ନ୍ୟୁୟର୍କ: ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନି (Nita Ambani) ନ୍ୟୁୟର୍କ (New York) ସ୍ଥିତ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ୍ ବୋର୍ଡର ସମ୍ମାନିତ ଟ୍ରଷ୍ଟି ଭାବେ ନିର୍ବାଚିତ ହୋଇଛନ୍ତି । ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡକୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।

ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ବୋର୍ଡ଼ ବୈଠକରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନୀତା ଅମ୍ବାନି ନିର୍ବାଚିତ ହେବା ଘୋଷଣା କରିଥିଲେ ମ୍ୟୁଜିଅମ୍ର ଚେୟାର୍ମ୍ୟାନ୍ ଡାନିଏଲ୍ ବ୍ରଡସ୍କାଏ । ନୀତା ଅମ୍ବାନିଙ୍କୁ ମ୍ୟୁଜିୟମ୍ର ଅନରାରୀ ଟ୍ରଷ୍ଟି ଭାବେ ନିର୍ବାଚିତ କରାଯାଇଛି ବୋଲି ସେ କହିଛନ୍ତି।

ନିର୍ବାଚନ ପରେ ବ୍ରଡସ୍କାଏ କହିଛନ୍ତି ଯେ ଭାରତୀୟ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରସାର ଦିଗରେ ନୀତାଙ୍କ ଭୂମିକା ବେଶ୍ ପ୍ରଶଂସନୀୟ । ତାଙ୍କ ସହଯୋଗ ଓ ସମର୍ଥନ ଯୋଗୁଁ ବିଶ୍ବର କୋଣ ଅନୁକୋଣର କଳାକୁ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ୍ ଦେଖାଇବାରେ ସକ୍ଷମ ହୋଇପାରିଛି ।

ନୀତା ମଧ୍ୟ ମେଟ୍ର ଅନ୍ତାର୍ଜାତିକ ପରିଷଦର ସଦସ୍ୟା ରହିଛନ୍ତି । ନୀତା ଅମ୍ବାନି ମଧ୍ୟ ପ୍ରଥମ ଭାରତୀୟ ମହିଳା ଭାବେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି-IOCର ସଦସ୍ୟ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।