ଏନଏମଏ ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କିଭଳି ଚାଲିଛି ତାର କ୍ଷେତ୍ର ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

ଏନଏମଏ ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ

ଏନଏମଏ ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କିଭଳି ଚାଲିଛି ତାର କ୍ଷେତ୍ର ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନର ପୁନଃ ଆବେଦନ ଓ ଡିପିଆର ଦିଆଯିବା ପରେ ଏନଏମଏର ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା ।



ଖାଲି ଶ୍ରୀମନ୍ଦିର ନୁହଁ ରାଜ୍ୟରେ ଥିବା ୮୦ ଟି ସଂରକ୍ଷିତ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ବାଇଲକୁ ନେଇ କିଭଳି ପରିଚାଳନା କରାଯିବ ତା ଉପରେ ଉଚ୍ଚସ୍ତରୀୟ ବୈଠକ ପରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଏନଏମଏ ଅଧ୍ୟକ୍ଷ । ପ୍ରଶାସନିକ ସମୀକ୍ଷା ବୈଠକ ଓ ମଠାଧୀଶଙ୍କ ସହ ବୈଠକ ପରେ ଏନଏମଏ ଅନୁମତି ମିଳିଲେ ପ୍ରକଳ୍ପକୁ ନେଇ ଭଙ୍ଗାଯାଇଥିବା ମଠ ଗୁଡ଼ିକର ସୋନ୍ଦର୍ଯ୍ୟକରଣ କରାଯାଇପାରିବ ବୋଲି ମଠାଧୀଶମାନେ ଆଶା ରଖିଛନ୍ତି ।

ଆଜି ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏନଏମଏ ଅଧ୍ୟକ୍ଷ । ପରେ ତାଙ୍କ ନେତୃତ୍ୱରେ ଏନଏମଏ ଟିମ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏନଏମଏ ନିୟମ ଓ ସଂରକ୍ଷିତ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷାକୁ ନେଇ କରାଯାଇଥିବା କରିଡର କାର୍ଯ୍ୟର ଟିକିନିଖି ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧି ଭିତରେ କରାଯାଉଥିବା ନିର୍ମାଣ ଯଥା ସେଲ୍ଟର ପ୍ଯାଭିଲି୍ଅନ , ସେବାୟତ ଓ ଭକ୍ତଙ୍କ ପାଇଁ ଶୌଚାଳୟ , ଇଲେକ୍ଟିକାଲ ଷ୍ଟେସନ , ଭକ୍ତଙ୍କ ପରିକ୍ରମା ମାର୍ଗ ସହ ମଠ ଗୁଡିକର ସ୍ଥିତିର କରିଥିଲେ ଅନୁଧ୍ୟାନ । ଜିଲାପାଳ ଏବଂ ଓବିସିସି ଓ ଠିକାସଂସ୍ଥା ଟାଟାର ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ । ତେବେ ଏନଏମଏର ଅଧ୍ୟକ୍ଷଙ୍କ ସହ ଏନଏମଏ ନିର୍ଦ୍ଦେଶକ ସବ୍ୟସାଚୀ ମୋରବା , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଉଚ୍ଛେଦ ହୋଇଥିବା ମଠର ମହନ୍ତ, ଓବିସିସି ଓ ଟାଟା ଅଧିକାରୀ ଉପସ୍ଥିତ ରହି ସମସ୍ତ ନିର୍ମାଣ କାର୍ଯ୍ୟ କିଭଳି ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ କରାଯାଉଛି ତାହା ବୁଝାଇ ଦେଖାଇଥିଲେ । ନୂତନ ଭାବେ ଦାୟିତ୍ୱ ନେବାପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏନଏମଏର ନିୟମ କିଭଳି ଅନୁପାଳନ କରାଯାଇ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ହେଉଛି ତା ଉପରେ ନିଜେ ବୁଲିକି ଦେଖିବା ପାଇଁ ପୁରୀ ଆସିଥିବା କହିଛନ୍ତି ଏନଏମଏ ଅଧ୍ୟକ୍ଷ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ,ଶ୍ରୀ ଜଗନ୍ନାଥ ରିସେପସନ୍ ସେଣ୍ଟର ସହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ମଠର ବିକାଶ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଇନ ଅନୁଯାୟୀ ଏନଏମଏ କେବେ ଅନୁମତି ପ୍ରଦାନ କରିବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁଇଟି ବୈଠକ ହୋଇଥିଲା।

ନିଷିଦ୍ଧାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିର୍ମାଣକୁ ଏନଏମଏର ଅନୁମତି ମିଳିଛି। ସେହିପରି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପସନ୍ ସେଣ୍ଟର ନିର୍ମାଣ କରିବା ପାଇଁ ଏନ୍ଏମ୍‌ଏ ଏନ୍ଓସି ଦେଇଥିଲେ ମଧ୍ୟ ଶହେ ମିଟର ବାହାରେ କେଉଁ ସ୍ଥାନରେ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନ୍ଏମଏ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି। ନିଷିଦ୍ଧାଞ୍ଚଳର ଶହେ ମିଟର ପରେ ଥିବା ରେଗୁଲେଟେଡ୍ ଅଞ୍ଚଳରେ ଇନଫର୍ମେସନ୍ ସେଣ୍ଟର, ଡୋନେସନ୍ ସେଲ୍, ଫାର୍ଷ୍ଟେଡ୍ ସେଣ୍ଟର, ପୋଲିସ ସର୍ଭିସ୍ ସେଣ୍ଟର ଓ ଏଟିଏମ୍ ନିର୍ମାଣ କାର୍ଯ୍ୟ କରାଯାଉଛି। ଏନ୍ଏମ୍ଏର ସମୀକ୍ଷା ରିପୋର୍ଟ ଉପରେ ଆରମ୍ଭରୁ ବିବାଦୀୟ ହୋଇପଡିଥିବା ପରିକ୍ରମା ପ୍ରକଳ୍ପର ସ୍ଥିତି ଓ ଭବିଷ୍ୟତ ନିର୍ଭର କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏନ୍ଏମ୍ଏ ଓ ଏଏସଆଇର ଗାଇଡଲାଇନ୍ ଆଧାରରେ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ।
Published by:Soubhagya Mishra
First published: