ରାଜ୍ୟରେ ଦୁର୍ନୀତିଖୋର୍ କ୍ଲାସ୍-୧ ଅଫିସରଙ୍କୁ GA ବିଭାଗ ଘଣ୍ଟ ଘୋଡ଼ାଉଛି? ଆସିଲା ଏମିତି ତଥ୍ୟ

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି କେବଳ ଛୋଟ ବାବୁଙ୍କ ବିରୋଧରେ ଲାଗୁ ହେଉଥିବା ବେଳେ ଏଥିରୁ ବାଦ ପଡୁଛନ୍ତି ବଡବଡିଆ କ୍ଲାସ୍ ୱାନ୍ ଅଧିକାରୀ । ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ରାଜ୍ୟ ଲୋକାୟୁକ୍ତ କାର୍ଯ୍ୟାଳୟ

ରାଜ୍ୟ ଲୋକାୟୁକ୍ତ କାର୍ଯ୍ୟାଳୟ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୬୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଫାଇଲ ଉପରେ ମୁଖ୍ୟ ମନ୍ତ୍ରୀ ଯେମିତି କୌଣସି କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇ ନ ପାରିବେ ସେଥି ପାଇଁ ସେଗୁଡ଼ିକୁ ସାଧାରଣ ପ୍ରଶାସନ ବିଭାଗ ଚାପି ରଖୁଛି ବୋଲି ଲୋକାୟୁକ୍ତରେ ଅଭିଯୋଗ ହୋଇଛି । ଏହା ପରେ ଛଅ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟଲରେନ୍ସ ନୀତି ଅବଲମ୍ବନ କରିଥିବା ବେଳେ କେଉଁ ପରିସ୍ଥିତିରେ କ୍ଲାସ ୱାନ୍‌ ଓ ସୁପର କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ଦୁର୍ନୀତି ଘୋଡାଇବାକୁ ପ୍ରୟାସ କରାଯାଉଛି ତାହା ଉପରେ ଏବେ ଚର୍ଚ୍ଚା ହେଉଛି ।  ପ୍ରାୟ ଶତାଧିକ ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ହେଲେ ସରକାରଙ୍କ ଏହି ଆଭିମୁଖ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି । ଜିରୋ ଟଲରେନ୍ସ ନୀତି କେବଳ ବାବୁମାନଙ୍କ ବିରୋଧରେ ଲାଗୁ ହୋଇଥିବା ବେଳେ ଏଥିରୁ ବାଦ ପଡୁଛନ୍ତି ବଡବଡିଆ କ୍ଲାସ୍‌ ୱାନ୍‌ ଅଧିକାରୀ । ଏହା ବିଷୟରେ ସୂଚନା ଅଧିକାର ଆଇନ ବଳରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଦକ୍ଷିଣର ସୁପର୍ଷ୍ଟାର୍ ହିରୋଇନ୍‌ ବେଦିକା କୁମାରଙ୍କ ଫଟୋସୁଟ୍ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁମତି ମଗାଯାଇଛି । ତଥ୍ୟ ଅନୁସାରେ ୨୦୧୫ରୁ ୨୦୨୦ ମଧ୍ୟରେ ୬୯ଟି ଏଭଳି ମାମଲା ରହିଛି ଯେଉଁଥିରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ ମିଳିପାରିନାହିଁ । ଏହାକୁ ନେଇ ସୁଚନା ଅଧିକାର କର୍ମୀ ପ୍ରଶାନ୍ତ ମହାପାତ୍ର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଲୋକାୟୁକ୍ତ ସେହି ଅଭିଯୋଗ ଗ୍ରହଣ କରି ଛଅ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅଧିକାର କର୍ମୀ ପ୍ରଶାନ୍ତ ମହାପାତ୍ର


