ପିଲାମାନଙ୍କୁ ଷ୍ଟଡି ମେଟେରିଆଲ ପହଞ୍ଚାଉନି କାଉନସିଲ; ଆସିଲା ଅଭିଯୋଗ

ବର୍ଷ ବର୍ଷ ଧରି ପିଲାଙ୍କୁ ମିଳୁନି ଷ୍ଟଡି ମେଟେରିଆଲ । ବିନା ବହିରେ ପାଠ ପଢିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଚାଲିଥିବା ଦୂର ନିରନ୍ତର ଶିକ୍ଷା ପାଠ୍ୟକ୍ରମରେ ଦେଖାଦେଇଛି ଏଭଳି ସମସ୍ୟା ।

କାଉନସିଲ ପକ୍ଷରୁ ପିଲାମାନଙ୍କୁ କୌଣସି ବହି ପଠାଯାଇ ନାହିଁ (ପ୍ରତୀକାତ୍ମକ ଛବି)

କାଉନସିଲ ପକ୍ଷରୁ ପିଲାମାନଙ୍କୁ କୌଣସି ବହି ପଠାଯାଇ ନାହିଁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବର୍ଷ ବର୍ଷ ଧରି ପିଲାଙ୍କୁ ମିଳୁନି ଷ୍ଟଡି ମେଟେରିଆଲ । ବିନା ବହିରେ ପାଠ ପଢିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଚାଲିଥିବା ଦୂର ନିରନ୍ତର ଶିକ୍ଷା ପାଠ୍ୟକ୍ରମରେ ଦେଖାଦେଇଛି ଏଭଳି ସମସ୍ୟା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

କରୋନା ଯୋଗୁଁ ଦୂର ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଏହି ପାଠ୍ୟକ୍ରମରେ ସାମିଲ ହୋଇ ଉପକୃତ ହେଉଛନ୍ତି ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ । ପରିଷଦ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଷ୍ଟଡି ମେଟେରିଆଲ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି । ପିଲାମାନେ ପାଠ୍ୟ ବହି ପାଇଁ ଆବଶ୍ୟକ ଟଙ୍କା ପଇଠ ମଧ୍ୟ କରିସାରିଛନ୍ତି । ସେପଟେ ଆଗକୁ ପରୀକ୍ଷା ଥିବା ବେଳେ ବିନା ପୁସ୍ତକରେ ନିଜକୁ ପ୍ରସ୍ତୁତ କରୁଛନ୍ତି ଛାତ୍ରଛାତ୍ରୀ ।

ପାଠ୍ୟପୁସ୍ତକ ସମ୍ପର୍କରେ ଶିକ୍ଷାନୁଷ୍ଠାନ ଅଥବା ପରିଷଦକୁ ଯୋଗାଯୋଗ କରାଗଲେ ମଧ୍ୟ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛି ଓଡିଶା ଅଭିଭାବକ ମହାସଂଘ । ପିଲାଙ୍କ ଭବିଷ୍ୟତ ସହିତ ନଖେଳି ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସଂଘ ଦାବୀ କରିଛି ।

ଜଣେ କଳା ବିଭାଗ ଛାତ୍ର ସସିନା ନାୟକଙ୍କ କହିବାନୁଯାୟୀ, ସେ ଦୁଇ ବର୍ଷର ଆଡ଼ମିଶନ ଓ ବହି ବାବଦକୁ ୬ ହଜାର ଟଙ୍କା ଦାଖଲ କରିଛନ୍ତି। କିନ୍ତୁ ପ୍ରଥମ ବର୍ଷ ଶେଷ ହୋଇ ଦ୍ଵିତୀୟ ବର୍ଷ ଶେଷ ହୋଇଛି କିନ୍ତୁ ସେ ବହି ପାଇ ନାହାନ୍ତି।

ଶିକ୍ଷା ବିଭାଗ ନିୟମ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ପାଖକୁ ବହି ପଠାଯାଏ। କିନ୍ତୁ କେଉଁ କାରଣରୁ ଘରେ ବହି ପହଞ୍ଚି ପାରୁନାହିଁ ସେ ବାବଦରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାର କାନ୍ତି ତ୍ରିପାଠୀ।

ପ୍ରଥମ ବର୍ଷ ବିନା ଷ୍ଟଡି ମେଟେରିଆଲ ଓ ବିନା ପରୀକ୍ଷାରେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଛାତ୍ରଛାତ୍ରୀ । ଦିତୀୟ ବର୍ଷରେ ବିନା ପୁସ୍ତକରେ ପରୀକ୍ଷା ଦେବା କାଠିକର ପାଠ।
Published by:Soumya Das
First published:
)}