାପତି ବିରଞ୍ଚି ନାରାୟଣ ପତି ।



ଲିଙ୍ଗରାଜ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ପରେ ଧୀରେ ଧୀରେ ମନ୍ଦିର ଚତୁଃପାର୍ଶ୍ବର ନବକଳେବର ହେଉଛି । ଏହା ସହ ପୂର୍ବ ଅପେକ୍ଷା ଅଧିକ ସ୍ଥାନ ମଧ୍ୟ ବାହାରୁଛି । ତେଣୁ କୋଭିଡ କଟକଣାକୁ ଅନୁପାଳନ କରି ଶ୍ରଦ୍ଧାଳୁମାନେ ଶିବରାତ୍ରୀ କରିବାକୁ ନିବେଦନ କରିଛି ପ୍ରଶାସନ ।
Published by: Anand Shankar Thankur Das
First published: March 2, 2021, 5:53 PM IST