‘‘ଜି.ଏ. ବା ସାଧାରଣ ପ୍ରଶାସନ ବିଭାଗ ଦୁର୍ନୀତିଖୋର ଅଫିସରଙ୍କୁ ଘଣ୍ଟ ଘୋଡାଇଛି । ରାଜ୍ୟରେ ଦୁର୍ନୀତିରେ ଯେଉଁ ସରକାରୀ ଅଧିକାରୀ ସମ୍ପୁକ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର । ମାତ୍ର କ୍ଲାସ୍‌ ୱାନ୍‌ ଅଫିସରଙ୍କ ଆଗରେ ଢାଲ ଧରି ଠିଆ ହୋଇଥିବା ଜି.ଏ. ବିଭାଗର ଉଦ୍ଦେଶ୍ୟ ଏବେ ପଦାରେ ପଡି଼ଛି । ଏଥିରେ ଜି.ଏ. ବିଭାଗର କିଛି ଅଫିସର ମଧ୍ୟ ଉତ୍କୋଚ ନେଇ ଘଣ୍ଟ ଘୋଡାଉଛନ୍ତି,’’ କହିଛନ୍ତି ସୁଚନା ଅଧିକାର କର୍ମୀ ପ୍ରଶାନ୍ତ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ ପ୍ରତୀକ୍ଷାରେ ପଡି ରହିଥିବା ୬୯ଟି ମାମଲା ମଧ୍ୟରୁ ସର୍ବାଧିକ ୨୧ଟି ହେଉଛି ୨୦୧୯ ମସିହାର । ଏଭଳି ନୁହେଁ ଯେ ମୁଖ୍ୟ ମନ୍ତ୍ରୀ କଦାପି ଅନୁମୋଦନ ଦେଇନାହାନ୍ତି । ପୂର୍ବରୁ ଶତାଧିକ ସରକାରୀ କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ବିରୋଧରେ ଭିଜିନାନ୍ସ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଦେଇ ନିଜ ସ୍ପଚ୍ଛତାର ପ୍ରମାଣ ଦେଇ ସାରିଛନ୍ତି ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା

୨୦୧୫ରେ ଦୁର୍ନୀତି ଅଭିଯୋଗର ସାମନା କରୁଥିବା ୧୧୧ ଜଣ କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ବିରୋଧରେ ମାମଲା ତ୍ବରାନ୍ବିତ କରିବାକୁ ଅନୁମୋଦନ ମିଳିଥିଲା । ୨୦୧୬ରେ ସେଭଳି ୮୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଅନୁମୋଦନ ମିଳିଥିବା ବେଳେ ତିନି ଜଣଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ସରକାର । ହେଲେ ଆଶ୍ଚର୍ଯ୍ୟର କଥା ୨୦୨୦ରେ ଜଣେ ମଧ୍ୟ ଦୁର୍ନୀତିଗ୍ରସ୍ତ କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ମନ୍ତ୍ରୀ ଅନୁମୋଦନ ଦେଇନାହାନ୍ତି ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା

୧୯ ଜଣ କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଗାଯାଇଥିବା ରିପୋର୍ଟ ବର୍ତ୍ତମାନ ସାଧରଣ ପ୍ରଶାସନ ବିଭାଗର ଫାଇଲ ତଳେ ଚାପି ହୋଇ ରହିଛି । ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଅବସର ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଲେଖିଥିଲେ ରାଜ୍ୟ ସରକାର ।



‘‘ସେହି ଘଟଣା ସତ୍ତ୍ୱେ ଗତ ପାଞ୍ଚ ବର୍ଷ ଧରି ସାଧରଣ ପ୍ରଶାସନ ବିଭାଗରେ ପଡି ରହିଥିବା ଫାଇଲ ମାମଲାର ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ତଳତଳିଆ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଯେତିକି ତତ୍ପର କ୍ଲାସ୍‌ ୱାନ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେତିକି ଅବହେଳା ଦେଖାଇ ଆସୁଛନ୍ତି,’’ କହିଛନ୍ତି ପ୍ରଶାନ୍ତ ମହାପାତ୍ର ।
Published by:Anand Shankar Thankur Das
First published: