ସରିଲା ଚିନ୍ତନ ଶିବିର; ଓଡ଼ିଶା ଗସ୍ତରେ ଆସିବାକୁ ପ୍ରିୟଙ୍କା ଗାନ୍ଧିଙ୍କୁ ଅନୁରୋଧ କଲେ ନିରଞ୍ଜନ ପଟ୍ଟନାୟକ

ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ପଲିଟିକାଲ ଅଫୟାର୍ସ, ଯୁବ ସଶକ୍ତିକରଣ, କୃଷକ ଓ କୃଷି, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ, ଅର୍ଥନୀତି, ସଂଗଠନ ସମନ୍ୱୟ କମିଟିର ରିପୋର୍ଟ ଉପରେ ଅଲୋଚନା ହୋଇଥିଲା।

ଓଡ଼ିଶା ଗସ୍ତରେ ଆସିବାକୁ ପ୍ରିୟଙ୍କା ଗାନ୍ଧିଙ୍କୁ ଅନୁରୋଧ କଲେ ନିରଞ୍ଜନ ପଟ୍ଟନାୟକ

ଓଡ଼ିଶା ଗସ୍ତରେ ଆସିବାକୁ ପ୍ରିୟଙ୍କା ଗାନ୍ଧିଙ୍କୁ ଅନୁରୋଧ କଲେ ନିରଞ୍ଜନ ପଟ୍ଟନାୟକ

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧି। ଖୁବ ଜଲଦି ଦିନ ଧାର୍ଯ୍ୟ ହେବ। ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ଆଲୋଚନା ପରେ ଏହି ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନଙ୍କ ପ୍ରସ୍ତାବରେ ହଁ ମାରିଛନ୍ତି ପ୍ରିୟଙ୍କା। ରାଜ୍ୟ ସଙ୍ଗଠନ ସହିତ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବେ ପ୍ରିୟଙ୍କା।

ସଙ୍ଗଠନ ସୁଦୃଢ଼ ନେଇ ହେବ ବ୍ୟାପକ ଅଲୋଚନା। କିନ୍ତୁ କୌଣସି ଏକ ସାଧାରଣ ସଭାର ଆୟୋଜନ ହେବ କି ନାହିଁ ସେ ନେଇ ପିସିସି ତା ପୂର୍ବରୁ ପ୍ରିୟଙ୍କାଙ୍କ ଅନୁମତି ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରିବ। ଆଜି ରାଜସ୍ଥାନ ଉଦୟପୁରରେ ହେଉଥିବା ଚିନ୍ତନ ଶିବିରର ଶେଷ ଦିନ।

ଏହି ଶେଷ ଦିନରେ ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ଅଲୋଚନା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଞ୍ଜଜନ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର, ସହା ପ୍ରଭାରୀ ରୁଦ୍ର ରାଜୁ, କଂଗ୍ରେସ ନେତା ଜନାର୍ଦନ ଦିବେବ୍ଦୀ ଓ ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା ସାମିଲ ଥିଲେ।

ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ପଲିଟିକାଲ ଅଫୟାର୍ସ, ଯୁବ ସଶକ୍ତିକରଣ, କୃଷକ ଓ କୃଷି, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ, ଅର୍ଥନୀତି, ସଂଗଠନ ସମନ୍ୱୟ କମିଟିର ରିପୋର୍ଟ ଉପରେ ଅଲୋଚନା ହୋଇଥିଲା।

କେବଳ ପ୍ରିୟଙ୍କା ନୁହଁନ୍ତି ରାହୁଲ ଗାନ୍ଧିଙ୍କ ସହିତ ମଧ୍ୟ ସଙ୍ଗଠନ ଓ ରାଜ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ। କୃଷି ଓ କୃଷକ ସମସ୍ୟାକୁ ଫୋକସ କରିଛି କଂଗ୍ରେସ। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର କିଭଳି ଚାଷୀ ଓ ଚାଷ ମାରଣ ନୀତିକି ଆପଣେଇଛନ୍ତି ତାହାକୁ ପ୍ରସଙ୍ଗ କରିବ କଂଗ୍ରେସ। ଜାତୀୟ ଓ ରାଜ୍ୟ ସ୍ତରରେ କୃଷକ ନେତା, ସଙ୍ଗଠନମାନକୁ ଭେଟି ସେମାନଙ୍କ ମତକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଉପରେ ଚାପ ସୃଷ୍ଟି କରିବ କୃଷକ ଓ କୃଷି ସମନ୍ୱୟ କମିଟି।

ଚିନ୍ତନ ଶିବିର ଶେଷ ଦିନରେ କୃଷକ ଓ କୃଷି କମିଟି ଦେଇଥିବା ରିପୋର୍ଟ ଓ ନେତାଙ୍କ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଯେଉଁଥିରେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଯୋଗ ଦେଇ ଓଡ଼ିଶା କୃଷକ ଓ ଚାଷ ସମ୍ପର୍କରେ ମତ ରଖୁଛନ୍ତି। ଆଗାମୀ ଦିନରେ କଂଗ୍ରେସ ଚାଷ ଜମିକୁ ଜଳ ଚେଚନ, ବିଦ୍ୟୁତକରଣ, ଚାଷୀ ଋଣ, ବିହନ ଯୋଗାଣ। ଏହିସବୁ ପ୍ରସଙ୍ଗକୁ ଅସ୍ତ୍ର କରିବ କଂଗ୍ରେସ।
Published by:Lipina Das
First published: