ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା
ସ୍ତନ କର୍କଟ ମହିଳାମାନଙ୍କ ମଧ୍ୟରେ ସବୁ ଠାରୁ ସାଧାରଣ କର୍କଟ । ଏହା ଭାରତୀୟ ମହିଳାମାନଙ୍କ ମଧ୍ୟରେ ଚିହ୍ନଟ ହେଉଥିବା ସବୁ କର୍କଟ ରୋଗର ୧୪% । ସହରାଞ୍ଚଳରେ ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ପୀଡ଼ିତ ହେବାର ସମ୍ଭାବନା ଥାଏ ।

'ୱନ୍-ଷ୍ଟପ୍ ସ୍ତନ କ୍ଲିନିକ୍'ର ଉଦଘାଟନ ଅବସରରେ ନୀତା ଅମ୍ବାନୀ
- News18 Odia
- Last Updated: February 5, 2021, 6:26 PM IST
ମୁମ୍ବାଇ: ସ୍ତନ କର୍କଟ (breast cancer) ସର୍ବଭାରତୀୟ ସ୍ତରରେ ତଥା ମୁମ୍ବାଇରେ ମହିଳାମାନଙ୍କ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହୋଇଥିବାରୁ ନୀତା ଅମ୍ବାନୀ (Nita Ambani) ମୁମ୍ବାଇର ସର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ (HNRFH) ଏକ 'ୱନ୍-ଷ୍ଟପ୍ ସ୍ତନ କ୍ଲିନିକ୍'ର (One-Stop Breast Clinic) ଉଦଘାଟନ କରିଛନ୍ତି ।
ଏହି କ୍ଲିନିକରେ ସ୍ତନର ଯେକୌଣସି ସମ୍ଭାବ୍ୟ କିମ୍ବା ପ୍ରମାଣିତ ରୋଗରେ ଆକ୍ରାନ୍ତ ଯେକୌଣସି ମହିଳାଙ୍କୁ ଦୁଇ ଘଣ୍ଟା ମଧ୍ୟରେ ବିସ୍ତୃତ ମୂଲ୍ୟାଙ୍କନ (comprehensive evaluation), ନିରାକରଣ ଓ ଚିକିତ୍ସା ଯୋଗାଇ ଦେବ । ବିଶ୍ୱ କର୍କଟ ଦିବସ (World Cancer Day) ଅବସରରେ ଗୁରୁବାର ଦିନ ନୀତା ଅମ୍ବାନୀ (Nita Ambani) ଏହି ସୁବିଧାର ଉଦଘାଟନ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କ ମୁଣ୍ଡ କାଟି ନେଇ ବାକି ଶରୀରକୁ ଫିଙ୍ଗିଦେଲେ ରାସ୍ତାରେ
ସ୍ତନ କର୍କଟ ବିଶ୍ୱର ମହିଳାମାନଙ୍କ ମଧ୍ୟରେ ସବୁ ଠାରୁ ସାଧାରଣ କର୍କଟ ରୋଗ, ଆଉ ଭାରତୀୟ ମହିଳାମାନଙ୍କ ଠାରେ ଚିହ୍ନଟ ହୋଇଥିବା ସମସ୍ତ କର୍କଟ ରୋଗର ୧୪% ସ୍ତନ କର୍କଟ । ସହରାଞ୍ଚଳରେ ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣେ ନିଜ ଜୀବନ କାଳରେ ସ୍ତନ କର୍କଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଥାଏ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ: ରାକେଶର ଜେରା ଚାଲିଛି; ପୋଲିସ ଆଗରେ ମାଳ ମାଳ ପ୍ରଶ୍ନ
‘‘ସ୍ତନ କର୍କଟ ହୋଇଥିବା ଜଣା ପଡ଼ିବା ପରେ ଆକ୍ରାନ୍ତ ମହିଳାଙ୍କର ମାନସିକ ଓ ଭାବପ୍ରବଣ ଆଘାତକୁ (mental and emotional trauma) ଲାଘବ କରିବା ପାଇଁ ଆମ ଡାକ୍ତରଖାନାରେ ଏକ ସାମଗ୍ରିକ ସମାଧାନ ପ୍ରଦାନ କେନ୍ଦ୍ର ସ୍ଥାପିତ ହୋଇଛି,’’ କହିଛନ୍ତି HNRFHର ସିଇଓ ଡକ୍ଟର୍ ତରଙ୍ଗ ଜ୍ଞାନଚନ୍ଦାନି ।
ସ୍ତନ କର୍କଟର (breast cancer) ଚିହ୍ନଟ, ଶୀଘ୍ର ନିରାକରଣ, ଚିକିତ୍ସା ଯୋଜନା, ପରାମର୍ଶ, ପୁନର୍ବାସ, ସହାୟତା ଓ ଆରାମଦାୟକ ଯତ୍ନ ଆବଶ୍ୟକ କରୁଥିବା ମହିଳାଙ୍କ ପାଇଁ ଗୋଟିଏ ଛାତ ତଳେ ସବୁ ସମାଧାନ ଏହି କେନ୍ଦ୍ରରେ ମିଳୁଛି ବୋଲି କହିଛନ୍ତି ଡଃ ଜ୍ଞାନଚନ୍ଦାନୀ ।
ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଓ ଅନ୍ୟମାନଙ୍କୁ ଦୋଷ ଦେଲେ
‘‘ସାଧାରଣତଃ ସ୍ତନ କର୍କଟରେ ଆକ୍ରାନ୍ତ ମହିଳାମାନେ ଅନେକ ବିକଳ୍ପ ଯୋଗୁଁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି । ଆମ ନୂଆ କ୍ଲିନିକ୍ ଏକ ଉତ୍ତମ ସେବା ଓ ସମ୍ପୂର୍ଣ୍ଣ ନିରାକରଣ ପ୍ରଦାନ କରିବା ସହିତ ଉତ୍କୃଷ୍ଟ ଯତ୍ନ ଓ ସମ୍ପୂର୍ଣ୍ଣ ସହାୟତା ପାଇଁ ନିରନ୍ତର ରାସ୍ତା ଯୋଗାଇବାକୁ ଚେଷ୍ଟା କରିବ,’’ କହିଛନ୍ତି ଡାକ୍ତରଖାନାର ନିର୍ଦ୍ଦେଶକ (ସର୍ଜିକାଲ୍ ଅଙ୍କୋଲୋଜି) ଡକ୍ଟର ବିଜୟ ହରିଭକ୍ତି ।
ଏହି ୱାନ୍-ଷ୍ଟପ୍ ସ୍ତନ କ୍ଲିନିକ୍ ଆନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ, ରୋଗୀ-କେନ୍ଦ୍ରିକତା ଓ ସର୍ବୋତ୍ତମ କ୍ଲିନିକାଲ୍ ପାରଦର୍ଶୀତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଲଣ୍ଡନର ପ୍ରସିଦ୍ଧ ଗାଏଜ୍ ହସ୍ପିଟାଲର (Guy’s Hospital London) ସ୍ତନ ଟ୍ୟୁମର ଗୃପର କ୍ଲିନିକାଲ୍ ଲିଡ୍ ଓ ଚେୟାରମ୍ୟାନ୍ ଡକ୍ଟର ଅଶୁତୋଷ କୋଠାରୀଙ୍କ ସହ ଏହି ଅତ୍ୟାଧୁନିକ କ୍ଲିନିକ୍ ସହଭାଗୀତା କରିଛି ।