ନବୀନଙ୍କୁ ଭେଟିବେ ନୀତିଶ କୁମାର; କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା

Nitish-Naveen Meet: ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ନୀତିଶ କୁମାର। ଦିନ ୧୨ଟାରେ ସିଏମ ନବୀନଙ୍କୁ ମଧ୍ୟ ଭେଟିବେ।

ନବୀନଙ୍କୁ ଭେଟିବେ ନୀତିଶ କୁମାର

ନବୀନଙ୍କୁ ଭେଟିବେ ନୀତିଶ କୁମାର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Nitish-Naveen Meet: ଆସନ୍ତା ୯ରେ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିବେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar)। ଚର୍ଚ୍ଚା ହେଉଛି ଯେ ବିଜେପି ବିରୋଧୀ ମେଣ୍ଟ ନେଇ ଦୁହିଁଙ୍କ ମଧ୍ୟରେ ହୋଇପାରେ ଆଲୋଚନା।

ଏବେ ଅଣବିଜେପି ଦଳ ନେତାଙ୍କୁ ନୀତିଶ ଭେଟୁଥିବା ବେଳେ ନବୀନଙ୍କ ଆଭିମୁଖ୍ୟ ଉପରେ ରହିବ ନଜର। ହେଲେ ବିଜେଡି କହିଛି ଦଳ ସମଦୂରତା ନୀତିରେ ଅଛି। ଆଉ ବିଜେପି କହିଛି ନୀତିଶଙ୍କ ଉଦ୍ଦେଶ୍ୟ ସାଧିତ ହେବନି। କଂଗ୍ରେସର କହିବା ହେଲା ବିଜେପିକୁ ଛାଡ଼ି ପାରିବେନି ନବୀନ। ସେପଟେ ସମୀକ୍ଷକ କହିଛନ୍ତି ୨୪ ଫଳାଫଳ ପରେ ହିଁ ନିଷ୍ପତ୍ତି ନେବେ ନବୀନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଦିନ ୧୨ଟାରେ ନବୀନ ନିବାସରେ ଭେଟିବେ ନୀତିଶ କୁମାର। ନୀତିଶ-ନବୀନ ଭେଟଘାଟକୁ ନେଇ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କାହିଁକି ନୀତିଶ ଓଡ଼ିଶା ଆସୁଛନ୍ତି? ନବୀନଙ୍କ ଭେଟ ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ମନ୍ତ୍ରଣା? ଏମିତି କିଛି ମଧ୍ୟ ଆଶା କରାଯାଉଛି।

ସେପଟେ ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ। ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିକ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନତଳେ ଭେଟିଥିଲେ ନୀତିଶ। ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ।

ତେଣୁ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା ପାଇଁ କହି ଆସୁଥିବା ନବୀନ ତାଙ୍କ ମତ ପରିବର୍ତ୍ତନ କରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ।

ପଢ଼ନ୍ତୁ ପୂରା ଖବର:  Cyclone Alert: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ବଢ଼ିଲା ବାତ୍ୟା ଆଶଙ୍କା

ପ୍ରକାଶ ଥାଉକି ନୀତିଶଙ୍କ ପୂର୍ବରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଓଡ଼ିଶା ଆସି ନବୀନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉଥିଲା ତେବେ ବିଜେପି ବିରୋଧୀ ମେଣ୍ଟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ଚର୍ଚ୍ଚା ଧରିଥିଲା। ହେଲେ ବିଜେପି ବିରୋଧୀ ମେଣ୍ଟକୁ ନବୀନ କେତେ ଦୂର ସମର୍ଥନ କରିବେ ତାହା ମଧ୍ୟ ଏକ ପ୍ରଶ୍ନ।
Published by:Lipina Das
First published: