ବଡ଼ଦିନରେ ଫିକା ପଡ଼ିବ ସେଲିବ୍ରେସନ; ରାତି ୧୨ଟାରେ ପାଳନ ହେବନି ଯୀଶୁ ଜନ୍ମୋତ୍ସବ

ଏ ଥର କରୋନା ଭାଇରସ୍ ସଂକ୍ରମଣ କାରଣରୁ ଭୁବନେଶ୍ୱର ସମେତ ଓଡ଼ିଶାର ଚର୍ଚ୍ଚମାନଙ୍କରେ ବଡ଼ଦିନ ପାଳନ ଉପରେ ଲାଗିଛି କଟକଣା । ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ କେବଳ ପ୍ରତୀକାତ୍ମକ ଭାବେ ଚାଲିଛି ସାଜସଜ୍ଜା ।

ବଡ଼ଦିନରେ ଫିକା ପଡ଼ିବ ସେଲିବ୍ରେସନ; ରାତି ୧୨ଟାରେ ପାଳନ ହେବନି ଯୀଶୁ ଜନ୍ମୋତ୍ସବ
ଭୁବନେଶ୍ୱରର ଏକ ଚର୍ଚ୍ଚରେ ସାଜସଜ୍ଜା ଆରମ୍ଭ ହୋଇଛି ।
  • News18 Odia
  • Last Updated: December 23, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ବଡ଼ଦିନ ବା କ୍ରିସମାସ୍‌ । ଧରାବତରଣ କରିବେ ପ୍ରଭୁ ଯୀଶୁ । ହେଲେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଚର୍ଚ୍ଚରେ ନାହିଁ ପୂର୍ବ ଭଳି ସାଜସଜ୍ଜା କି ରଙ୍ଗୀନ ଆଲୋକମାଳା । କୋଭିଡ ଯୋଗୁଁ ଏଥର ଆୟୋଜିତ ହେବ ନାହିଁ ପ୍ରଭୁ ଯୀଶୁଙ୍କ ମଧ୍ୟରାତ୍ରୀ ଜନ୍ମୋତ୍ସବ କି ପ୍ରାର୍ଥନା ସଭା ।

୨୫ ତାରିଖ ସକାଳେ କେବଳ କିଛି ଘଣ୍ଟା ପାଇଁ ହେବ ଯଜ୍ଞ ପୂଜା ଓ ପ୍ରତି ଘଣ୍ଟାରେ ମାତ୍ର ୧୪୦ ଜଣ ଲୋକଙ୍କୁ ନେଇ ଆୟୋଜିତ ହେବ ପ୍ରାର୍ଥନା ସଭା । କ୍ରିସମାସ୍‌ ଦିନ ଭୁବନେଶ୍ୱରର କେତେକ ଚର୍ଚ୍ଚ ସମ୍ପୂର୍ଣ ବନ୍ଦ ରହିବ । ଭର୍ଚ୍ଚୁଆଲ ପ୍ରାର୍ଥନା ଆୟୋଜନ କରିବା ନେଇ ଏବେ ଚାଲିଛି ସଜବାଜ।

ଏହା ବି ପଢ଼ନ୍ତୁ | ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ, ସୁରେଶ ରାଇନା ଗୁରୁ ରଣଧାୱାଙ୍କ ସମେତ ୩୪ ଜଣ ଗିରଫ ହେଲେ

ପ୍ରଭୁ ଯାଶୁ ଖ୍ରଷ୍ଟଙ୍କ ଜନ୍ମ ଦିବସକୁ ବଡ଼ଦିନ ଭାବେ ପାଳନ କରିଥାନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ । ଏ ଥର କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ବଡ଼ଦିନ ପାଳନ ଉପରେ ବି ଲାଗିଛି କଟକଣା। ବିଭିନ୍ନ ଚର୍ଚ୍ଚରେ କେବଳ ପ୍ରତୀକାତ୍ମକ ଭାବେ ଚାଲିଛି ସାଜସଜ୍ଜା । ୨୪ ତାରିଖ ମଧ୍ୟରାତ୍ରୀରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ । ଯୀଶୁଙ୍କ ଜନ୍ମ ସମୟରେ ଚର୍ଚ୍ଚ ବନ୍ଦ ରହିବ।

କ୍ରିସମାସ୍ ଦିନ ଭୁବନେଶ୍ୱରର କେତେକ ଚର୍ଚ୍ଚ ସମ୍ପୂର୍ଣ ବନ୍ଦ ରହିବ ।


୨୫ ତାରିଖ ସକାଳେ ସତ୍ୟ ନଗର ସ୍ଥିତ ଚର୍ଚ୍ଚରେ ସକାଳ ୭ଟା ୩୦ରୁ ଆରମ୍ଭ ହେବ ସାମୁହିକ ପ୍ରାର୍ଥନା । ଦିବା ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ ଯୀଶୁଙ୍କ ଜନ୍ମଦିନ ପାଳନ । ପ୍ରତି ଘଣ୍ଟାରେ ଚର୍ଚ୍ଚ ଆସିବେ ମାତ୍ର ୧୪୦ ଜଣ ଶ୍ରଦ୍ଧାଳୁ ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

‘‘ବିଏମସି ଆମକୁ ଯେଉଁ ଗାଇଡ଼ଲାଇନ ଦେଇଛି ଆମେ ସବୁ ମାନିଛୁ । ରାତିରେ ପ୍ରଭୁଙ୍କ ଜନ୍ମଦିନ ପାଳନ ମନା ହୋଇଛି। ସେଥି ପାଇଁ ଆମେ କୌଣସି ଆୟୋଜନ କରିନାହୁଁ । ୨୫ ତାରିଖ ସକାଳେ ମାତ୍ର ପାଞ୍ଚ ଘଣ୍ଟା ପାଇଁ ହେବ କାର୍ଯ୍ୟକ୍ରମ,’’ କହିଛନ୍ତି ସତ୍ୟନଗର ଚର୍ଚ୍ଚର ଫାଦର ରାମେଶ୍ୱର କହଁର ।

ଭୁବନେଶ୍ୱର ଚର୍ଚ୍ଚଗୁଡ଼ିକରେ ପ୍ରତି ବର୍ଷ ବେଶ୍‌ ଧୁମଧାମରେ ପାଳନ ହୁଏ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ। କ୍ରିସମାସ ଟ୍ରି ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଓ ସ୍ୱତନ୍ତ୍ର କେକର ମଜା ନିଅନ୍ତି ଲୋକେ । ହେଲେ ଏ ଥର କରୋନା ସବୁ କିଛି ଫିକା କରିଦେଇଛି । ୟୁନିଟ ୪ର ଚର୍ଚ୍ଚ ୨୪ ଓ ୨୫ ତାରିଖ ଦୁଇ ଦିନ ସମ୍ପୂର୍ଣ ବନ୍ଦ ରହିବ। ଭର୍ଚ୍ଚୁଆଲ ବା ଅନଲାଇନ ମାଧ୍ୟମରେ ହେବ ପୂଜାର୍ଚ୍ଚନା ଓ ସେଲିବ୍ରେସନ ।

ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

‘‘ପ୍ରତି ବର୍ଷ ଏହି ବାପ୍ଟିଷ୍ଟ ଚର୍ଚ୍ଚକୁ ଅନେକ ଶ୍ରଦ୍ଧାଳୁ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରିବାକୁ ଆସନ୍ତି। ରାତିରେ ନୃତ୍ୟ ସଙ୍ଗୀତ ସହ ବଡ଼ଦିନ ସେଲିବ୍ରେଟ ହୁଏ । ଲୋକଙ୍କୁ ସମ୍ଭାଳିବା କୋଭିଡ ସ୍ଥିତିରେ କଷ୍ଟକର ହେବ। ତେଣୁ ୨୪ ଓ ୨୫ ତାରିଖରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଚର୍ଚ୍ଚ । ଭର୍ଚ୍ଚୁଆଲି ପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁମାନେ,’’ କହିଛନ୍ତି ୟୁନିଟ ୪ରେ ଥିବା ବାପ୍ଟିଷ୍ଟ ଚର୍ଚ୍ଚର ପାଷ୍ଟର ସଂଗ୍ରାମ କେଶରୀ ସିଂ ।



ବଡ଼ଦିନ ପରି ନୂଆ ବର୍ଷ ପାଳନ ଉପରେ ବି ଲାଗିଛି କଟକଣା। ଲୋକ ଗହଳି ସାଙ୍ଗକୁ ଜିରୋ ନାଇଟ ସେଲିବ୍ରେସନ ଏ ଥର ମନା । ତେଣୁ ନୂଆ ବର୍ଷ ଦିନଟି ଏ ଥର ଫିକା ରହିବ ।
Published by: Anand Shankar Thankur Das
First published: December 23, 2020, 11:54 PM IST
corona virus btn
corona virus btn
Loading