ବଜେଟ ୨୦୨୦: କମିଲା ଆୟ କର ରେଟ୍, ₹୫ ଲକ୍ଷରୁ ₹୭.୫ ଲକ୍ଷ ପର୍ଯ୍ୟନ୍ତ ୧୦%, ₹୧୦ ଲକ୍ଷ ପର୍ଯ୍ୟନ୍ତ ୧୫%

ବାର୍ଷିକ ₹୫ ଲକ୍ଷରୁ ₹୧୫ ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ ଟ୍ୟାକ୍ସ ରେଟ କମେଇ ଦିଆଯାଇଛି । ସରକାର କରଦାତାଙ୍କ ପାଇଁ ଏକ ଅଧିକାର ପତ୍ର ପ୍ରସ୍ତୁତ କରି ତାକୁ ଆଇନରେ ପରିଣତ କରିବାକୁ ଚାହୁଁଛନ୍ତି ଯାହା ଫଳରେ କର ଅଧିକାରୀ ଓ କର ନିୟମଗୁଡ଼ିକ ଦ୍ୱାରା କରଦାତାମାନେ ଆଉ ହଇରାଣ ହେବେ ନାହିଁ ।

ବଜେଟ ୨୦୨୦: କମିଲା ଆୟ କର ରେଟ୍, ₹୫ ଲକ୍ଷରୁ ₹୭.୫ ଲକ୍ଷ ପର୍ଯ୍ୟନ୍ତ ୧୦%, ₹୧୦ ଲକ୍ଷ ପର୍ଯ୍ୟନ୍ତ ୧୫%
ନିର୍ମଳା ସୀତାରମଣ ବଜେଟ ଭାଷଣ ଦେଉଛନ୍ତି । (ଫଟୋ ସାଭାର: ଲୋକସଭା ଟିଭି)
  • News18 Odia
  • Last Updated: February 1, 2020, 2:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଜେଟ ୨୦୨୦ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆୟ କର ଦାତାମାନଙ୍କ ପାଇଁ ଖୁସି ଖବର ଥିବା ଏକ ବଡ଼ ଘୋଷଣା କରିଛନ୍ତି । ପନ୍ଦର ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟ କରରେ ରିହତି ଦିଆଯାଇଛି ଓ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ପରି କୈାଣସି ଆୟ କର ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି ସେ ।

ଏବେ ନୂଆ କରି ସ୍ଥିର ହୋଇଥିବା ଆୟକର ସ୍ଲାବ ଏମିତି:

* ₹୫ ଲକ୍ଷରୁ ₹୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦% ଟ୍ୟାକ୍ସ, ଯାହା ପୂବର୍ରୁ ୨୦% ଥିଲା ।

* ₹୭.୫ ଲକ୍ଷରୁ ₹୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫% ଟ୍ୟାକ୍ସ, ଯାହା ପୂବର୍ରୁ ୨୦% ଥିଲା ।

* ₹୧୦ ଲକ୍ଷରୁ ₹୧୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦% ଟ୍ୟାକ୍ସ, ଯାହା ପୂବର୍ରୁ ୩୦% ଥିଲା ।

* ₹୧୨.୫ ଲକ୍ଷରୁ ₹୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୫% ଟ୍ୟାକ୍ସ, ଯାହା ପୂବର୍ରୁ ୩୦% ଥିଲା ।

* ₹୧୫ ଲକ୍ଷରୁ ଅଧିକ ଆୟ ଉପରେ ପୂର୍ବ ପରି ଦେବାକୁ ପଡ଼ିବ ୩୦% ଆୟ କର ।

ଏହାର ଅର୍ଥ ହେଉଛି ବାର୍ଷିକ ₹୫ ଲକ୍ଷରୁ ₹୧୫ ଲକ୍ଷ ଆୟ କରୁଥିବା ଲୋକଙ୍କ ପାଇଁ ଟ୍ୟାକ୍ସ ରେଟ କମେଇ ଦିଆଯାଇଛି ।

ନୂତନ ଟ୍ୟାକ୍ସ ରିହାତିକୁ ବୁଝାଇବାକୁ ଯାଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ବର୍ଷକୁ ₹୧୫ ଲକ୍ଷ ରୋଜଗାର କରୁଛନ୍ତି କିନ୍ତୁ କୈାଣସି ରିହାତି ବା ଛାଡ଼ (ଡିଡକ୍ସନ୍‌) ନେଉନାହାନ୍ତି, ତା’ହେଲେ ସେମାନେ ₹୨.୭୩ ଲକ୍ଷ ଟ୍ୟାକ୍ସ ବଦଳରେ ମାତ୍ର ₹୧.୯୫ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବେ ।

’’ଆମେ କରଦାତାଙ୍କ ପାଇଁ ଏକ ଅଧିକାର ପତ୍ର ପ୍ରସ୍ତୁତ କରିବାକୁ ଚାହୁଁଛୁ । ଏହା ଉପରେ ଏକ ଆଇନ ଆଣିବୁ ଯାହା ଦ୍ୱାରା କରଦାତାମାନେ ଆଉ ହଇରାଣ ହେବେ ନାହିଁ,’’ ନିଜ ବଜେଟ ଭାଷଣରେ କହିଥିଲେ ସୀତାରମଣ ।

ସେ ଆହୁରି ମଧ୍ୟ କହିଥିଲେ: ‘‘ବଜେଟରେ ଏହି କରଦାତା ଅଧିକାର ପତ୍ର ସାମିଲ ହେବ । ଏହା ବିଶ୍ବାସକୁ ଆହୁରି ସୁଦୃଢ଼ କରିବ । ଯେଭଳି କରଦାତାମାନେ ହଇରାଣ ନ ହେବେ ତାହା ସରକାର ସୁନିଶ୍ଚିତ କରିବେ । ଏ ନେଇ କମ୍ପାନୀ ଆଇନରେ ମଧ୍ୟ ସଂଶୋଧନ କରାଯିବ ।’’

କୃଷି କ୍ଷେତ୍ରରେ ଉଦାରନୀତି ଆଣି କୃଷି ସଂଙ୍କଟକୁ ଦୂର କରିବା ପାଇଁ ନରେନ୍ଦ୍ର ମୋଦି ସରକାର ୧୬ଟି ଯୋଜନା ଆଣୁଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ ଭାଷଣରେ କହିଛନ୍ତି ।

ନିର୍ମଳା ସୀତାରମଣ କହିଛନ୍ତି ଯେ ବଜେଟ ୨୦୨୦ ମୁଖ୍ୟତଃ ତିନି ଭାଗରେ ବିଭକ୍ତ – ଉଚ୍ଚାକାଙ୍‌କ୍ଷା କରୁଥିବା ଭାରତବର୍ଷ, ଅର୍ଥନୈତିକ ଅଭିବୃଦ୍ଧି ଓ ମାନବତାପୂର୍ଣ୍ଣ ପରସ୍ପର ସହଯୋଗରେ ସମାଜ ନିର୍ମାଣ । ଶୁକ୍ରବାର ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ୨୦୨୦ରେ କେନ୍ଦ୍ର ସରକାର ଅପ୍ରେଲ ୧ ତାରିଖ ପରେ ଅଭିବୃଦ୍ଧି ଦର ୬% ରୁ ୬.୫% କୁ ବୃଦ୍ଧି ହେବାନେଇ ଆଶାପୋଷଣ କରିଛନ୍ତି, କିନ୍ତୁ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ନିଅଣ୍ଟିଆ ଲକ୍ଷ୍ୟକୁ ଅତିକ୍ରମ କରିବାକୁ ପଡ଼ିପାରେ ।

ଆଜି ବଜେଟ ଯୋଗୁଁ ବିଏସ୍ଇ ସେନସେସ୍କ ଶନିବାର ହେଲେ ବି ଖୋଲା ରହିଛି । ସ୍ବତନ୍ତ୍ର ପରିସ୍ଥିତି ବ୍ୟତୀତ ସାଧାରଣତଃ ଶନିବାର ଓ ରବିବାର ଷ୍ଟକ ମାର୍କେଟ ବନ୍ଦ ରହିଥାଏ । ଏକ ପରିପତ୍ର ଜରିଆରେ ବିଏସ୍ଇ କହିଛନ୍ତି ୨୦୨୦-୨୧ ବଜେଟ ପାଇଁ ଫେବୃୟାରୀ ୧ ଶନିବାର ଷ୍ଟକ ମାର୍କେଟ ଟ୍ରେଡ଼ିଂ ପାଇଁ ଖୋଲା ରହିବ ।

ଏସିଆର ତୃତୀୟ ବୃହତ ଅର୍ଥନୀତି କୁହାଯାଉଥିବା ଭାରତରେ ଗତ ସେପ୍ଟେମ୍ବର ଶେଷ କ୍ବାର୍ଟର ସୁଦ୍ଧା ନିବେଶ ଓ ଉତ୍ପାଦନ କ୍ଷେତ୍ର ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଅଭିବୃଦ୍ଧି ହାର ଗତ ଛଅ ବର୍ଷ ମଧ୍ୟରେ ସବୁ ଠୁ ନିମ୍ନକୁ ଖସି ୪.୫ ପ୍ରତିଶତରେ ପହଞ୍ଚିଥିଲା । ଭାରତକୁ ପ୍ରତି ମାସ ଶ୍ରମ ବଜାରରେ ୧.୨ ମିଲିଅନ ନୂଆ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି, କିନ୍ତୁ ନିଯୁକ୍ତି ସ୍ତର ଗତ ଚ଼ାରି ଦଶନ୍ଧିରେ ସବୁଠୁ ଖରାପ ସ୍ଥିତିକୁ ଚ଼ାଲିଯାଇଛି ।

ଆସନ୍ତା ପାଞ୍ଚ ବର୍ଷରେ ନରେନ୍ଦ୍ର ମୋଦି ସରକାର ରାସ୍ତା, ବନ୍ଦର, ବିମାନବନ୍ଦର, ଜଳସେଚନ ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ ୧୦୨ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିବା ବଜେଟରେ ଘୋଷଣା କରିପାରନ୍ତି ।
First published: February 1, 2020, 2:41 PM IST
corona virus btn
corona virus btn
Loading