ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ; CM ନବୀନଙ୍କ ସହ ହେବ ବୈଠକ

୩ ଦିନିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

  • Share this:
News18 Odia Digital

ଭୁବନେଶ୍ବର: ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ତିନି ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଆଲୋଚନା କାଳରେ ଫୋକସ ରାଜ୍ୟ ଦାବି ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ଦାବି ଉପସ୍ଥାପନ କରିପାରନ୍ତି ମୁଖ୍ୟ ମନ୍ତ୍ରୀ। ଏହି ଭେଟ ଘାଟ ସମୟରେ ପ୍ରତୀକ୍ଷିତ ଦାବି ଉପସ୍ଥାପନ ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଥିବା ବେଳେ ବିଜେପି କହିଛି କେନ୍ଦ୍ର ଆବଶ୍ୟକ ଠୁ ଅଧିକ ଅନୁଦାନ ଦେଉଛି।

୩ ଦିନିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ବାଦ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମ ଓ ପୁରୀ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆଲୋଚନା କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ବିକାଶମୂଳକ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟ ମନ୍ତ୍ରୀ। ରାଜ୍ୟକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ଦୋହରାଇପାରନ୍ତି ନବୀନ । ଏହା ସହ ନର୍ଥ-ଇଷ୍ଟ ରାଜ୍ୟ ପରି ସ୍ୱତନ୍ତ୍ର ସୁବିଧା, କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ, କୋଲ ରୟାଲଟି ଭଳି ଅନେକ ପ୍ରସଙ୍ଗ ସ୍ଥାନ ପାଇପାରେ।

ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଥିଲେ, "ନୀତି ଆୟୋଗ ସାରା ଦେଶର ବିକାଶ ପାଇଁ ଏକ ଶୀର୍ଷସ୍ଥାନୀୟ ଅନୁଷ୍ଠାନ। କେନ୍ଦ୍ର ସରକାରଙ୍କ ପାଖରେ ଏକ ମାପକ ସଙ୍ଗଠନ। ଓଡ଼ିଶା ସରକାର ଲାଗତାର ଭାବରେ ମୁଖ୍ୟ ମନ୍ତ୍ରୀ ଦାୟତ୍ୱ ନେବା ପରଠୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଥିଲେ । ଫୋକସ ଷ୍ଟେଟ ଭାବେ ରାଜ୍ୟକୁ ନିଆଯିବା ଦରକାର। ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ବ୍ୟକ୍ତି, ଭୌଗଳିକ ସ୍ଥିତି ଭଳି ବିଭିନ୍ନ ମପାଦଣ୍ଡକୁ ଦେଖି ଫୋକସ ଷ୍ଟେଟ ମାନ୍ୟତା ମିଳିବା ଦରକାର। ଓଡ଼ିଶରୁ ରେଳବାଇ ସହ ବିଭିନ କ୍ଷେତ୍ରରୁ ଅଧିକ ରାଜସ୍ୱ କେନ୍ଦ୍ର ପାଉଥିବା ବେଳେ ଓଡ଼ିଶାକୁ ଅନୁରୂପ ସହାୟତା ମିଳୁନି। ରାୟାଲଟି ପ୍ରାପ୍ୟ ବି ମିଳୁନି। ରାଜ୍ୟ ସରକାର ଏହାକୁ ଉପସ୍ଥାପନ କରିବେ। ରାଜ୍ୟର ଭିତ୍ତି ଭୂମିର ବିକାଶ ଆବଶ୍ୟକତା ରହିଛି। ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଦାବି ରଖିବେ ।’’

ରାଜ୍ୟ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି। ଏହା ଦୃଷ୍ଟିରୁ ଫୋକସ ଷ୍ଟେଟ ସହ ଅଧିକ ଆର୍ଥିକ ଅନୁଦାନ ପାଇଁ ନୀତି ଆୟୋଗ ନିକଟରେ ଦାବି କରିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, "ଓଡ଼ିଶାକୁ ଫୋକସ ଷ୍ଟେଟ ମିଳିବା ନେଇ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି ରଖିବା ଦରକାର। ରାଜନୀତିକୁ ପଛରେ ପକାଇ ରାଜ୍ୟ ସ୍ୱାର୍ଥକୁ ଆଗରେ ରଖି ଦାବି ରଖିବା ଆବଶ୍ୟକ। ବର୍ତ୍ତମାନ ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଚାଷ ଜମି କ୍ଷୟକ୍ଷତି ହୋଇଛି ସେ ନେଇ ଦାବି ରଖିବା ଆବଶ୍ୟକ।’’

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିଂହାର କହିଥିଲେ, "ଦାବିରେ ପାର୍ଥକ୍ୟ ରହୁଛି । ଓଡ଼ିଶାବାସୀଙ୍କ ଆଗରେ ଗୋଟିଏ କଥା ଦିଲ୍ଲୀରେ ଆଉ ଗୋଟିଏ କଥା। ୨୦୧୪ ପୂର୍ବରୁ ଓଡ଼ିଶା ଯାହା ପାଇନଥିଲା ମୋଦିଙ୍କ ସମୟରେ ତାଠୁ ଅଧିକ ପାଇଛି। ମୋଦିଙ୍କ ପ୍ରାଥମିକତା ହେଉଛି ଓଡ଼ିଶା, ପ୍ରାଥମିକତା ହେଉଛି ପୂର୍ବଦୟ। ଅସଲ କଥା ହେଲା କେନ୍ଦ୍ରରୁ ଆସୁଥିବା ଅର୍ଥ ଠିକ ଭାବରେ ବିନିଯୋଗ ହେଉନି। ୟୁସି ଦାଖଲ ହେଉନି। ଦୁର୍ନୀତି ସବୁକ୍ଷେତ୍ରରେ ରହିଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଯାହା କରୁଛନ୍ତି ରାଜ୍ୟ ସରକାର ଯଦି ତାର ସଠିକ କାର୍ଯ୍ୟାନ୍ଵୟନ କରନ୍ତେ ଓଡ଼ିଶାକୁ ମାଗିବାକୁ ପଡ଼ନ୍ତା ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ନିଜେ କହୁଛନ୍ତି ନମ୍ବର ୱାନ। ପୁଣି କାହିଁକି ହାତ ପତାଉଛନ୍ତି। ଅର୍ଥର ଅଭାବ ନାହିଁ।ନୀତି ଆୟୋଗ ଆସିବେ ଏକ ପ୍ରକ୍ରିୟା। ଯିଏ ଯୋଜନା କରୁଛି ଅନୁଦାନ ଦେଉଛି ସେମାନେ ଆସି ସମୀକ୍ଷା କରିବେ। ଏହା ନିରନ୍ତର ପ୍ରକ୍ରିୟା। କିନ୍ତୁ କେନ୍ଦ୍ରରୁ ଆସୁଥିବା ଅଧିକାରୀ ମାନଙ୍କ ଗସ୍ତର ଫାଇଦା ନିଅନ୍ତୁ ନାହିଁ।’’
Published by:Lipina Das
First published: