ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ; ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ

ପଇତା ଲାଗି ନୀତି ନେଇ ବଡୁ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି। ୨୦୧୯ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଥିଲା କିନ୍ତୁ ୨୦୨୦ରେ ବଡୁ ସେବକ କହିଲେ ଲିଙ୍ଗରାଜ ମହାପ୍ରଭୁଙ୍କ ସବୁ ପଇତା ଲାଗି ଆମେ କରିବୁ। ଯାହା ପରଠୁ ବିବାଦ ସୃଷ୍ଟି ହୋଇଛି।

 ତ୍ରୟୋଦଶୀ ତିଥିରେ ମାହାପ୍ରଭୁଙ୍କର ପାଇତା ଲାଗି

ତ୍ରୟୋଦଶୀ ତିଥିରେ ମାହାପ୍ରଭୁଙ୍କର ପାଇତା ଲାଗି

  • News18 Odia
  • Last Updated :
  • Bhubaneswar
  • Share this:
News 18 Odia Digital

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାର୍ପଣ ଯାତ୍ର ଚାଲିଛି। ଏ ଯାତ୍ରା ସମୟରେ ଲିଙ୍ଗରାଜଙ୍କୁ ପାଇତା ଲାଗି କରାଯାଏ। ଏହି ପାଇତା ଲାଗି ପରମ୍ପରା ଅନୁସରା ବଡୁ ନିଯୋଗ କରିଥାଆନ୍ତି। ପ୍ରଭୁଙ୍କର ୨୭ଟି ପଇତା ଲାଗି ନୀତିକୁ ବଡୁ ନିଯୋଗ ହିଁ ସମାପନ କରି ଥାଆନ୍ତି। କିନ୍ତୁ ଗତ ତିନି ବର୍ଷ ଧରି ଏହି ବିବାଦ ଲାଗି ରହିଛି। ପୂଜାପଣ୍ଡା ନିଯୋଗ ଏହାକୁ ନେଇ ବିବାଦ କରୁଛନ୍ତି। ବିଧି ଅନୁସାରେ ପାଇତା ଲାଗି ନୀତି ବଡୁ ନିଯୋଗ ହିଁ କରି ଥାଆନ୍ତି। ପରମ୍ପରା ଅନୁସାରେ ଆରମ୍ଭରୁ ହିଁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇତା ଲାଗି ନୀତି ବଡୁ ନିଯୋଗ କରି ଆସୁଛନ୍ତି। ଏହା ସେବା ସ୍ୱତ୍ୱ ଜିନିଷ। ରଜାଙ୍କ ଅମଳରୁ ହେଇ ଆସୁଛି।

ପଇତା ଲାଗି ନୀତି ନେଇ ବଡୁ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି। ୨୦୧୯ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଥିଲା କିନ୍ତୁ ୨୦୨୦ରେ ବଡୁ ସେବକ କହିଲେ ଲିଙ୍ଗରାଜ ମହାପ୍ରଭୁଙ୍କ ସବୁ ପଇତା ଲାଗି ଆମେ କରିବୁ। ଗତ ବର୍ଷ ଲିଙ୍ଗରାଜ ମନ୍ଦିର ପ୍ରଶାଶନ ସହିତ ଏ ନେଇ ଆଲୋଚନା ହୋଇଥିଲା। ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ୨୭ ଗୋଟି ପଇତା ଲାଗି ମଧ୍ୟରୁ ତିନି ଗୋଟି ପଇତା ଲାଗି ପୂଜାପଣ୍ଡା କରିବେ। ଆଉ ୨୪ ଗୋଟି ପଇତା ଲାଗି ବଡୁ ନିଯୋଗ କରିବେ। ଏହାକୁ ନେଇ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ପୂଜା ପଣ୍ଡା ନିଯୋଗ ପଇତା ଲାଗି କରିବା ପାଇଁ ଯିବା ସମୟରେ। ବଡୁ ନିଯୋଗ ଏହାକୁ ବିରୋଧ କଲେ। ତା ସହ ପୂଜାପଣ୍ଡାଙ୍କୁ ପାଇତା ଲାଗି କରେଇ ଦେଲେ ନାହିଁ। ଏ ନେଇ ପୂଜା ପଣ୍ଡା ନିଯୋଗ ମନ୍ଦିର ପ୍ରଶାସନଙ୍କୁ ଲିଖିତ ଆକାରରେ ଅଭିଯୋଗ କଲେ।

ପୋଲସି ସହାୟତାରେ ଚଳିତ ବର୍ଷ କିଭଳି ଠାକରଙ୍କ ପାଇତା ଲାଗି ହେଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ନିଯୋଗ ଅନୁରୋଧ କରିଥିଲା। ତେବେ ମନ୍ଦିର ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନ ନେଇ କେବଳ ଚିଠି ମାଧ୍ୟମରେ କହିଲେ। ପୂଜାପଣ୍ଡା ନିଯୋଗ ତିନୋଟି ପଇତା ଲାଗି କରିବେ। ବଡୁ ନିଯୋଗ ୨୪ ଟି ପଇତା ଲାଗି କରିବେ। ଯାହାକୁ ନେଇ ବିବାଦର ସମାଧାନ ହେବା ବଦଳରେ ଆହୁରି ଜଟିଳ ହେଲା।

ଗତକାଲି ତ୍ରୟୋଦଶୀ ତିଥିରେ ମାହାପ୍ରଭୁଙ୍କର ପାଇତା ଲାଗି ପୂଜାପଣ୍ଡା କରିବା କଥା। ବିଧି ଅନୁସାରେ ପୂଜାପଣ୍ଡା ହୋମ କରି ଆଜି ପାଇତା ଲାଗି କରିବା ପରମ୍ପରା ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା ଗତ କାଲି କୌଣସି ନୀତି ହୋଇ ପାରିଲା ନାହିଁ। ସେଇ ଅନୁସାରେ ଆଜି ମଧ୍ୟ କୌଣସି ନୀତିକାନ୍ତି ହୋଇ ପାରିଲା ନାହିଁ। ବଡୁ ସେବକଙ୍କ ଦାବି ଯେ, ସେମାନେ ମାହାପ୍ରଭୁଙ୍କର ସବୁ ପଇତା ଲାଗି କରିବେ। ତାହା ଯଥାର୍ଥ ନୁହେଁ। ମନ୍ତ୍ର ଉଚ୍ଚାରଣ କରି ସେମାନେ କୌଣସି ପିଇତା ଲାଗି କରି ପାରିବେ ନାହିଁ। ତାଙ୍କର କୌଣସି ଅଧିକାର ମଧ୍ୟ ମାହିଁ।
Published by:Soumyashree Mishra
First published: