Petrol-Diesel prices: ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି

କଟକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇ ଯଥାକ୍ରମେ ୧୦୨.୩୧ ଟଙ୍କା ଓ ୯୨.୧୦ ଟଙ୍କା ରେକର୍ଡ କରାଯାଇଛି।

ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି

ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇନାହିଁ। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୭୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୫୨ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ସୋମବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୧.୭୦ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୫୨ ଟଙ୍କା ରେକର୍ଡ କରାଯାଇଥିଲା।

କଟକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇ ଯଥାକ୍ରମେ ୧୦୨.୩୧ ଟଙ୍କା ଓ ୯୨.୧୦ ଟଙ୍କା ରେକର୍ଡ କରାଯାଇଛି।

ଭାରତର ପ୍ରମୁଖ ସହରଗୁଡ଼ିକରେ ଇନ୍ଧନ ମୂଲ୍ୟ ଆଜି ସ୍ଥିର ରହିଛି। ଚେନ୍ନାଇ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୫୧, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଥିବା ବେଳେ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।
Published by:Lipina Das
First published: