ରାଜ୍ୟରେ ବର୍ଡ଼ ଫ୍ଲୁ ସତର୍କତା: ସୂଚନା ଦେବା ପାଇଁ ୩ ଜଣ ଡାକ୍ତରଙ୍କ ଫୋନ ନମ୍ବର ଜାରି ହେଲା
ଏବେ ରାଜ୍ୟରେ କେଉଁଠି ବି ବର୍ଡ଼ ଫ୍ଲୁ ଦେଖାଯାଇ ନାହିଁ । ରାଜ୍ୟରେ ଉତ୍ପାଦିତ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସୁରକ୍ଷିତ ହୋଇଥିଲେ ବି ତାକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ସରକାର ପରାମର୍ଶ ଦେଇଛନ୍ତି ।

ଗୁରୁବାର ଦିନ ବି ୩୦୦ଟି ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । (ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 7, 2021, 11:34 PM IST
ଭୁବନେଶ୍ବର: ରାଜ୍ୟରେ ଏ ପର୍ଯ୍ୟନ୍ତ ବର୍ଡ଼ ଫ୍ଲୁ ଚିହ୍ନଟ ହୋଇ ନ ଥିଲେ ବି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏକ କଣ୍ଟ୍ରୋଲ ନମ୍ବର କାର୍ଯ୍ୟକାରୀ କରାଯିବା ସହ ଅଧିକାରୀମାନଙ୍କୁ ସତର୍କ ରହିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବର୍ଡ଼ ଫ୍ଲୁର ସମ୍ଭାବନାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ରୋଗ ନିୟନ୍ତ୍ରଣ ଓ ନୀରିକ୍ଷଣ ପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବିଭିନ୍ନ ଅଞ୍ଚଳରୁ ପକ୍ଷୀଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଳୋରାଇଡ଼ ସ୍ବାବ ଓ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ଓ କୋଲକାତା ଆାଞ୍ଚଳିକ ପ୍ରାଣୀ ରୋଗ ନିରୂପଣ ପରୀକ୍ଷାଗାରକୁ ନମୁନା ପଠାଯାଉଛି । ଏ ପର୍ଯ୍ୟନ୍ତ ପ୍ରାୟ ୧୧ ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ସାରିଥିଲେ ବି ବର୍ଡ଼ ଫ୍ଲୁର କୌଣସି ଲକ୍ଷଣ ଦେଖିବାକୁ ମିଳି ନାହିଁ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ବର୍ଡ଼ ଫ୍ଲୁ ସମ୍ବନ୍ଧୀୟ ଯେକୌଣସି ତଥ୍ୟ ପାଇଁ ନିର୍ଦ୍ଦେଶାଳୟର ଡାକ୍ତର ବିଭୁ ରଞ୍ଜନ ଦାସଙ୍କ ସହ (ମୋବାଇଲ ଫୋନ୍ ନମ୍ବର ୭୯୬୮୨୦୬୪୦୪), ଡାକ୍ତର ସାଗରିକା ବେହେରା (୭୯୭୮୧୦୫୫୩୮) ଓ ଡାକ୍ତର ମଦନ ମୋହନ ମହାପାତ୍ର (୯୪୩୭୩୧୩୧୮୩) ଙ୍କ ସହ ଜନସାଧାରଣ ଯୋଗାଯୋଗ କରିପାରିବେ ବୋଲି ବିଭାଗ କହିଛି ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା
ବର୍ଡ଼ ଫ୍ଲୁ ସନ୍ଦେହ କରାଯାଉଥିବା କୌଣସି ସ୍ଥାନକୁ ତୁରନ୍ତ ଗସ୍ତ କରିବା ପାଇଁ ରାଜ୍ୟ ସ୍ତରରେ ନଅଟି ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ମଧ୍ୟ ୧୦ରୁ ୧୫ଟି ତ୍ୱରିତ କାର୍ଯ୍ୟକାରୀ ଦଳ ଗଠନ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଉତ୍ପାଦିତ କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟ ଜାତୀୟ ପଦାର୍ଥ ଖାଇବା ସୁରକ୍ଷିତ ହୋଇଥିଲେ ବି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମୟରେ ଭଲଭାବେ ସିଝାଇ ଖାଇବା ଉଚିତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍…
ସବିଶେଷ ତଥ୍ୟ ଅନୁସାରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଡ଼ବେରଣା ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ଟି କୁକୁଡ଼ା ମରିଥିବା ରିପୋର୍ଟ ମିଳିଛି । ରିପୋର୍ଟ ମିଳିବା ପରେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଲ୍ଲାସ୍ତରୀୟ ତ୍ବରିତ କାର୍ଯ୍ୟକାରୀ ଦଳ ତୁରନ୍ତ ପହଞ୍ଚି ସ୍ଥିତି ଦେଖିଛନ୍ତି । ମୃତ କୁକୁଡ଼ାଙ୍କ ମଧ୍ୟରୁ ପାଞ୍ଚଟି କୁକୁଡ଼ାକୁ ପରୀକ୍ଷା ପାଇଁ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ଫୁଲନଖରାକୁ ନିଆଯାଇଛି । ଆଭିୀଆନ ଇନଫ୍ଲୁଏଞ୍ଜା ଆଣ୍ଟିଜେନ ଟେଷ୍ଟ ଦ୍ବାରା ପାଞ୍ଚଟି କୁକୁଡ଼ାକୁ ପରୀକ୍ଷଣ କରାଯାଇଥିଲେ ବି କୌଣସିଟିରେ ବର୍ଡ଼ ଫ୍ଲୁ ରୋଗ ପ୍ରକାଶ ପାଇନାହିଁ । ବାକି କୁକୁଡ଼ାକୁ ଗାତରେ ପୋତି ଦିଆଯାଇଛି ଓ କୁକୁଡ଼ା ଫାର୍ମକୁ ବିଶୋଧନ କରାଯାଇଛି ।
ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ‘ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗିଲା ୧.୫ କୋଟି ଟଙ୍କା
କୁକୁଡ଼ା ମରିଥିବା ଫାର୍ମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୌଣସି ପକ୍ଷୀ ମଡ଼କ ହୋଇଥିବା ଖବର ମିଳି ନ ଥିଲେ ବି ସେହି ସ୍ଥାନମାନଙ୍କରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମୟରେ ଓଡ଼ିଶାର ଅଂଶୁପା ହ୍ରଦ, ଭିତରକନିକା ଅଭୟାରଣ୍ୟ ଓ ହୀରାକୁଦ ଡ଼୍ୟାମରେ ବିଦେଶୀ ପକ୍ଷୀ ବହୁ ସଂଖ୍ୟାରେ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପକ୍ଷୀଙ୍କର କୌଣସି ଅସ୍ବାଭାବିକ ମୃତ୍ୟୁ ଉପରେ ସରକାର ନଜର ରଖିବା ସହ ପ୍ରତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଏସ୍.ଓ.ପି. ବିଷୟରେ ଅବଗତ କରାଇ ଏହାର କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ କାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ଭାବ୍ୟ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିବା ସହ ସଜାଗ ରହିବାକ ନିର୍ଦ୍ଦେଶ ଦେଇଥିଲେ । କୌଣସି ନମୁନା ପଜିଟିଭ ବାହାରି ନ ଥିବାରୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।