କ୍ରାଇମ ସିନ ରିକ୍ରିଏସନ ବେଳେ ସତ କହିଲା ନିରଞ୍ଜନ; ଜବତ ହେଲା ଶର୍ମିଷ୍ଠାଙ୍କ ମୋବାଇଲ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି । ଶନିବାର 'ସମ୍ପୂର୍ଣ୍ଣ' ଅଫିସ ଓ ଭଡ଼ା ଘରକୁ ଆସି ତାଲା ଭାଙ୍ଗି ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନକୁ ସେଠିଙ୍କୁ ଆଣି ତଦନ୍ତ କରୁଥିଲା ଟିମ।

କ୍ରାଇମ ସିନ ରିକ୍ରିଏସନ ବେଳେ ସତ କହିଲା ନିରଞ୍ଜନ (ପ୍ରତୀକାତ୍ମକ ଛବି)

କ୍ରାଇମ ସିନ ରିକ୍ରିଏସନ ବେଳେ ସତ କହିଲା ନିରଞ୍ଜନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି । ଶନିବାର 'ସମ୍ପୂର୍ଣ୍ଣ' ଅଫିସ ଓ ଭଡ଼ା ଘରକୁ ଆସି ତାଲା ଭାଙ୍ଗି ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନକୁ ସେଠିଙ୍କୁ ଆଣି ତଦନ୍ତ କରୁଥିଲା ଟିମ।

ରିମାଣ୍ଡର ଶେଷ ଦିନରେ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ସ୍କାଏ ଟାଓ୍ବାରକୁ ଆସି ପ୍ରାୟ ୧ ଘଣ୍ଟା ଧରି ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସ୍କଏଟାୱାରରେ ରହିଛି ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ୱେବ ପୋର୍ଟାଲ 'ସମ୍ପୂର୍ଣ୍ଣ' ଓ ଆପାର୍ଟମେଣ୍ଟରେ ରହିଛି ଏକ ଭଡ଼ା ଘର । ପ୍ରଥମେ ୱେବ ପୋର୍ଟଲ ଅଫିସ 'ସମ୍ପୂର୍ଣ୍ଣ'ରେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କୁ ଧରି କ୍ରାଇମସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରାୟ ୨୦ମିନିଟ ଧରି ୱେବ ପୋର୍ଟଲରେ ତଦନ୍ତ କରିଥିଲା ତଦନ୍ତକାରୀ ସସ୍ଥା । ପରେ ଶର୍ମିଷ୍ଠା ରହୁଥିବା ଆପାର୍ଟମେଣ୍ଟ ଫ୍ଲାଟରେ ତଦନ୍ତ କରିଥିଲା ତଦନ୍ତକାରୀ ଟିମ । ତଦନ୍ତ ବେଳେ ଶର୍ମିଷ୍ଠାଙ୍କ ମୋବାଇଲ ଫୋନ ଓ ଏକ ଡାଈରୀ ସମେତ ଅନେକ ଗୁଡ଼ିଏ କାଗଜପତ୍ର ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ।

ତଦନ୍ତ ବେଳେ ଜଣା ପଡ଼ିଛି ମାନସଙ୍କୁ ହତ୍ୟା କରି ପୋତିବା ପରେ ଫେରାର ହେବା ପୂର୍ବରୁ ଏହି ଫ୍ଲାଟରେ ଶର୍ମିଷ୍ଠା ମୋବାଇଲ ଛାଡ଼ି ଯାଇଥିଲେ । ଯାଞ୍ଚ ବେଳେ ଫ୍ଲାଟରୁ ତଦନ୍ତକାରୀ ଟିମ ମୋବାଇଲଟି ଜବତ କରିଛନ୍ତି । କ୍ରାଇମ ସିନ୍ ରିକ୍ରିଏସନ ବେଳେ ଆଜି ବି କାନ୍ଦି ପକାଇଥିଲେ ଶର୍ମିଷ୍ଠା । ପରେ ମାନସ ରହୁଥିବା ଭଡ଼ା ଘରକୁ ଶର୍ମିଷ୍ଠାଙ୍କୁ ନେଇ ତଦନ୍ତ କଋଥିଲା କ୍ରାଇମବ୍ରାଞ୍ଚ । ସେଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣା ପଡ଼ିଛି ।

କ୍ରାଇମବ୍ରାଞ୍ଚର ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ଜେରା ବେଳେ ମୁହଁ ଖୋଲିଛି ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠା ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ । ଖାଲି ଟଙ୍କା ଦେଇ ନଥିଲା, ଫେରାର ହେବାକୁ ଗାଡ଼ି ମଧ୍ୟ ଯୋଗାଡ଼ କରିଦେଇଥିଲା । ସେହି ଗାଡ଼ିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛି ନିରଞ୍ଜନ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୭ରେ ଭଦ୍ରକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଦୟାଲ ଆଶ୍ରମରେ ଦିଆଯାଇଥିଲା ନିର୍ଯାତନା । ହତ୍ୟା ପରେ ନୟାଗଡ଼ ବଧିପାଟଣାରେ ପୋତିଥିଲେ ମାନସ ମୃତଦେହ । ଗିରଫଦାରୀ ଏଡ଼ାଇବାକୁ ମାର୍ଚ୍ଚ ୭ ତାରିଖରେ ଝୁନା ଭୋଇଙ୍କୁ ସାଙ୍ଗରେ ଧରି ଫେରାର ହୋଇଥିଲେ ଶର୍ମିଷ୍ଠା । ମାର୍ଚ୍ଚ ୨୮ରେ ବସରେ କୋଲକାତାରୁ ଫେରୁଥିବା ବେଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା ପୋଲିସ । ଶର୍ମିଷ୍ଠା ଗିରଫ ହେବା ପୂର୍ବରୁ ନିରଞ୍ଜନକୁ ବାନ୍ଧିଥିଲା ପୋଲିସ । ମାନସ ହତ୍ୟା ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
Published by:Soumya Das
First published: